ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ ପ୍ରେମ ପ୍ରତାରଣା ଏକ ସବୁଦିନିଆ ଖବର ହୋଇ ସାରିଛି।ଆଜିର ଯୁବ ପିଢ଼ି ପ୍ରେମ କରି ବିବାହ କରିଛନ୍ତି।ହେଲେ ଏହାର କିଛି ଦିନ ପରେ ସେମାନଙ୍କ ଭିତରେ କଳହ ଦେଖା ଦେଉଚି।

ମହିଳା ମାନେ ଅନ୍ୟ ର ପ୍ରେମ ପାଇଁ ନିଜ ସ୍ଵାମୀ ପରିବାର କୁ ଛାଡ଼ି ଅନ୍ୟ ପୁରୁଷ ସହିତ ଚାଲି ଯାଉଛନ୍ତି।ସେମାନେ ଟିକେ ବି ନିଜ ସମ୍ମାନ କଥା ଭାବୁ ନାହାନ୍ତି।କେବଳ ନିଜ ଖୁସି ଉପରେ ଗୁରୁତ୍ବ ଦେଉଛନ୍ତି।ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ସାନଅଙ୍କ ଗାଁ ରେ।
ଏଠାରେ ରହୁଥିବା ହରିଶ୍ଚନ୍ଦ୍ର ଗତ ଚାରି ବର୍ଷ ତଳେ ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ନିବାସୀ ସସ୍ମିତା ଙ୍କ ସହିତ ବିବାହ କରିଥିଲେ।ବିବାହ ପରେ ସେମାନେ ସୁଖ ରେ ଘର ସଂସାର କରିଥିଲେ।ତାଙ୍କର ଝିଅ ଟିଏ ମଧ୍ୟ ଅଛି।

ହେଲେ ଗତ କିଛି ଦିନ ହେବ ସସ୍ମିତା ଶାଶୁ ଘର ଲୋକ ଙ୍କ ସହିତ ଝଗଡ଼ା କଲେ।ଓ ପରେ ଆସି ବାପ ଘରେ ରହିଲେ।ସେଠାରେ ସ୍ଵାମୀ ଙ୍କୁ ନ ପଚାରି ଯାଇ ଏକ ଘରୋଇ କମ୍ପାନୀ ରେ ଚାକିରି କଲେ।ଆଉ ଘର କୁ ଫେରିଲେ ନାହିଁ।କମ୍ପାନୀ ର ସିକ୍ୟୁରିଟି ଗାର୍ଡ ସହିତ ପ୍ରେମ କଲେ।
ତାଙ୍କ ସହିତ ଫୋନ୍ ରେ କଥା ବାର୍ତ୍ତା କଲେ।ଏହି କିଛି ଦିନ ତଳେ ସସ୍ମିତା ଙ୍କୁ ସମସ୍ତେ ବାଧ୍ୟ କରିବାରୁ ସେ ତାଙ୍କ ଶାଶୁ ଘରେ ଆସି ରହୁଥିଲେ।ହେଲେ ସବୁବେଳେ ରାତିରେ ଫୋନ୍ ରେ ଗପୁଥିଲା।ଏହାକୁ ତାଙ୍କ ସ୍ଵାମୀ ବାରମ୍ବାର ମନା କଲେ।ହେଲେ ସସ୍ମିତା ଶୁଣି ନ ଥିଲେ।ଘଟଣା ହେବାର ପୂର୍ବ ଦିନ ହରିଶ୍ଚନ୍ଦ୍ର ୯୦ ହଜାର ଟଙ୍କା ବ୍ୟାଙ୍କ ରୁ ଉଠାଇ ଆଣିଥିଲେ।
୧୦୦୦ ତାଙ୍କ ସେଥିରୁ ତାଙ୍କ ମାଆ ଙ୍କୁ ଦେଇଥିଲେ ସେ ମାଉସୀ ଘର କୁ ଯିବେ।ଅନ୍ୟ ୮୯୦୦୦ ଟଙ୍କା ସସ୍ମିତା ନେଇ ନିଜ ପ୍ରେମିକ ସହିତ ଫେରାର ହୋଇ ଯାଇଛନ୍ତି।
ଏବଂ ହରିଶ୍ଚନ୍ଦ୍ର ଙ୍କ ଝିଅ କୁ ମଧ୍ୟ ସେ ନେଇକି ଫେରାର ହୋଇ ଯାଇଛନ୍ତି।ଏବେ ହରିଶ୍ଚନ୍ଦ୍ର ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ସସ୍ମିତା ତାଙ୍କର ସବୁ କିଛି ନେଇ ଯାଉ ହେଲେ ତାଙ୍କ ଝିଅ କୁ ଫେରାଇ ଦେଉ।ହେଲେ ଆଳୀ ପୋଲିସ ଘଟଣା କୁ ଜାଣି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ।ସେଥିପାଇଁ ହରିଶ୍ଚନ୍ଦ୍ର ସମସ୍ତଙ୍କ ପାଖରେ ନେହୁରା ହୋଇଛନ୍ତି।