Feb 8, 2024, 10:59 IST

ପ୍ରଭୁ ଜଗନ୍ନାଥଙ୍କ ପାଖକୁ ଆସି କ୍ଷମା ମାଗିଲେ ଯାତ୍ରା ଖଳନାୟକ ଦୈତାରି ପଣ୍ଡା ଦେଖନ୍ତୁ ଓଡିଶାବାସୀଙ୍କୁ କଣ କହିଲେ

Special report

ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଯାତ୍ରା ଜଗତ ରେ ଅନେକ ଘଟଣା ଦେଖିବାକୁ ମିଳୁଛି।ନିକଟରେ ଯାତ୍ରା ଅଭିନେତା ଦୈତାରି ପଣ୍ଡା ଓ ବାପି ପଣ୍ଡା ବିଜେଡି ଦଳ ରେ ପ୍ରବେଶ କରିଛନ୍ତି।ଉଭୟ ନିଜ ଯାତ୍ରା ଦଳ ପାଇଁ କିଛି କରି ଦେଖାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Special report
ନିକଟ ରେ ଧଉଳି ଗଣନାଟ୍ୟ ବସ୍ ଓଲଟି ଅନେକ ଲୋକ ପ୍ରାଣ ହରାଇ ଥିଲେ।ଏଥିରେ ଯାତ୍ରା ଦଳ ର କିଛି ଅଭିନେତା ଓ ଅଭିନେତ୍ରୀ ମାନେ ଯାଇ ସେମାନଙ୍କୁ ସାହାର୍ଯ୍ୟ କରି ଥିବା ସମୟ ରେ କିଛି ସେହି ସ୍ଥାନ କୁ ଯାଇ ନ ଥିଲେ।ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଚର୍ଚ୍ଚା କରା ଯାଇ ଥିଲା।
ଗତ କାଲି ଯାତ୍ରା ଦଳ ର ଦୈତାରି ପଣ୍ଡା ଓ ବାପି ପଣ୍ଡା ଶାସକ ଦଳ ତଥା ବିଜେଡି ଦଳ ରେ ପ୍ରବେଶ କରି ଥିଲେ।ଲୋକ ଙ୍କ ଭଲ ପାଇଁ ସେ କିଛି କାମ କରିବା ସହିତ ତାଙ୍କ ଯାତ୍ରା ଦଳ ର ଉନ୍ନତି ଉପରେ ଗୁରୁତ୍ବ ଦେବେ ବୋଲି କହିଥିଲେ।
Special report
ସେ ଆହୁରି ମଧ୍ୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଜଗନ୍ନାଥ ଙ୍କ ସହିତ ତୁଳନା କରି ଥିଲେ।ସେ କହିଥିଲେ କି ଓଡ଼ିଶା ର ଜଗନ୍ନାଥ ହେଉଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ।ତାଙ୍କର ଏହି କଥା କୁ ନେଇ ଅନେକ ସ୍ଥାନ ରେ ତାଙ୍କୁ ବିରୋଧ କରା ଯାଇ ଥିଲା।
ଜଗନ୍ନାଥ ଙ୍କୁ ସେ କିଭଳି ନବୀନ ପଟ୍ଟନାୟକ ଙ୍କ ସହିତ ତୁଳନା କଲେ ବୋଲି ପ୍ରଶ୍ନ ଉଠି ଥିଲା।ଓଡ଼ିଶା ର ଭଗବାନ ହେଉଛନ୍ତି ଜଗତ ର ନାଥ ଜଗନ୍ନାଥ।ତାଙ୍କ ଇଚ୍ଛା ଅନୁସାରେ ସବୁ କିଛି ହୋଇ ଥାଏ।ଏହା ପରେ ଦୈତାରି ପଣ୍ଡା ଙ୍କ ନାମ ରେ ଥାନା ରେ ଅଭିଯୋଗ କରା ଯାଇ ଥିଲା।
Special report
ଶେଷ ରେ ନିଜ ଭୁଲ କୁ ବୁଝି ପାରିଛନ୍ତି ଯାତ୍ରା ଅଭିନେତା ଦୈତାରି ପଣ୍ଡା।ସେ ଗତ କାଲି ସାଢେ଼ ଚାରି କୋଟି ଓଡ଼ିଆ ଲୋକ ଙ୍କୁ କ୍ଷମା ପ୍ରାର୍ଥନା କରି ଥିଲେ।ସେ କହିଥିଲେ କି ମୁଁ ଲୋକ ଙ୍କ ଭାବନା ସହିତ ଖେଳିଛି।ମୋତେ ସମସ୍ତେ କ୍ଷମା କରି ଦେବେ।
ଅଧିକ ଖୁସି ହୋଇ ମୁଁ ଏଭଳି କିଛି କହି ଦେଇଚି।ମୁଁ ମଧ୍ୟ ମୋ ଘରେ ତାଙ୍କୁ ତୁଳସୀ ଦେଇ ପୂଜା କରି ଥାଏ। ତେବେ ମୋ କଥା ଯାହାକୁ କଷ୍ଟ ଦେଇଚି ତେବେ ମୁଁ ଭୁଲ ମାଗି ନେଉଛି।ଆଉ ଏଭଳି ଭୁଲ ଆଉ କେବେ ହେବ ନାହିଁ।
ଆମ ସମସ୍ତ ଙ୍କ ପ୍ରିୟ ଠାକୁର ଙ୍କ ସହିତ ମୁଁ ଖରାପ ବ୍ୟବହାର କରିଛି।ଆଗକୁ ମୁଁ ଆପଣ ମାନଙ୍କ ଭଲ ପାଇଁ କାମ କରିବି।ତେବେ ଆପଣ ମାନେ ମୋତେ ଏବେ କ୍ଷମା କରି ଦିଅନ୍ତୁ।

Advertisement