Updated: Sep 10, 2023, 10:59 IST

ଘରକୁ ଭଲ ସମୟ ଆସିବା ଆଗରୁ ମିଳେ ଏହି ସବୁ ସଂକେତ ଦେଖନ୍ତୁ ଆଉ ଜାଣନ୍ତୁ ଆପଣଙ୍କୁ ମଧ୍ୟ ମିଳୁଛି କି ଏହି ସଂକେତ

Viral news

ହିନ୍ଦୁ ଧର୍ମରେ ଅନେକ ଗଛ ଓ ଉଦ୍ଭିଦର ପୂଜା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେହିଭଳି ତୁଳସୀ ଗଛକୁ ପୂଜା କରିବାର ପରମ୍ପରା ଶତାବ୍ଦୀ ଧରି ଚାଲିଆସୁଛି। ଦେବୀ ଲକ୍ଷ୍ମୀ ତୁଳସୀ ଗଛରେ ରୁହନ୍ତି ବୋଲି ବିଶ୍ୱାସ କରାଯାଏ। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ ତୁଳସୀଙ୍କୁ ଜଳ ଅର୍ପଣ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ।
ବାସ୍ତୁଶାସ୍ତ୍ରରେ ତୁଳସୀ ଗଛକୁ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି। ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ମନୁଷ୍ୟ ତୁଳସୀର ପୂଜା କରିଥାଏ ସେହି ବ୍ୟକ୍ତିର କେବେବି ଦୁର୍ଗତି ହୋଇନଥାଏ। ଏବଂ ତାଙ୍କୁ ମୃ-ତ୍ୟୁ ପରେ ନର୍କକୁ ଯିବାକୁ ପଡ଼ିନଥାଏ। 
Viral
୧:- ଯେଉଁ ଘରର ସାମ୍ନାରେ ତୁଳସୀର ଗଛ ଥାଏ। ସେହି ଘରେ କେବେବି ଭୂତ ପ୍ରେତ ତଥା ପିଶାଚ ପ୍ରବେଶ କରିନଥାନ୍ତି।
୨:- ଶାସ୍ତ୍ର ଅନୁସାରେ ଘର ସାମ୍ନାରେ ଲଗାଯାଇଥିବା ତୁଳସୀର ଗଛ କେବେବି ନସୁଖିବା ଉଚିତ୍। ତୁଳସୀ ଗଛ ଶୁଖିବା ବହୁତ ଅଶୁଭ ମନାଯାଇଥାଏ।
୩:- ତୁଳସୀ ଗଛରେ କେବେବି ଅପରିଷ୍କାର ପାଣି ନ ଢାଳିବା ଉଚିତ। ତୁଳସୀ ଗଛର ପାଖଆଖକୁ କେବେବି ଅପରିଷ୍କାର ରଖନ୍ତୁ ନାହିଁ। ଏମିତି କେତେ କାରଣରୁ ତୁଳସୀ ଗଛ ଶିଖିବାକୁ ଲାଗିଥାଏ।
Viral news
୪:- ଯଦି ତୁଳସୀ ଗଛର ଯତ୍ନ ନେବା ପରେ ବି ତୁଳସୀ ଗଛ ଶିଖି ଯାଉଛି ତେବେ ଏହା କୌଣସି ବିପଦର ସଂକେତ ଅଟେ।
୫:- କୌଣସି କାରଣରୁ ଆପଣଙ୍କର ସଂପୂର୍ଣ୍ଣ ଧନ ଖର୍ଚ୍ଚ ହୋଇପାରେ। ଏବଂ ଆପଣଙ୍କୁ ବ୍ୟାପାର କ୍ଷେତ୍ରରେ ବଡ଼ କ୍ଷତି ହେବାର ସମ୍ଭାବନା ରହିଛି। ଏଥିପାଇଁ ତୁଳସୀର ଗଛ ଅଚାନକ ଶୁଖିବାକୁ ଲାଗେ।
୬:- ଶୁଖିଯାଇଥିବା ଗଛକୁ ତୁରନ୍ତ ଘର ଆଗରୁ ବାହାର କରିଦେଇ କୌଣସି ନଦୀରେ ପ୍ରବାହିତ କରିଦେବା ଉଚିତ। ଆଉ ସେହି ସ୍ଥାନରେ ଏକ ନୂଆ ତୁଳସୀ ଗଛ ଲଗେଇବା ଉଚିତ୍। 
୭:-ଶୁଖି ଯାଇଥିବା ତୁଳସୀ ଗଛକୁ ଘରର ସାମ୍ନାରେ କେବେବି ରଖିବା ଉଚିତ୍ ନୁହେଁ। ଯଦି ଆପଣ କିଛିଦିନ ପାଇଁ ବାହାରକୁ ଯାଉଛନ୍ତି ତେବେ ଗୋଟିଏ ମାଟିରେ ଜଳ ଭରି କରି ତୁଳସୀ ଗଛ ପାଖରେ ରଖନ୍ତୁ।
୮:- ଯଦି ଆପଣଙ୍କ ଘରର ତୁଳସୀ ଗଛ ପାଖରେ ଅନ୍ୟ କୌଣସି ଛୋଟ ଛୋଟ ଗଛ ଉଠିବାକୁ ଲାଗିଥାଏ ତେବେ ଏହା ଶୁଭ ସଙ୍କେତ ହୋଇଥାଏ। ଆପଣଙ୍କୁ ଅନେକ ମାର୍ଗରୁ ଧନର ପ୍ରାପ୍ତି ହେବ।
୯:- ଯଦି ଆପଣଙ୍କ ଘର ସାମ୍ନାରେ କୌଣସି ତୁଳସୀର ଗଛ ନିଜେ ନିଜେ ହିଁ ଉଠିଥାଏ। ତାକୁ ଅତ୍ୟନ୍ତ ଶୁଭ ମନା ଯାଇଥାଏ। ଯେଉଁଠାରେ ମା'ଲକ୍ଷ୍ମୀ ନିଜେ ଚାଲି କରି ଆସିଥାନ୍ତି ସେଠାକାର ଗଛଲତା ନିଜେ ନିଜେ ଉଠିଥାନ୍ତି।
୧୦:- ଯଦି ଆପଣଙ୍କ ଘରେ ତୁଳସୀର ଗଛ ହରାଭରା ହେବା ସତ୍ଵେ ବି ତୁଳସୀର ପତ୍ର ନିଜେ ନିଜେ ହିଁ ପଡ଼ିବାକୁ ଲାଗିଥାଏ, ତେବେ ଏହାକୁ ଅଶୁଭ ସଙ୍କେତ ବୋଲି ମନାଯାଇଥାଏ। 
Viral
୧୧:- ଯଦି ଆପଣଙ୍କ ଘର ସାମ୍ନାରେ ଲାଗିଥିବା ତୁଳସୀର ଗଛର କୁଣ୍ଡରେ ଅଚାନକ ହିଁ ଜନ୍ଦା ପିମ୍ପୁଡ଼ି ଆସିବାକୁ ଲାଗିଯାଆନ୍ତି। ତେବେ ଏହା ଶୁଭ ସଙ୍କେତ ତ ହୋଇଥାଏ। କିନ୍ତୁ ତୁଳସୀ ଗଛରେ ଅନ୍ୟ କୀଟପତଙ୍ଗ ଲାଗିବାକୁ ଅଶୁଭ ସଂକେତ ମାନାଯାଇଥାଏ।

Advertisement