Updated: Mar 16, 2024, 01:38 IST

ଝିଅ ଫଟୋ ଦେଖାଇ ପ୍ରେମ କଲେ ହେଲେ ବାହା ହେବାକୁ ପହଞ୍ଚିଲେ ମା ଦେଖନ୍ତୁ ଏହି ଭୟଙ୍କର ଘଟଣା

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଲୋକମାନେ ଏଭଳି ଠକାମିର ଶିକାର ହେଉଛନ୍ତି ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ ।
ଏବେ ଏଭଳି କିଛି ଖବର ଦେଖିବାକୁ ମିଳିଛି । ଯଦି ଆପଣମାନେ ସୋସିଆଲ ମିଡ଼ିଆ ଦ୍ଵାରା ସାଙ୍ଗ କରି ଭଲପାଇ ବିବାହ କରିବାକୁ ନିଷ୍ପତି ନେଉଛନ୍ତି ତାହେଲେ ସାବଧାନ ହୋଇ ଯାଆନ୍ତୁ ।
Viral
କାରଣ ଏବେ ଏଭଳି କିଛି ଠକ ବୁଲୁଛନ୍ତି ଯେଉଁମାନେ ନିଜ ଝିଅ ବା ସମ୍ପର୍କୀୟଙ୍କ ଫଟୋ ଦେଇ ଆପଣଙ୍କ ଠାରୁ ଟଙ୍କା ଲୁଟି ପାରନ୍ତି । ଏବେ ଏଭଳି ଜଣେ ଯୁବକ ଯିଏ କି ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି । ଏବେ ପୋଲିସ ଏହି ଯୁବତୀ କହୁଥିବା ମହିଳାଙ୍କୁ ଅଟକ ରଖିଛି । ଯୁବକ ଜଣକ କହିଛନ୍ତି ତାଙ୍କୁ ପ୍ରଥମେ ଏହି ମହିଳା ଫେସବୁକରେ ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାଇଲେ ଆଉ ତାଙ୍କ ନମ୍ୱର୍ ରଖିଲେ ଆଉ ତାଙ୍କୁ କଲ୍ କରିଲେ ।
ଏହି ମହିଳା ଜଣକ କହିଥିଲେ ସେ ସରକାରୀ ଚାକିରି କରିଛନ୍ତି , ତାଙ୍କର ଅନେକ ଜମିବାଡ଼ି ଅଛି । ଏହାପରେ ଯୁବକ ଜଣକ ସହିତ ସେ ବିବାହ କରିବାକୁ କହିଲେ । 
ଏହାପରେ ତାଙ୍କ ମାଆ ମରି ଯାଇଛନ୍ତି ବୋଲି ମହିଳା ଜଣକ କହିଲେ ତାପରେ ସାହାଯ୍ୟ ମାଗିଲେ ଆଉ ଯୁବକ ଜଣକ ସାହାଯ୍ୟ କରିଲେ । ଏହାପରେ ତାଙ୍କ ବାପାଙ୍କ କଥା କହିଲେ ସେତେବେଳେ ମଧ୍ଯ ଟଙ୍କା ସାହାଯ୍ୟ କରିଲେ ଯୁବକ ।
Viral
ଏହି ମହିଳା ଜଣକ ତାଙ୍କ ଝିଅ ଫଟୋ ଏହି ଯୁବକ ଜଣଙ୍କୁ ଦେଇଥିଲେ । ଆଉ ଯେତେବେଳେ ତାଙ୍କ ଘର ପାଖକୁ ଆସି ସେ ପହଞ୍ଚିଥିଲେ ସେତେବେଳେ ସେ ଜାଣିଥିଲେ ସେ ଜଣେ ମହିଳା । ଏହି ଯୁବକ ଆଉ ମହିଳାଙ୍କ ସମ୍ପର୍କ ଦେଢ଼ ବର୍ଷର ।
ଦେଢ଼ ବର୍ଷ ଭିତରେ ଯୁବକ ଜଣକ ଅନେକ ଥର ଏହି ଯୁବତୀଙ୍କୁ ଦେଖିବାକୁ କହିଥିଲେ କିନ୍ତୁ ସେ ତାଙ୍କୁ ତାଙ୍କ ମୁଁହ ଦେଖାଇ ନଥିଲେ । ସେମାନେ ବିବାହ କରିବାର ସବୁ ପ୍ରସ୍ତୁତି କରି ଦେଇଥିଲେ । 
ଆଉ ଶେଷରେ ସେ ଜାଣିଲେ ଏହି ଯୁବତୀ ଜଣକ ଯୁବତୀ ନୁହେଁ ବରଂ ଜଣେ ମହିଳା । ଜଣେ ବୟସ୍କା ମହିଳା ଏଭଳି ନିର୍ଲଜ୍ଜ କାମ କରିଛନ୍ତି । ଏହି ଯୁବକ ଜଣକ କହିଛନ୍ତି ସୋସିଆଲ ମିଡିଆରେ ଭଲପାଇ ସେ ବହୁତ ବଡ ଭୁଲ କରିଛନ୍ତି ।
ତାଙ୍କ ଟଙ୍କା ଯାଇଛି କିନ୍ତୁ ସେ ଏହା ପାଇବେ କି ନାହିଁ ଜାଣି ନାହାନ୍ତି । ବିବାହ ପାଇଁ ବାହାଘର କାର୍ଡ ଛପା ସରିଥିଲା, ଆଉ ସେ ସବୁ ସୁନାଗହଣା, ଶାଢ଼ୀ କିଣି ସାରିଛନ୍ତି କିନ୍ତୁ ଶେଷରେ ଜଣାପଡ଼ିଲା ସେ ହେଉଛନ୍ତି ଜଣେ ବୟସ୍କା ମହିଳା । ଏହି ଯୁବକଙ୍କ ଠାରୁ ମହିଳା ଜଣକ ଅଢେଇ ଲକ୍ଷ ଟଙ୍କା ମଧ୍ୟ ଲୁଟ କରିଛନ୍ତି । ଏବେ ଏହି ଯୁବକ ଜଣକ ଥାନାରେ ଅଭିଯୋଗ କରି ନ୍ୟାୟ ଆଶା ରଖିଛନ୍ତି ।

Advertisement