ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନଦୀକୁ ଗାଧୋଇବାକୁ ଯିବା ହୋଇଛି କାଳ। ନଦୀରେ ଖସି ଯାଇଥିଲା ଗୋଡ଼ ଯାହା ଫଳରେ କି ଚାଲି ଯାଇଥିଲା ୨୪ ବର୍ଷୀୟ ଝିଅ ର ଜୀବନ।
ଆଉ ନଦୀରେ ଭାସୂ ଥିଲା ସେହି ଝିଅ ର ଚପଲ। ଆଉ ଏବେ ଝିଅ ର ଚପଲ ଦେଖି ଭୋ ଭୋ ହୋଇ କାନ୍ଦୁଛି ମାଆ।୨୪ ବର୍ଷୀୟା ଝିଅ କୁ ହରାଇବା ପରେ ପୂରା ଗାଆଁ ରେ ଏବେ ଶୋକାକୁଳ ପରିବେଶ।
ଏଭଳି ଦୁଃଖଦ ଘଟଣା କଟକ ଜିଲ୍ଲାର ,ସାଲେପୁର ଥାନା ଅନ୍ତର୍ଗତ, ପୁରଣ ଗ୍ରାମରେ ଦେଖିବାକୁ ମିଳିଛି ସୁକ ନଦୀରେ ବୁଡ଼ି ୨୪ ବର୍ଷୀୟା ଝିଅ ର ଜୀବନ ଚାଲି ଯାଇଛି। ପୂରଣ ଗ୍ରାମର ପ୍ରଫୁଲ୍ଲ ଦାସ ଙ୍କ ଝିଅ ହେଇଛନ୍ତି ରଶ୍ମିତା ଦାସ।
ଭାଈ ସହ ସେ ନଦୀ କୂଳକୁ ଗାଧୋଇବା ପାଇଁ ଯାଇଥିଲେ। ହେଲେ ନଦୀର ଗଭୀର ପାଣି ରେ ତାଙ୍କ ପାଇଁ ଛକି ବସିଥିଲା କାଳ। ଆଉ ନଦୀର କରାଳ ଗର୍ଭରେ ବୁଡି ଯାଇଥିଲେ ରଶ୍ମିତା।
ଉଭୟ ଭାଇ ଭଉଣୀ ଘରକୁ ଫେରିବା ପାଇଁ ବିଳମ୍ବ କରିଥିଲେ। ଆଉ ବିଳମ୍ବ ହେବାରୁ ଘର ଲୋକ ଓ ସାହି ପଡିଶା ବହୁ ଖୋଜାଖୋଜି କରିବା ପରେ ନଦୀରେ ଦେଖିବାକୁ ପାଇଥିଲେ ଝିଅ ର ଚପଲ।
ଆଉ ତାଙ୍କୁ ନଦୀରୁ ଉଦ୍ଧାର କରି ସାଙ୍ଗେ ସାଙ୍ଗ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। ଆଉ ସେଠାରେ ମଧ୍ଯ ଡ଼ାକ୍ତର ତାଙ୍କୁ ମୃ-ତ ବୋଲି ଘୋଷଣା କରି ଦେଇଥିଲେ। ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଥିଲା।
ଆଉ ଏକ ମାମଲା ରୁଜ୍ଜୁ କରି ସ-ବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ପରେ ସାରା ଗାଁ ରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆଉ ଏବେ ଏହି ଘଟଣା ପ୍ରତି ଲୋକମାନେ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି।
ମୃ-ତ୍ୟୁ ଯେ କାହା ପାଖକୁ କେତେବେଳେ ଆସି ପହଞ୍ଚି ଯାଏ ତାହା କେବେ ହେଲେ ମଧ୍ୟ କୁହା ଯାଇ ପାରିବ ନାହିଁ। କ୍ଷଣିକ ମଧ୍ୟରେ କିଏ ଅଛି ତ ଆଉ କ୍ଷଣିକ ମଧ୍ୟରେ କିଏ ନାହିଁ।