Oct 8, 2023, 13:10 IST

ସେ ଓକିଲ ଝିଅ ତା ଘରେ ନା ଆଉ, ଟା ବୋଲି କଣ ମତେ ରାସ୍ତା ରେ ଉଠବସ କରେଇବ!

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ଓକିଲ ଙ୍କ ଝିଅ ଏକ ଡ଼୍ରାଇଭର ଙ୍କ ସହ ଦୁର୍ବ୍ୟବହାର କରିଛନ୍ତି ବୋଲି ଡ଼୍ରାଇଭର ଜଣକ ଅଭିଯୋଗ କରିଛନ୍ତି। ଯୁବତୀ ଜଣକ ତାଙ୍କ ବାପା ଙ୍କ କଥା କହି ଡ଼୍ରାଇଭର ଜଣକୁ ଧମକ ଦେଇଥିଲେ।
Special report
ଆଉ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏହାପରେ ତାଙ୍କ ସହ କିଛି ଯୁବକ ମାନେ ମଧ୍ୟ ଥିଲେ ସେମାନେ ଏହି ଡ଼୍ରାଇଭର ଜଣକୁ ଆଣ୍ଠେଇ କରି ବସାଇ ଥିଲେ। ଏହି ଭିଡିଓ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖିଥିବେ।
ଏହି ଭିଡିଓ ରେ ଜଣେ ମହିଳା ଅଟୋ ଡ଼୍ରାଇଭର ଙ୍କୁ ଆଣ୍ଠେଇ ଦେବା ସହ ତାଙ୍କୁ ଖୁବ୍ ମାଡ଼ ମାରି ଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଯେତେବେଳେ ସେହି ଅଟୋ ସଂଘର କିଛି କର୍ମଚାରୀ ଆସି ଥାନାର ଦ୍ବାରସ୍ଥ ହୋଇଥିଲେ
ସେତେବେଳେ ଦୁଇ ଦିନ ବିତି ସାରିଥିଲେ ସୁଦ୍ଧା ତାଙ୍କୁ କୌଣସି ଫଳ ମିଳି ନାହିଁ। ଯେଉଁ ଡ଼୍ରାଇଭର ଙ୍କୁ ଆଣ୍ଠେଇ ଦିଆ ଯାଇଥିଲା ଏବେ ପର୍ଯ୍ୟନ୍ତ ମଧ୍ଯ ତାଙ୍କୁ ପୋଲିସ ପଚରଉଚରା କରି ନାହିଁ। ଅଟୋ ଡ୍ରାଇଭର ଜଣକ କହିଥିଲେ କି,
Special report
ଜଣେ ଯୁବତୀ ତାଙ୍କୁ ଲୋକେଶନ ପଠାଇ ଥିଲେ ଅଟୋ ରେ ଯିବା ପାଇଁ ହେଲେ ଡ଼୍ରାଇଭର ଜଣକ ଟ୍ରାଫିକ ରେ ଫସି ଯାଇଥିଲେ। ଯେତେବେଳେ ଯୁବତୀ ଜଣକ କଲ୍ କରିଥିଲେ ସେତେବେଳେ ଡ଼୍ରାଇଭର ଟ୍ରାଫିକ ରେ ଫସି ଥିବାରୁ ତାଙ୍କର କଲ୍ ଉଠାଇ ପାରି ନଥିଲେ।
ମାତ୍ର ପରବର୍ତ୍ତୀ ସମୟରେ ଯୁବତୀ ଜଣକ ଦେଇଥିବା ଲୋକେସନ୍ ରେ ପହଞ୍ଚି ଯାଇଥିଲେ। ମାତ୍ର ଯୁବତୀ ଜଣକ ସେଠାରେ ଅଟୋ ଓ ଅଟୋ ଚାଳକ କୁ ଦେଖିବା ପରେ ମଧ୍ୟ ,
ଗାଡ଼ି କୁ କ୍ୟାନ୍ସେଲ କରି ଦେଇଥିଲେ। ଏହାପରେ ତୁରନ୍ତ ଆଉଗୋଟେ ଅଟୋ ରେ ବସିବାକୁ ଯାଇଥିଲେ। ହେଲେ ଯେତେବେଳେ ଅଟୋ ଡ଼୍ରାଇଭର ଜଣକ ପ୍ରତିବାଦ କରିଥିଲେ
 ସେତେବେଳେ ସେ ଡ଼୍ରାଇଭର ଙ୍କ ସହ ଏଭଳି ବ୍ଯବହାର କରିଛନ୍ତି। ଯାହାକୁ ନେଇ ଡ଼୍ରାଇଭର ଏବେ ପ୍ରତିକ୍ରିୟା ଦେଇଛନ୍ତି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement