Sep 25, 2023, 10:49 IST

କୁନି ଝିଅ କଲା ଆକୁଳ ନିବେଦନ... ମୋ ଜୀବନ ତ ସରି ସରି ଆସୁଛି ମୁ ଲେଖିଥିବା ଗୀତ ନମିତା ଅପା ଗାଇଦିଅନ୍ତୁ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ଯୁବତୀ ଙ୍କ ସହ ହୋଇଥିବା ସାକ୍ଷାତକାର ସମ୍ପର୍କରେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଦେଖିବା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
Special report
ଯୁବତୀ ଜଣକ ନାମ ହେଉଛି ବିନତୀ ଜାନି ଆଉ ତାଙ୍କର ଘର ହେଉଛି ଫୁଲବାଣୀ। ତାଙ୍କର ଲେଖିବାକୁ ବହୁତ ଇଚ୍ଛା ସେଥିପାଇଁ ସେ ୧୦୦ ଅଧିକ ଭଜନ ମଧ୍ୟ ଲେଖି ସାରିଛନ୍ତି।
ସେ ତାଙ୍କର ଘରେ ଏବେ ଏକୁଟିଆ ଝିଅ। ତାଙ୍କର ଭଉଣୀ ମାନଙ୍କ ବିବାହ ସେ ନିଜେ କରାଇଛନ୍ତି। ଆଉ ଏବେ ମଧ୍ୟ ସେ କାମ କରୁଛନ୍ତି। ତାଙ୍କ ବାପା ଲିଭର ସିରୋସିସ୍ ରୋଗରେ ଚାଲି ଯାଇଛନ୍ତି। ମାଆ ଆଉ ବିନତୀ ତାଙ୍କ ଘରେ ଏକୁଟିଆ ରୁହନ୍ତି।
ବାପା ଚାଲିଯିବା ପରେ ସେ ନିଜେ ପାଠ ପଢି ନଥିଲେ। ମାତ୍ର ଏବେ ସେ ତାଙ୍କର ସାନ ଭଉଣୀ ଙ୍କୁ ପାଠ ପଢ଼ାଉଛନ୍ତି। ତାଙ୍କର ଏବେ ଇଚ୍ଛା କି ସେ ଯେଉଁ କବିତା ଲେଖିଛନ୍ତି ସେ ସବୁ ସାଧୁ ସମାଜରେ ପ୍ରକାଶ ପାଉ।
Special report
ସେ ଏଥିପାଇଁ ଅନେକ ଜାଗାକୁ ମଧ୍ଯ ଯିବା ପାଇଁ ଚେଷ୍ଟା କରିଛନ୍ତି ହେଲେ ସେ ପ୍ରାୟ ପ୍ରତ୍ୟେକ ଜାଗାରୁ ନିରାଶ ହୋଇ ଫେରିଛନ୍ତି। ଏହାପରେ ସେ ତାଙ୍କର ଗୀତ ରିଲିଜ୍ ହେବା ପାଇଁ ଅନେକ ଅଫିସ୍ କୁ ମଧ୍ୟ ଯାଇଛନ୍ତି।
ହେଲେ ସେ ଯେଉଁ ଅଫିସ୍ କୁ ବି ଯାଇଥିଲେ ସେଠାରେ କହିଥିଲେ କି ଗୀତ ରିଲିଜ୍ କରିବାକୁ ହେଲେ ତାଙ୍କୁ ଅର୍ଥ ଦେବା ପାଇଁ ପଡିବ। ମାତ୍ର ବିନତୀ ଙ୍କ ସେତେବେଳେ ଏତେ ମାତ୍ରାରେ ଅର୍ଥ ଦେବାର ସକ୍ଷମ ନଥିଲା।
କାରଣ ସେ ସମୟରେ ତାଙ୍କର ପରିସ୍ଥିତି ଅତ୍ୟନ୍ତ ଭାବରେ କଠିନ ଥିଲା। ସେ ନମିତା ଅଗ୍ରୱାଲ ଙ୍କୁ ମଧ୍ଯ ଚିଠି ଲେଖିଛନ୍ତି ଆଉ ସେ ମଧ୍ଯ ସେ ଚିଠି କୁ ବୋଧ ହୁଏ ପଢ଼ି ନାହାଁନ୍ତି। ଏହାପରେ ସେ ନମିତା ଅଗ୍ରୱାଲ ଙ୍କୁ ଦେଖା ମଧ୍ୟ କରିଥିଲେ।
ସେ ମଧ୍ୟ ୬୦ ଟି ଭଜନ ଲେଖି ସାରିଛନ୍ତି ହେଲେ ତାଙ୍କୁ କିଛି ପ୍ରତିକ୍ରିୟା ମିଳୁ ନାହିଁ। ସେଥିପାଇଁ ପ୍ରତି କ୍ଷେତ୍ରରେ ସେ ଯେଉଁ ନିରାଶ ହେଉଛନ୍ତି ତାଙ୍କୁ ଖୁବ କଷ୍ଟ ଲାଗୁଛି। ସେଥିପାଇଁ ସେ ତାଙ୍କର ଗୀତ ବୋଲିବାକୁ ଅନୁରୋଧ କରିଛନ୍ତି।

Advertisement