ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି। ପ୍ରାୟତଃ ଝିଅ ବୋହୂଙ୍କ ଉପରେ ସବୁବେଳେ ଅନ୍ୟାୟ ଅ-ତ୍ୟା-ଚା-ର କରା ଯାଉଛି।ଏହି ପୁରୁଷ ପ୍ରଧାନ ସମାଜ ରେ ନାରୀ ମାନଙ୍କୁ ହିନ ଦୃଷ୍ଟି ରେ ଦେଖା ଯାଉଛି।

ଆପଣମାନେ ସମସ୍ତେ ଖବର କାଗଜ ରେ ପ୍ରତିଦିନ ଏଭଳି ଅନେକ ଖବର ପଢ଼ୁଥିବେ।ଆଜି ଆମେ ଆପଣ ମାନଙ୍କୁ ସେହିଭଳି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ।ଏହି ଘଟଣା ଟି ଘଟିଛି ଢେଙ୍କାନାଳ ଜିଲ୍ଲା ର ଭୁବନ ଥାନା ଅଞ୍ଚଳ ରେ।
ଏଠାରେ ଗ୍ରାମ ର ସରପଞ୍ଚ ଏଭଳି କିଛି କାଣ୍ଡ କରି ଦେଇଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ।ସୂଚନା ଅନୁଯାୟୀ ସେହି ଗ୍ରାମ ର ଜଣେ ଯୁବକ ସରପଞ୍ଚ ଗଣେଶ ପୂଜା ଭସାଣୀ ଦିନ ନାଚୁ ଥିବାର ଦେଖା ଯାଇଥିଲା।

ଏହି ଭସାଣୀ ରେ ଯୁବତୀ ମାନେ ମଧ୍ୟ ଉପସ୍ଥିତ ଥିଲେ।ଗାଁ ର ସରପଞ୍ଚ ଓ ଅନ୍ୟ କେତେକ ଯୁବକ ମାନେ ମିଶି ଗାଁ ର ଝିଅ ମାନଂକ ସହିତ ଅସଦାଚରଣ କରିଥିଲେ।ଏହାକୁ ଝିଅ ମାନେ ସହି ପାରିଲେ ନାହିଁ।ସେମାନେ ଏହାର ପ୍ରତିବାଦ କଲେ।ଓ ଅନେକ କଥା ସେହି ଯୁବକ ମାନଙ୍କୁ ଶୁଣାଇଲେ।
ଯୁବକ ମାନେ ରାଗ ରଖି ତାଙ୍କୁ ଆ-କ୍ର-ମ-ଣ କଲେ।ସେହି ସମୟ ରେ ଗ୍ରାମ ର ଜଣେ ବ୍ୟକ୍ତି ସେହି ଯୁବତୀ ମାନଙ୍କୁ ଗୋଟିଏ ଘରେ ପୁରାଇ କବାଟ ଦେଇ ଦେଇଥିଲେ। ଏବଂ ନିଜେ ସେହି ସରପଞ୍ଚ ଙ୍କ ସହିତ ଲଢ଼ିବା ପାଇଁ ଆସିଲେ।ସରପଞ୍ଚ ଓ ତାଙ୍କ ସାଙ୍ଗ ମାନେ ଜୋରେ କବାଟ କୁ ଠେଲି ଦେଲେ।
ଏହା ପରେ କବାଟ ଭାଙ୍ଗି ଗଲା।ଗ୍ରାମ ର ସେହି ବ୍ୟକ୍ତି ଜଣକ ସେଦିନ ଯୁବତୀ ମାନଙ୍କୁ ବଞ୍ଚାଇ ଦେଲେ।ବଞ୍ଚାଇ ଥିବା ଲୋକ ଟି ଉପରେ ଆକ୍ରମଣ କରା ଯାଇଥିଲା।ତାଙ୍କ ମୁଣ୍ଡ କୁ ଇଟା ରେ ଛେଚି ଦିଆ ଗଲା।ତାଙ୍କ ଛାତି କୁ ଗୋଇଟା ମାରି ଥିଲେ।
ତଥାପି ସେ ଯୁବତୀ ମାନଙ୍କୁ ବଞ୍ଚାଇ ଥିଲେ।ଏହା ପର ଦିନ ସମସ୍ତେ ଏ ବିଷୟ ରେ ଥାନା ରେ ଖବର ଦେଇଥିଲେ।କିନ୍ତୁ ପୋଲିସ ଏ ଯାଏଁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ।ଫଳ ରେ ଗ୍ରାମ ର ଲୋକ ମାନେ ତାଙ୍କ ଝିଅ ମାନଙ୍କୁ ଘରେ ଲୁଚାଇ ରଖୁଛନ୍ତି।