Updated: Mar 19, 2024, 19:36 IST

ଆସିଲା ପ୍ରବଳ ବର୍ଷା ଦେଖନ୍ତୁ ଏହିସବୁ ଜିଲ୍ଲାକୁ ମିଳିଲା ସତର୍କ ସୂଚନା ଦେଖନ୍ତୁ କେଉଁ କେଉଁ ଜିଲ୍ଲା

VIRAl

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ସବୁ ଅଞ୍ଚଳର ଆଉ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଏବେ ପାଣିପାଗକୁ ନେଇ ଆସିଥିବା ଖବର ଜାଣିପାରିବେ । କାଳବୈଶାଖୀ ବର୍ଷାକୁ ନେଇ ଆସୁଥିବା ଖବର ଆପଣମାନେ ପାଇ ପାରୁଛନ୍ତି । ଆଜି ଆହୁରି ବଢିବ କାଳବୈଶାଖୀର ପ୍ରଭାବ । ତାଣ୍ଡବ ରଚିବ କାଳବୈଶାଖୀ । 
Viral
ବିଜୁଳି ଘଡଘଡି ସହିତ ବର୍ଷା ହେବା ସହ ପବନ ବହିବ । ଆଉ ଏହାସହ କୁଆ ପଥର ମଧ୍ୟ ମାଡ ହୋଇପାରେ । ପବନର ବେଗ ୫୦ ରୁ ୬୦ କିମି ରହିବ । ୧୪ ଜିଲ୍ଲାକୁ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଆଜି ୧୫ ଜିଲ୍ଲାକୁ ହାଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ 
ଗତକାଲି କାଳବୈଶାଖୀ ପ୍ରଭାବ ବରଗଡ଼, ସୋନପୁର, ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଭଦ୍ରକ, ଯାଜପୁର, କେନ୍ଦୁଝର, କଟକ, ବାଲେଶ୍ଵର, ଢେଙ୍କାନାଳ ଜିଲ୍ଲାରେ ଦେଖିବାକୁ ମିଳିଥିଲା ।
ବିଶେଷକରି ଭଦ୍ରକ ଜିଲ୍ଲାରେ କାଳବୈଶାଖୀ ରଚିଥିଲା ତାଣ୍ଡବ । ବିଭିନ୍ନ ସ୍ଥାନରେ କାଳବୈଶାଖୀ କ୍ଷୟକ୍ଷତି କରାଇବା ସହ ପ୍ରବଳ ବେଗରେ ପବନ ବୋହୁଥିଲା । ଅନେକ ଜନଜୀବନ କ୍ଷୟକ୍ଷତି ହୋଇଛି । ଆଜି ମଧ୍ୟ ୧୫ ଜିଲ୍ଲାକୁ ହାଇ ଆଲର୍ଟ ଜାରି କରାଯାଇଛି ।
ଆଜି କାଳବୈଶାଖୀର ପ୍ରଭାବ ବଢ଼ିବାକୁ ଯାଉଛି । ଆଜି ସକାଳେ ଅନେକ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିଥିଲା । ଆଉ ଅନେକ ସ୍ଥାନରେ ବର୍ଷା ହେବ ବୋଲି ସୂଚନା ମିଳିଛି । ୧୯ ତାରିଖରୁ ବର୍ଷାର ପ୍ରଭାବ ବଢିବ । ଆଉ ଏଥିପାଇଁ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ବଙ୍ଗୋପସାଗରରେ ଗୁରୁଚାପ ବଳୟ ସକ୍ରିୟ ରହିବାରୁ ଆସନ୍ତା ପାଞ୍ଚଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବ । ତାତିରୁ ବର୍ଷା ଆଣିଦେବ ଆଶ୍ୱସ୍ତି । ଆଜି ପାଇଁ ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ପ୍ରବଳ ବର୍ଷା ସହ ଘଡଘଡି ହେବ ବୋଲି ସୂଚନା ମିଳିଛି । ଆଉ ସେଥିପାଇଁ ଲୋକମାନଙ୍କୁ ବାହାରକୁ ନ ବାହାରିବା ପାଇଁ ବାରଣ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି ଦିନକୁ ଦିନ କାଳବୈଶାଖୀ ପ୍ରଭାବ ବଢୁଛି । ସେଥିପାଇଁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

Advertisement