Updated: Mar 4, 2024, 16:55 IST

ଯାତ୍ରା ଦୁନିଆରୁ ହେଲେ ସ୍ଵାମୀ ଦେଖନ୍ତୁ ଏହି ନିଆରା ପ୍ରେମ କାହାଣୀ ମୁଁହ ଖୋଲିଲେ କାବେରୀ ପାଢ଼ୀ

Viral video

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ କାବେରୀ ପାଢ଼ୀ ଙ୍କୁ ଭଲ ଭାବେ ଜାଣି ଥିବେ।ତାଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ୍ ପସନ୍ଦ କରନ୍ତି।ତାଙ୍କୁ ଦେଖିବାକୁ ଭିଡ ଜମି ରହି ଥାଏ।ତେବେ ଆପଣ ମାନେ ଜାଣି ଛନ୍ତି କି ସେ ଯାତ୍ରା ରେ ଅଭିନୟ କରୁ କରୁ ତାଙ୍କ ଜୀବନ ସାଥି ଙ୍କୁ ପାଇ ଯାଇ ଥିଲେ।
Viral
ଯିଏ ଦିନେ ଦର୍ଶକ ହୋଇ ତାଙ୍କ ଅଭିନୟ କୁ ଦେଖିବା ପାଇଁ ଆସି ଥିଲେ।ଶେଷ ରେ ସେ ହିଁ ହୋଇ ଗଲେ ତାଙ୍କ ଜୀବନ ସାଥି।ସେ ହେଉଛନ୍ତି ସୁଶାନ୍ତ।ଆଜି ଆମେ ସେହି ସ୍ଵାମୀ ଙ୍କ ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
ଏ ନେଇ କାବେରୀ ପାଢ଼ୀ କହିଛନ୍ତି କି ମୋ ସ୍ବାମୀ ହେଉଛନ୍ତି ଜଣେ ଯାତ୍ରା ପରିଚାଳକ।ସେ ବହୁତ ଭଲ ମଣିଷ।ମୁଁ ତାଙ୍କ ଠାରୁ ବହୁତ ଭଲ ପାଇବା ପାଇଛି।ଆମେ ପ୍ରଥମେ ଗୋଟିଏ ଯାତ୍ରା ରେ ଦେଖା ହୋଇ ଥିଲୁ।
Jatra
ଏହା ପରେ ଉଭୟ ପରସ୍ପର ପ୍ରେମ କରି ବିବାହ କରି ଥିଲୁ।ଆମର ଗୋଟିଏ ଝିଅ ମଧ୍ୟ ରହିଛି।ଆମେ ସବୁବେଳେ ଦର୍ଶକ ମାନଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରିଛୁ।ସେହି ମାନେ ଆମ ଭଗବାନ।ଆଜି ଆମେ ଯାହା ବି ହେଉଛୁ ତାହା କେବଳ ଆମ ଦର୍ଶକ ମାନଙ୍କ ପାଇଁ।
ସେମାନଙ୍କ ଭଲ ପାଇବା ସବୁବେଳେ ଆମ ଉପରେ ରହିଛି।ମୋ ସ୍ବାମୀ ସବୁବେଳେ କାମ ରେ ବ୍ୟସ୍ତ ଥାନ୍ତି।ବହୁତ କମ୍ ସମୟ ଆମର ସାକ୍ଷାତ ହୋଇ ଥାଏ।ବିବାହ ସମୟ ରେ ଆମର ସମୟ କୁ ନେଇ ବହୁତ ଅସୁବିଧା ହୋଇ ଥିଲା।
ହେଲେ ତାଙ୍କ କାମ ଅଲଗା ମୋ କାମ ଅଲଗା।ଆମେ ଦୁହେଁ ସବୁ ମିଶି କି ସମ୍ଭାଳି ନେଉ।ଆଜି ଆମେ ସାରା ଓଡ଼ିଶା ରେ ପରିଚିତ ହୋଇଛୁ।ଦର୍ଶକ ମାନଙ୍କ ପାଇଁ ଆମେ ଅନେକ ନାଟକ ରେ ଅଭିନୟ କରିଛୁ।ଏହି ନାଟକ ହିଁ ଆମକୁ ନୂଆ ପରିଚୟ ଦେଇଚୁ।
ଦର୍ଶକ ହୋଇ କାବେରୀ ଙ୍କ ଯାତ୍ରା ଦେଖୁ ଥିବା ସମୟ ରେ ତାଙ୍କ ପ୍ରେମ ରେ ପଡ଼ି ଯାଇ ଥିଲେ ସୁଶାନ୍ତ।ଏହା ପରେ ଉଭୟ ବିବାହ କରିବା ପାଇଁ ନିଷ୍ପତି ନେଇ ଥିଲେ।ଏବେ ଉଭୟ ସ୍ବାମୀ ସ୍ତ୍ରୀ ବହୁତ ଖୁସି ରେ ଅଛନ୍ତି।ଆଗକୁ ମଧ୍ୟ ଅନେକ ଯାତ୍ରା ରେ କାବେରୀ ଅଭିନୟ କରିବେ ବୋଲି କହିଛନ୍ତି।ଦର୍ଶକ ଙ୍କ ଭଲ ପାଇବା ଆମ ଉପରେ ଏମିତି ଥାଉ।

Advertisement