ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ଜୟୀଙ୍କୁ ନିଶ୍ଚୟ ଜାଣିଥିବେ। ଜୟୀ ହେଉଛନ୍ତି ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତା।

୮୦ ଏବଂ ୯୦ ଦଶକରେ ଏମିତି କୌଣସି ଫିଲ୍ମ ନାହିଁ ଯେଉଁଥିରେ ଜୟୀ ଅଭିନୟ କରି ନାହାନ୍ତି। ସମସ୍ତ ଓଡିଆ ଫିଲ୍ମରେ ଜୟୀ ନିଜର ଜବରଦସ୍ତ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି।
ତେବେ ଦର୍ଶକ ବନ୍ଧୁ ଗୋଟେ ସମୟରେ ଜୟୀ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଗଲେ ଏବେ ସେ ଆଉ ଫିଲ୍ମରେ କାମ କରୁ ନାହାନ୍ତି। ହେଲେ ଆଜି ବି ତାଙ୍କ ଅଭିନୟ ଦେଖିବା ପାଇଁ ଲୋକେ ଝୁରୁଛନ୍ତି।
ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଜୟୀ ନିଜର ଏକ ସାକ୍ଷାତ୍କାର ଦେଇଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେଥିରେ ଜୟୀରାମ କହିଛନ୍ତି ସେ ଯେତେବେଳେ ସେ ମଞ୍ଚରେ ପ୍ରଥମେ ଅଭିନୟ କରିଥିଲେ ତାଙ୍କୁ ସେତେବଳେ ଭାରି ଡର ଲାଗୁଥିଲା।

ଯେତେବେଳେ ସେ ପ୍ରଥମେ ଅଶାନ୍ତଗ୍ରହ ନାଟକରେ ଅଭିନୟ କରିଥିଲେ, ସେଥିରେ ତାଙ୍କୁ ଦିଆଯାଇଥିବା ଚରିତ୍ରକୁ ଦେଖି ସେ ଛାନିଆ ହୋଇଯାଇଥିଲେ। ସେହି ନାଟକରେ ତାଙ୍କ ଚରିତ୍ର ଇନ୍ସପେକ୍ଟର ଥିଲା।
ଏହାପରେ ସେ ଏକ ପୁରୁଣା ସିନେମା ଡାକବଙ୍ଗଳା ରେ କମେଡି ରୋଲ କରିଥିଲେ। ଜୟୀରାମ ଅର୍ଣ୍ଣପୂର୍ଣ୍ଣ ଥିଏଟରରେ ୧୧ ବର୍ଷ ଅଭିନୟ କଲା ପରେ ଚଳଚିତ୍ର ଜଗତକୁ ଆସି ପାରିଲେ। ଆଉ ଯାଯାବର ହେଉଛି ତାଙ୍କର ପ୍ରଥମ ଚଳଚିତ୍ର।
କରୋନା ମହାମାରୀ ପରେ ଇଣ୍ଡଷ୍ଟ୍ରି ଶୋଇ ଯାଇଛି ଦର୍ଶକ ମାନେ ଇଣ୍ଡଷ୍ଟ୍ରିକୁ ଉଠେଇବା କଥା ସେମାନେ ଯଦି ଚାହିଁବେ ତେବେ ଇଣ୍ଡଷ୍ଟ୍ରି ଉଠିବ ନହଲେ ତଳକୁ ଭୁସୁଡି ଯିବ ବୋଲି ସେ କହିଛନ୍ତି। ସେତେବେଳର କଳାକାର ମାନଙ୍କର କେବଳ ନାମ ଛଡ଼ା ଦାମ କିଛି ନାହିଁ ବୋଲି କହିଛନ୍ତି ଜୟୀରାମ।
ସେତେବେଳେ ଜୟୀରାମ ସିନେମା କରି ପାଉଥିଲେ ୫୦୦ ଟଙ୍କା। ତେବେ ବନ୍ଧୁଗଣ ବଞ୍ଚିବା ପାଇଁ ହସ ଖୋଜୁଛନ୍ତି ହସ ସମ୍ରାଟ ଜୟୀରାମ ସାମଲ।