Updated: Jun 18, 2024, 23:46 IST

ଆନ୍ଧ୍ର ରେ ଆରମ୍ଭ ହୋଇଗଲା ପ୍ରତିଶୋଧ ର ରାଜନୀତି : ବୁଲଡୋଜର ଚଲେଇ ଭାଙ୍ଗିଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ଙ୍କ ଘର..

Special report

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ଭାଙ୍ଗିଲା ଜଗମୋହନ ରେଡ୍ଡୀ ଙ୍କ ଘର।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି। ଆନ୍ଧ୍ରପ୍ରଦେଶ ର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଜଗମୋହନ ରେଡ୍ଡୀ ଙ୍କ ଘର କୁ ବୁଲ୍ଡୋଜର ଚଢାଇ ଭାଙ୍ଗି ଦିଆ ଯାଇଚି।
Special report
ବେଆଇନ ଭାବେ ଘର ତିଆରି କରା ଯାଇ ଥିବାରୁ ତାହାକୁ ନେଇ ଅନେକ ଦିନ ରୁ ଚର୍ଚ୍ଚା ଜୋର ଧରି ଥିଲା।ତେବେ ଆଜି ଏହି ଚର୍ଚ୍ଚା ର ପରିସମାପ୍ତି ଘଟିଛି।
ସୂଚନା ଅନୁସାରେ ଜଗନ୍ ଙ୍କ ହାଇଦ୍ରାବାଦ୍ ସ୍ଥିତ ଜୁବଳି ହିଲ ପାଖରେ ଗୋଟିଏ ଘର ଥିଲା।ସେହି ଘର ଟି ଫୁଟ ପାଥ ରେ ତିଆରି ହୋଇ ଥିଲା।ଯାହାକୁ ନେଇ ମ୍ୟୁନିସିପାଲଟି ତରଫରୁ ଅନେକ ଥର ସତର୍କ ସୂଚନା ଦିଆ ଯାଇ ଥିଲା।
ହେଲେ କେହି ଏ କଥା କୁ ଶୁଣି ନ ଥିଲେ।ସେଥିପାଇଁ ଶେଷ ରେ ତାଙ୍କ ଘର କୁ ଆଜି ବୁଲଡୋଜର ଚଢାଇ ଦିଆ ଯାଇଚି।ତାଙ୍କ ମନ୍ତ୍ରୀ ପଦ ଯିବା ପରେ ଏବେ ତାଙ୍କର ସବୁ କିଛି ଦୂରେଇ ଯାଇଚି।
Special report
ପୋଲିସ ଉପସ୍ଥିତି ରେ ବାସ ଭବନ କୁ ଭଙ୍ଗା ଯାଇ ଅଛି।ହେଲେ ପୁରା ଘର ଜଗନ୍ ଙ୍କ ର ଭଙ୍ଗା ଯାଇ ନାହିଁ।ଘର ର ଯେଉଁ ଅଂଶ ରାସ୍ତା ଉପରେ ଲାଗି ହୋଇ ଥିଲା।
ତାହାକୁ ଭାଙ୍ଗି ଦିଆ ଯାଇଛି।ତେବେ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨୦୧୯ ରେ ଆନ୍ଧ୍ର ରେ ଯେତେବେଳେ କଂଗ୍ରେସ ଦଳ କ୍ଷମତା କୁ ଆସି ଥିଲେ ସେତେବେଳେ ମୁଖ୍ୟ ମନ୍ତ୍ରୀ ଜଗନ ରେଡ୍ଡୀ ଏହି ଘର ଗୁଡ଼ିକ ତିଆରି କରି ଥିଲେ।ହେଲେ ଏ ଘର ଗୁଡ଼ିକ ସେ ରାସ୍ତା କୁ ଲଗାଇ ତିଆରି କରି ଥିଲେ।
ଯେଉଁଥିପାଇଁ ଏଗୁଡ଼ିକ ଏବେ ଭାଙ୍ଗିବାକୁ ପଡିଚି।ଏବେ ସେ ପରାଜୟ ବରଣ କରିଛନ୍ତି।ଏହି ଘର କୁ ଯିବା ଆସିବା କରୁ ଥିଲେ ଜଗନ।ପରେ ତାଙ୍କ ଭଉଣୀ ଶର୍ମିଲା ରେଡ୍ଡୀ କିଛି ଦିନ ରହିଥିଲେ।ଏବେ ନୂଆ ସରକାର ଆସିବା ପରେ ଏପରି କିଛି ହୋଇଚି ବୋଲି ସାଧାରଣ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement