Mar 19, 2024, 11:34 IST

ଫିଲ୍ମ୍ ରୁ ପ୍ରେରିତ ହୋଇ ନିଜକୁ କରିଥିଲା ଆୟକର ବିଭାଗ ଅଫିସର...ପ୍ରତି ଦିନ ଲୁଟୁଥିଲା ଓଡିଶା ର ବିଭିନ୍ନ ନାମୀ ଅଫିସର ଙ୍କୁ...

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Tt
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ବନ୍ଧୁଗଣ ଧରାପଡିଲେ ନକଲି ଇଡି ଅଧିକାରୀ। ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ ଦୁଇ ଭାଇ। ଏଭଳି କିଛି ଅଭିଯୋଗ ଆସିବା ପରେ ଏବେ ଏହି ଦୁଇ ନକଲି ଇଡି ଅଧିକାରୀଙ୍କୁ କ୍ରାଇମ ବ୍ରାଞ୍ଚ ଏସ୍‌ଟିଏଫ୍‌ ଗିରଫ କରିଛି। 
ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ଢେଙ୍କାନାଳର ଦୁଇ ଭାଇ ତାରିଣୀ ସେନା ଓ ବ୍ରହ୍ମଶଙ୍କର ମହାପାତ୍ର। ସୂଚନା ମୁତାବକ, ଅଭିଯୁକ୍ତ ଦୁଇ ଭାଇ ନିଜକୁ ଇଡି ଅଫିସର୍ କହି ୩ ଶହ ସରକାରୀ ଅଧିକାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।
Gf
ରାଜ୍ୟ ଓ ରାଜ୍ୟ ବାହାରେ ଯେଉଁଠି ଇଡି ରେଡ୍ ହେଉଥିଲା ସେଠି ଏହି ଦୁଇ ଭାଇ ପହଞ୍ଚି ଯାଉଥିଲେ। ସରକାରୀ ଅଧିକାରୀ କିମ୍ବା ଯେଉଁ ଲୋକଙ୍କ ଘରେ ଇଡି ରେଡ୍ ହେଉଥିଲା ସେଠାରେ ଏମାନେ ମିଛ ଯାଞ୍ଚ କରୁଥିଲେ। ମିଛ କେସର ଧମକଚମକ ଦେଇ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। 
ଝାଡ଼ଖଣ୍ଡ ରାଞ୍ଚିରେ ସେହି ଅଭିଯୁକ୍ତ ଦୁଇ ଭାଇ ରହୁଥିଲେ। କାହାକୁ ସନ୍ଦେହ ଯେପରି ହେବନି ସେଥିପାଇଁ ଏକ ଏନଜିଓ ଚଲାଇଥିଲେ। ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଠକିବାକୁ ଚେଷ୍ଟା କରି ଶେଷରେ ଏମାନେ ଧରା ପଡିଛନ୍ତି। ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତିଙ୍କ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଏହି ଦୁଇ ନକଲି ଇଡି ଅଧିକାରୀଙ୍କୁ ଗିରଫ କରିଛି।
ଏମାନଙ୍କୁ ଗିରଫ କରିବା ପରେ ୧୬ ଲକ୍ଷରୁ ଅଧିକ ଟଙ୍କାର ଟ୍ରାଞ୍ଜକସନ୍ ହୋଇଥିବା ଜାଣିବାକୁ ପାଇଛି ପୁଲିସ। ଦୁଇ ଅଭିଯୁକ୍ତଙ୍କ ପାଖରୁ ବ୍ୟାଙ୍କ ପାସବୁକ, ନକଲି ଇଡି ପରିଚୟ ପତ୍ର, ୧୭ଟି ଏଟିଏମ କାର୍ଡ ଜବତ କରାଯାଇଛି।

Advertisement