ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଉତ୍ତରପ୍ରଦେଶ ରେ ଘଟି ଯାଇଥିବା ଏକ ଏଭଳି ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ସମ୍ପର୍କରେ ଜାଣିବା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ସେଠାରେ ଏକ ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ହେଲେ ସେଠାରେ ଯାହା ଦେଖିବାକୁ ମିଳିଥିଲା ତାହା ଖୁବ୍ ଆଶ୍ଚର୍ଯ୍ୟ ଜନକ ଥିଲା। କିଛି ସମୟ ପରେ ବରଯାତ୍ରୀ ଆସି ପହଞ୍ଚି ଥାଆନ୍ତା।
ହେଲେ ଏହା ପୁର୍ବରୁ ସେଠାରେ ଆସି ପୋଲିସ୍ ପହଞ୍ଚି ଯାଇଥିଲା। ଆଉ ପୋଲିସ ଯାହା ଦେଖିବାକୁ ପାଇଥିଲା ତାହା ବିଶ୍ବାସ କରି ପାରି ନଥିଲା। କାରଣ ବେଦୀ ଉପରେ କନ୍ୟା ବଦଳରେ ବସିଥିଲା କନ୍ୟାର ମାଆ।
ବାସ୍ତବରେ ସେଠାରେ ଜଣେ ନାବାଳିକା ଯୁବତୀ ଙ୍କ ବାଲ୍ୟ ବିବାହ କରାଯାଉଥିଲା। ଯୁବତୀ ଜଣକ ମାଆ ତାଙ୍କର ବାପା ଙ୍କ ଠାରୁ ଅଲଗା ହୋଇ ଯାଇଥିଲେ। ଆଉ ସେ ଉକ୍ତ ଯୁବତୀ ଜଣଙ୍କୁ ନେଇ ତାଙ୍କର ବାପ ଘରେ ରହୁଥିଲେ।
ମାତ୍ର ସେମାନେ ଉକ୍ତ ଯୁବତୀ ଜଣଙ୍କୁ ନାବାଳିକା ଥିବା ଅବସ୍ଥାରେ ହିଁ ବିବାହ କରିବା ପାଇଁ ସ୍ଥିର କରିଥିଲେ। ଆଉ ଯେତେବେଳେ ଏହି ଖବର ତାଙ୍କର ବାପା ଙ୍କ ନିକଟରେ ପହଞ୍ଚି ଥିଲା ସେତେବେଳେ ଯୁବତୀ ଜଣକ ବାପା ପୋଲିସ ନେଇ ଘଟଣା ସ୍ଥଳରେ ଆସି ହଜାର ହୋଇ ଯାଇଥିଲେ।
ଆଉ ଏକଥା ଯେତେବେଳେ ତାଙ୍କର ବନ୍ଧୁ ଓ ପରିଜନ ବର୍ଗ ଜାଣିବାକୁ ପାଇଥିଲେ ସେତେବେଳେ ସେମାନେ ସଂପୂର୍ଣ୍ଣ ଭାବରେ ସଚେତନ ହୋଇ ଯାଇଥିଲେ।
ଏବଂ ଏହାପରେ ସେମାନେ ଯୁବତୀ ଜଣକ ସ୍ଥାନରେ ତାଙ୍କ ମାଆ ଙ୍କୁ କନ୍ୟା ବେଶରେ ବସାଇ ଦେଇଥିଲେ। ଯାହାକୁ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। ଆଉ ଏବେ ପୋଲିସ ମଧ୍ୟ ସେଠାରେ ଉପସ୍ଥିତ ଥିବା ଦୋଷୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ତେବେ ଏହି ଘଟଣା ଏବେ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ତେବେ ଏହି ଘଟଣା ସଂପର୍କରେ ଜାଣିବା ପରେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।