Updated: Apr 25, 2024, 07:48 IST

ପଇସା ଆଗରେ କଣ ପିଲା ର ସ୍ନେହ ଫିକା??ସାମାନ୍ୟ ୫୦ ହଜାର ଟଙ୍କା ପାଇଁ ପିଲା କୁ ବିକିଲା ବାପା..

Bh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟ ରେ କିଭଳି ଭାବେ ଶିଶୁ ବିକ୍ରୀ କରା ଯାଉଚି।କିଛି ବାପା ମା ମାନେ ପିଲା ଛୁଆ ପାଉ ନ ଥିବା ବେଳେ କିଛି ବାପା ମା ନିଜ ପିଲା ଙ୍କୁ ଅନ୍ୟ ଲୋକ ଙ୍କୁ ବିକ୍ରୀ କରି ଦେଇଛନ୍ତି।
ପ୍ରାୟ ପଚାଶ ହଜାର ଟଙ୍କା ରେ ନିଜ ପିଲା କୁ ବିକ୍ରୀ କଲା ମା ବାପା।ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲାର ଦଶପଲ୍ଲା ପଞ୍ଚାୟତ ରୁ।ସେଠାରେ ଗତ ଅଠର ତାରିଖ ରେ ଶିଲୁ ଜେନା ଓ ତାଙ୍କ ସ୍ତ୍ରୀ ସଞ୍ଜୁ ଜେନା ଏକ ପୁତ୍ର ସନ୍ତାନ ଜନ୍ମ କରି ଥିଲେ।
Nn
ସୂଚନା ଅନୁସାରେ ସିଲୁ ଜେନା ଓ ତାଙ୍କ ପତ୍ନୀ ସଞ୍ଜୁ ନିକଟସ୍ଥ ମେଡିକାଲ ରେ ଏକ ପୁତ୍ର ସନ୍ତାନ ଜନ୍ମ କରି ଥିଲେ।ଏହା ପରେ ସେମାନେ ମେଡିକାଲ ରେ କିଛି ଦିନ ରହି ଘର କୁ ଫେରି ଆସି ଥିଲେ।ହେଲେ ଘର କୁ ଫେରିବା ପରେ ତାଙ୍କ ହାତରେ କୌଣସି ପିଲା ନ ଥିଲା।
ତାଙ୍କର ଆଗରୁ ଗୋଟିଏ ଦେଢ଼ ବର୍ଷ ର ଛୁଆ ରହି ଥିଲା।ସେଥିପାଇଁ ଗ୍ରାମ ବାସି ମାନେ ଏ ନେଇ ସନ୍ଦେହ କଲେ।ସେମାନେ ଖବର ଶୁଣିବାକୁ ପାଇଲେ ଯେ ସିଲୁ ଜେନା ନିଜ ପିଲା କୁ ୫୦ ହଜାର ଟଙ୍କା ରେ ବିକ୍ରୀ କରି ଦେଇଚି।
ଏହା ପରେ ସେମାନେ କଲେକ୍ଟର ଙ୍କୁ ଖବର ଦେଲେ।ସେମାନେ ଆସି ପିଲା ର ବାପା ମା ଙ୍କୁ ଏ ବିଷୟ ରେ ପଚରା ଉଚୁରା କଲେ।ଶୁଣିବାକୁ ମିଳୁଚି ପିଲା ଟି କୁ ସେମାନେ ନିକଟସ୍ଥ ଗ୍ରାମ ରେ ବିକ୍ରୀ କରି ଦେଇଛନ୍ତି।
Bb
ତେବେ ଏ ନେଇ ଶିଶୁ ମୁଖ୍ୟ ଅଧିକାରୀ ମାନେ କହିଛନ୍ତି କି ସୀଲୁ ଜେନା ଓ ତାଙ୍କ ପତ୍ନୀ ସଞ୍ଜୁ ଜେନା କହିବା ଅନୁଯାୟୀ ସେମାନେ ଛୁଆ କୁ ବିକ୍ରୀ କରି ନାହାନ୍ତି।
ଦୁଇ ପିଲା ଙ୍କ ଲାଳନପାଳନ କରିବା ରେ ଅସୁବିଧା ହେଉ ଥିବାର ସେମାନେ ନିଜ ପିଲା କୁ ନିଜ ସମ୍ପର୍କୀୟ ଘରେ ରଖିଛନ୍ତି।ତାଙ୍କ ବଡ ପୁଅ ଟି ମାତ୍ର ଦେଢ଼ ବର୍ଷ।ସେଥିପାଇଁ ସେମାନେ ପିଲା କୁ ତାଙ୍କ ଘରେ ରଖି ଦେଇଛନ୍ତି।
ସେମାନେ ପିଲା କୁ ବିକ୍ରୀ କରି ନାହାନ୍ତି।ତେବେ ପୋଲିସ ଏ ନେଇ ତାର ତଦନ୍ତ ଜାରି ରଖିଛି।ତେବେ ଦେଖିବାକୁ ବାକି ରହିଲା ସେମାନଙ୍କ ଭିତରୁ କିଏ ସତ କିଏ ମିଛ କହୁଚି।

Advertisement