Updated: Jan 20, 2024, 11:17 IST

ଅଯୋଧ୍ୟାରେ ଏକାଠି ହେଲେ ରାମ ଲକ୍ଷ୍ମଣ ଦେଖନ୍ତୁ ଲକ୍ଷ୍ମଣଙ୍କ କାନ ଧରି କଣ କହିଲେ ପ୍ରଭୁ ଶ୍ରୀରାମ - Exclusive

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତ ଇତିହାସରେ ଲିପିବଦ୍ଧ ହେବ ଜାନୁଆରୀ ୨୨ ତାରିଖ। ସାରା ଭାରତୀୟଙ୍କ ପାଇଁ ଗର୍ବ, ଗୌରବ ଆନନ୍ଦ ଉତ୍ସବର ଦିନ। କାରଣ ସେଦିନ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପାଇବେ ରଘୁବର ରାମଚନ୍ଦ୍ର।
ଏହି କାର୍ଯ୍ୟକ୍ରମ ପାଇଁ ସାରା ଭାରତକୁ ନିମନ୍ତ୍ରଣ କରାଯାଇଛି। ରାଜ୍ୟ ରାଜ୍ୟ ବୁଲି ନିମନ୍ତ୍ରଣ ପତ୍ର ବାଣ୍ଟିଛନ୍ତି ଅଯୋଧ୍ୟା ବାସି। ତେବେ ବଡ ବଡ ସେଲିବ୍ରେଟି, କ୍ରିକେଟର ତଥା ରାଜନେତା ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ତେବେ ଏସବୁ ଭିତରେ ଅଯୋଧ୍ୟରୁ ଏକ ଭିଡିଓ ସାମ୍ନାକୁ ଆସିଛି।
Ram
ତେବେ ବନ୍ଧୁଗଣ ଅଯୋଧ୍ୟା ନଗରୀରେ ଦେଖିବାକୁ ମିଳିଛି ରାମାୟଣ କାହାଣୀର ଦୃଶ୍ୟ। ରାମାୟଣରେ ଯେମିତି ରାମ ଓ ଲକ୍ଷ୍ମଣ ଦୁଇଭାଇଙ୍କ ମଧ୍ୟରେ ପ୍ରେମ ଦେଖିବାକୁ ମିଳିଥିଲା ଠିକ୍ ସେମିତି ପ୍ରେମ ଏବେ ଅଯୋଧ୍ୟା ନଗରୀରେ ଦେଖିବାକୁ ମିଳିଛି।
ଯାହାକୁ ଦେଖି ମନ ଅଯୋଧ୍ୟା ବାସୀଙ୍କ ମନ ପୁରା ଖୁସି ହେଇଯାଇଛି। ରାମାୟଣ ଧାରାବାହିକରେ ସିନା ଅଭିନୟ ଥିଲା କିନ୍ତୁ ଅଯୋଧ୍ୟାରେ ଏବେ ରାମ ଲକ୍ଷ୍ମଣଙ୍କ ଭିତରେ ସତ ଭଲ ପାଇବା ଦେଖିବାକୁ ମିଳିଛି। 
Laxman
ଅଯୋଧ୍ୟାରେ ଏବେ ରହିଛନ୍ତି ରାମାୟଣ ଧାରାବାହିକର ପ୍ରଭୁ ରାମ ଏବଂ ଲକ୍ଷ୍ମଣ ଯେଉଁଠାରେ ଲକ୍ଷ୍ମଣଙ୍କ କାନ ଧରିଛନ୍ତି ପ୍ରଭୁ ରାମ। ଲକ୍ଷ୍ମଣଙ୍କ ବଦମାସ୍ ପାଇଁ କାନ ଧରି ସବାଡ କରିଛନ୍ତି। ତାପରେ ଲକ୍ଷ୍ମଣ ହାତ ଯୋଡ଼ି ଭାଇ ରାମଙ୍କୁ ଭୁଲ୍ ମାଗିଛନ୍ତି।
ଆଉ କହିଛନ୍ତି "ମୋ ଭୁଲ ପାଇଁ ମତେ କ୍ଷମା କରିଦିଅ ଭାଇ।" ଏବଂ କ୍ଷମା ମଧ୍ୟ କରି ଦେଇଛନ୍ତି ପ୍ରଭୁ ରାମ। ଯାହାକୁ ଦେଖି ଭକ୍ତଙ୍କ ମନ ପୁରା ଖୁସି ହୋଇଯାଇଛି। ରଥ ଉପରେ ବିରାଜମାନ କରି ବୁଲୁଛନ୍ତି ଅରୁଣ ଗୋବିିଲ ଏବଂ ସୁନିଲ। 
Viral
ଭିଡିଓ ରେ ରାମ ଙ୍କ ଭୂମିକାରେ ଥିବା ଅରୁଣ ଗୋବିିଲ କହିଛନ୍ତି, "ଆମେ ଠିକ୍ ସେମିତି ହିଁ ଅଛୁ ଯେମିତି ରାମାୟଣର ଭୂମିକାରେ ଅଭିନୟ କରିବା ସମୟରେ ଥିଲୁ।"
ଏହା ପୂର୍ବରୁ ରାମ ଅରୁଣ ଗୋବିିଲ, ସୀତା ଅର୍ଥାତ୍ ଦୀପିକା ଚିଖଲିଆ ଏବଂ ଲକ୍ଷ୍ମଣ ସୁନୀଲଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ୩ ଜଣ ଅଯୋଧ୍ୟ ଭୂମିରେ ସାଙ୍ଗ ହୋଇ ଚାଲୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଯେଉଁ ଭିଡିଓ ରେ ସହସହ ଲୋକ ରାମ, ଲକ୍ଷ୍ମଣ, ସୀତାଙ୍କୁ ଫୁଲ ପକାଇ ସ୍ବାଗତ କରିଥିଲେ।

Advertisement