Updated: Mar 28, 2024, 18:24 IST

ହଠାତ୍ ବଦଳିଯିବ ପାଗ ଦେଖନ୍ତୁ ଏହିସବୁ ଜିଲ୍ଲାରେ ଛେଚିବ ପ୍ରବଳ ବର୍ଷା ଦେଖନ୍ତୁ ଆସିଲା ବହୁତ୍ ବଡ ଖବର

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେଠୁ ତତାଇଲାଣି ତାତି। ଆଗକୁ ତାତି ଆହୁରି ନାକେଦମ କରିବ। କିଛି ସ୍ଥାନରେ ୪୦ଡିଗ୍ରି ଛୁଇଁ ଯିବ। ରାଜ୍ୟରେ ମୁଖ୍ୟତଃ ପାଗ ଶୁଖିଲା ରହିଥିବାବେଳେ ଖରାର ପ୍ରକୋପ ବଢ଼ିବାରେ ଲାଗିଛି।
ଆସନ୍ତା ତିନି ଦିନରେ ସର୍ବୋଚ୍ଚ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ବନ୍ଧୁଗଣ ପାଗ ସାଧାରଣତଃ ଶୁଖିଲା ରହିବ। 
Rain
ଆଗାମୀ ଦୁଇ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। କିନ୍ତୁ ୩୦ ତାରିଖରେ ଗୋଟିଏ ପଶ୍ଚିମା ଝଡ଼ ଆସିବାର ରହିଛି। ଯାହାର ପ୍ରଭାବରେ ୩୦ ଓ ୩୧ ତାରିଖରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ପଶ୍ଚିମା ଝଡ଼ ପ୍ରଭାବରେ ୩୦ ତାରିଖରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗନ, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ କେତେକ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
Rain
ସେହିପରି ୩୧ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ କେତେକ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି। 
ସେଥିପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଛି।
ମୟୂରଭଞ୍ଜ ଜିଲ୍ଲା ଚନ୍ଦୁଆରେ ସର୍ବାଧିକ ବର୍ଷା ହୋଇଛି। ମାଲକାନଗିରି ଓ ଝାରସୁଗୁଡ଼ାରେ ଦିନର ତାପମାତ୍ର ସର୍ବାଧିକ ରେକର୍ଡ କରାଯାଇଛି। ଏହାଛଡ଼ା ରାଉରକେଲାରେ କେତେକ ସ୍ଥାନରେ କୁଆପଥର ବର୍ଷା ହୋଇଥିଲା।

Advertisement