Updated: Mar 13, 2024, 17:37 IST

ଝିଅ ଜ୍ବାଇଁଙ୍କୁ ଘରେ ପୁରାଇ ତାଲା ପଳାଇଦେଲେ ଶାଶୁ ଦେଖନ୍ତୁ ପରେ ପରେ ହେଲା କିଛି ଏମିତି

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Viral
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ବନ୍ଧୁଗଣ ଝିଅ ଜ୍ୱାଇଁ ଘର ଭିତରେ ଥିବା ବେଳେ ତାଙ୍କୁ ଶାଶୁ ଆସି ବାହାରୁ ପକାଇଦେଇଥିଲେ ତାଲା।
ଦୀର୍ଘ ୬ ଘଣ୍ଟା ଧରି ଘର ଭିତରେ ରଖୁଥିଲେ ଝିଅ ଜ୍ୱାଇଁ। ଆଉ ତାଙ୍କ ସହିତ ମଧ୍ୟ ୪ଟି ଟ୍ୟୁସନ ପିଲା ମଧ୍ୟ ଥିଲେ। ଏଭଳି ଘଟଣା ଘଟିଛି ତାଳଚେରର ବାଲୁଗାଁ ଗାଁରେ। ବାଲୁଗାଁର ଅଜୟ କୁମାର ମହାନ୍ତି ଓ ତାଙ୍କ ସ୍ତ୍ରୀ ଜାନକୀ ମହାନ୍ତି ଏକାଠି ରୁହନ୍ତି। 
Lock
ଜାନକୀଙ୍କ ମାଆଙ୍କ ନାଁରେ ଜାନକୀ ସମ୍ପତ୍ତି ପାଇଁ ପୂର୍ବରୁ ଏକ ପିଟିସନ ଦାଖଲ କରିଛନ୍ତି। ଏହାକୁ ନେଇ ଜାନକୀଙ୍କ ପରିବାର ଲୋକଙ୍କ ସହିତ ତାଙ୍କ ମାଆଙ୍କର ଝଗଡ଼ା ଅନେକ ଦିନ ହେଲା ଲାଗି ରହିଛି। ଜାନକୀଙ୍କ ସ୍ବାମୀ ଟିୟୁସନ କରି ଚଳୁଥିବା ବେଳେ ଗତକାଲି ଚାରି ଜଣ ପିଲାଙ୍କୁ ଡ଼ାକି ସାର ଟିୟୁସନ୍ କରୁଥିଲେ।
ଟିୟୁସନ୍ କରୁଥିବା ସମୟରେ ତାଙ୍କ ଶାଶୁ ଆସି ମୁଖ୍ୟ କବାଟରେ ତାଲା ପକେଇ ଦେଇ ଚାଲି ଯାଇଥିଲେ। ଫଳରେ ସେପଟେ ଟିୟୁସନ ସମୟ ଗଡି ଯାଉଥିବାରୁ ପିଲା ମାନେ ଘରକୁ ନଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ପଡ଼ିଥିଲେ। 
ଟିୟୁସନ ପିଲାଙ୍କ ପରିବାର ଲୋକେ ଆସି ଦେଖିଲା ବେଳେକୁ ମୁଖ୍ୟ ଗେଟରେ ତାଲା ପଡିଛି। ଏହାକୁ ଦେଖି ପରିବାର ଲୋକଙ୍କର ଚିନ୍ତା ବଢ଼ି ଯାଇଥିଲା। ଆଉ ବୁଝାବୁଝି କରିବା ପରେ ଜଣାପଡ଼ିଥିଲା ଯେ ଘର ଭିତରେ ଟିୟୁସନ ପିଲାଙ୍କ ସମେତ ଟିୟୁସନ୍ ସାର ଓ ତାଙ୍କ ସ୍ତ୍ରୀ ମଧ୍ୟ ଥିଲେ।
ଏଭଳି ପରିସ୍ଥିତି ସୃଷ୍ଟି ହେଇଥିବା ଖବର ପାଇ ସ୍ଥାନୀୟ ସରପଞ୍ଚ ପୋଲିସକୁ ସୂଚନା ଦେବା ପରେ ତାଳଚେର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ଭିତରେ ଥିବା ପିଲା ମାନଙ୍କୁ ଉଦ୍ଧାର କରିବା ସହିତ ଏ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି।

Advertisement