Mar 12, 2024, 21:26 IST

କାଳିଆ ଯୋଜନାରେ ଟଙ୍କା ମିଳିନଥିଲେ କରନ୍ତୁ ଏହି ଗୋଟିଏ କାମ ଦେଖନ୍ତୁ ସାଙ୍ଗେ ସଙ୍ଗେ ଆସିଯିବ ଟଙ୍କା

Viral video

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Kalia
ବନ୍ଧୁଗଣ ଚାଷୀଙ୍କ ଆକାଉଣ୍ଟକୁ ଆସିଯାଇଛି କାଳିଆ ଯୋଜନା ଟଙ୍କା ହେଲେ ଆପଣଙ୍କୁ ଯଦି ଏପର୍ଯ୍ୟନ୍ତ କାଳିଆ ଯୋଜନା ଟଙ୍କା ମିଳି ନାହିଁ, ତେବେ ବ୍ୟାଙ୍କ ଆକାଉଣ୍ଟ ଚେକ କରନ୍ତୁ। ସିଏମଓ ଓଡ଼ିଶାରେ ଅଲରେଡି ଟୁଇଟ ଆସି ସାରିଲାଣି ଚାଷୀଙ୍କୁ ମିଳିଲା କାଳିଆ ସହାୟତା ରାଶି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ କଲ୍ୟାଣ ପାଇଁ ୯୩୩ କୋଟିରୁ ଉର୍ଦ୍ଧ୍ବ କାଳିଆ ସହାୟତା ରାଶି ପ୍ରଦାନ କରିଛନ୍ତି। ଏହା ଦ୍ଵାରା ୪୬ ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଭୂମିହୀନ କୃଷକ ପରିବାର ଉପକୃତ ହେଉଛନ୍ତି। 
Kalia
ସମୁଦାୟ ୪୬ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ରାଶି ପ୍ରଦାନ ସରିଛି ଯେମିତିକି ୪୬ ଲକ୍ଷ ମଧ୍ୟରେ କ୍ଷୁଦ୍ର ଚାଷୀ ଅଛନ୍ତି , ନାମମାତ୍ର ଚାଷୀ ଅଛନ୍ତି ଏବଂ ଭୂମିହୀନ ଚାଷୀ ମଧ୍ୟ ଅଛନ୍ତି। ଏମାନେ ସମସ୍ତଙ୍କୁ ମିଶାଇ କାଳିଆ ଯୋଜନାର ଟଙ୍କା ପଠା ସରିଛି। ଚାଷୀଙ୍କ ସୁବିଧାକୁ ପ୍ରାଥମିକତା ଦେଇ ରାଜ୍ୟସରକାର ଓଡ଼ିଶାର ୩୦ ଟି ଜିଲ୍ଲାରେ କାଳିଆ କେନ୍ଦ୍ର ଲୋକାର୍ପଣ କରିଛନ୍ତି।
ଏହା ସହିତ ଆଉ ଗୋଟିଏ ବଡ ଅପଡେଟ ମଧ୍ୟ ଆସିଛି କାଳିଆ ଯୋଜନାର ଅବଧିକୁ ଆହୁରି ତିନି ବର୍ଷ ପାଇଁ ବୃଦ୍ଧି କରାଯାଇଛି। ସମୁଦାୟ ଖର୍ଚ୍ଚ ହେବ ୬୦୩୦ କୋଟି ଟଙ୍କା ଯାହାକି ଏବେ କାଳିଆ ଯୋଜନା ବନ୍ଦ ହେବନି ଆହୁରି ତିନି ବର୍ଷ ପାଇଁ ବୃଦ୍ଧି କରାଯାଇଛି।
୨୦୨୭ ମସିହା ପର୍ଯ୍ୟନ୍ତ କାଳିଆ ଯୋଜନା ଟଙ୍କା ମିଳିବ ବୋଲି ଅପଡେଟ ମିଳିଛି। ଯେଉଁ ମାନଙ୍କୁ ଏପର୍ଯ୍ୟନ୍ତ କାଳିଆ ଯୋଜନାର ଟଙ୍କା ମିଳି ନାହିଁ, ଜାଣି ରଖନ୍ତୁ ଡିବିଟି ସହାୟତାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଉଛି କିଛି ଲୋକଙ୍କୁ କାଳିଆ ଯୋଜନାର ଟଙ୍କା ପଠା ସରିଲାଣି।
ଆଉ ଯେଉଁ ମାନେ କେହ୍ୟାଇସି କରିଥିଲେ ସେମାନଙ୍କ ପାଖକୁ ଏପର୍ଯୟନ୍ତ ଟଙ୍କା ଆସି ନାହିଁ। ତେବେ ସେମାନଙ୍କ ଆକାଉଣ୍ଟକୁ ଗୋଟେ ଦିନ ଭିତରେ ନିଶ୍ଚୟ ଟଙ୍କା ଆସିଯିବ। ଆଉ ଯେଉଁ ମାନେ କେହ୍ୟାଇସି କରିନଥିବେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ନାହିଁ। ମାନେ ଯେଉଁ ମାନଙ୍କ ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ନଥିବ ସେମାନଙ୍କୁ ଟଙ୍କା ମିଳିବ ନାହିଁ।

Advertisement