ନମସ୍କାର ପାଠକ ବନ୍ଧୁ।ଲୋକ ମାନେ ସାଧାରତଃ ପାହାଡିଆ ଓ ନଦୀ କୂଳ ସ୍ଥାନ ମାନଙ୍କ ରେ ବୁଲିବାକୁ ଭଲ ପାଆନ୍ତି।ଅନେକ ଲୋକ ସମୁଦ୍ର କୂଳ କୁ ଯିବା ପାଇଁ ଭଲ ପାଉ ଥିବା ବେଳେ କିଛି ଲୋକ ଅଛନ୍ତି ଶୁନଶାନ୍ ସ୍ଥାନ ରେ ବୁଲିବାକୁ ପସନ୍ଦ କରନ୍ତି।
ପାହାଡିଆ ଓ ବରଫାବୃତ ସ୍ଥାନ କୁ ଦେଖିଲେ ମନ କୁ ଖୁସୀ ଲାଗେ।ଆଜି ଆମେ ଆପଣ ଙ୍କୁ ସେହିବଭଳି ଏକ ସୁନ୍ଦର ସ୍ଥାନ ବିଷୟରେ କହିବାକୁ ଯାଉଛୁ।ସେହି ସ୍ଥାନ ରେ ନାମ ହେଉଛି ଉପଖଣ୍ଡ।ଯାହାକୁ କି କଙ୍କାଳ ହ୍ରଦ ବୋଲି ମଧ୍ୟ କୁହା ଯାଏ।

ଏଠାରେ କଙ୍କାଳ ଗୁଡ଼ିକ ବରଫ ତଳେ ଚାପି ହୋଇ ରହି ଥାଆନ୍ତି।ଅଳ୍ପ ସୂର୍ଯ୍ୟାଲୋକ ପଡିଲେ।ସେ ବରଫ ଗୁଡ଼ିକ ତରଳି ଯାଏ।କଙ୍କାଳ ଗୁଡ଼ିକ ବାହାର କୁ ଦେଖା ଯାଏ।ବର୍ତ୍ତମାନ ଏହା ଏକ ପର୍ଯ୍ୟଟନ ସ୍ଥଳୀ ରୂପେ ପରିଚିତ ହୋଇଛି।ଲୋକ ମାନେ ଏଠାକୁ ବୁଲିବାକୁ ଆସୁଛନ୍ତି।
ଅନେକ ମଧ୍ୟ ଏହି କଙ୍କାଳ ଗୁଡ଼ିକୁ ଚୋରି କରି ନେଇ ଯାଉଛନ୍ତି।ସେଥିପାଇ ସେଠାକାର ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।ଏହି ହ୍ରଦ ରେ ବାସ୍ତବ ରେ ଶହ ଶହ ନର କଙ୍କାଳ ପଡ଼ି ଥିବାର ଦେଖା ଯାଏ।

ଏହା ଉତ୍ତରାଖଣ୍ଡ ରେ ଦେଖିବାକୁ ମିଳେ।ବର୍ଷ କୁ ପ୍ରାୟ ୮ ମାସ ଏଠାରେ ବରଫ ଜମି ରହି ଥାଏ।ଖରାଦିନେ ବରଫ ତରଳି ଲେ କଙ୍କାଳ ଗୁଡ଼ିକ ଦେଖା ଯାଇ ଥାଏ।ଏହାକୁ ଏକ ରହସ୍ୟମୟୀ ନଦୀ କୁହା ଯାଏ।କେତେକ କଙ୍କାଳ ରେ କେଶ ଓ ଚମଡା ଲାଗି ରହିଥିବାର ଦେଖା ଯାଏ।
ଏହାକୁ ନେଇ ଅନେକ କଥା ଶୁଣି ବାକୁ ମିଳେ।ଆଜି ଠାରୁ ହଜାର ହଜାର ବର୍ଷ ତଳେ ଏହି ଉପତ୍ୟକା ରେ ଭୟଙ୍କର ତୁଷାର ପାତ ସାଙ୍ଗ କୁ କୁଆପଥର ମାଡ ହୋଇ ଥିଲା।ଏହି କୁଆପଥର ଅନେକ ବଡ ଥିଲା।
ଏହା ବହୁତ ଭୟଙ୍କର ଥିଲା।ଅନେକ ଲୋକ ଏଥିରେ ଗୁରୁତର ଆହତ ହେଲେ।ଓ କିଛି ମୃ-ତ୍ୟୁ ବରଣ କଲେ।ସେମାନଙ୍କ ମୃତ ଦେହ ବରଫ ତଳେ ବହୁ ବର୍ଷ ଚାପି ହୋଇ ରହିଥିଲା।ଯାହାକି କଙ୍କାଳ ରେ ପରିଣତ ହେଲା।୨୦୦୪ ମସିହା ରୁ ଏହି ସ୍ଥାନ ଟି ଏକ ପର୍ଯ୍ୟଟନ ସ୍ଥଳୀ ରୂପେ ପରିଚିତ ହୋଇଛି।ଅନେକ ଲୋକ ଏଠାକୁ ବୁଲିବା ପାଇଁ ଆସୁଛନ୍ତି।