Mar 20, 2024, 12:27 IST

ହ-ତ୍ୟା-କା-ରୀ ପିଙ୍କୁ କୁ ଡରାଉଚି ଭୂତ...ମୁଁ ବି ନିଜକୁ ଶେଷ କରିଦେବି..

Yy

ତ୍ରିକୋଣୀୟ ପ୍ରେମକୁ ନେଇ ରାଜଧାନୀରେ ହୋଇଥିବା ହତ୍ୟାକାଣ୍ଡ ଦୁଇ ଅଭିଯୁକ୍ତଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଆଜି ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ କ୍ୟାପିଟାଲ ଥାନା ଅଞ୍ଚଳର କାହ୍ନା ପ୍ରଧାନ ଓରଫ ପିଙ୍କୁ ଏବଂ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ନିହାରିକା ଦାସ।
ଖବର ମୁତାବକ ନିହାରିକା ସହ କାହ୍ନା ଓ ଗୌତମ ସାହୁ ନାମକ ଜଣେ ଯୁବକଙ୍କ ପ୍ରେମ ସମ୍ପର୍କ ଥିଲା। ତେଣୁ ପୂର୍ବରୁ କାହ୍ନା ଏବଂ ଗୌତମଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିଲା। ଯୋଜନା ମୁତାବକ ନିହାରିକା ଏବଂ କାହ୍ନା ଗୌତମକୁ ରାସ୍ତାରୁ ହଟାଇବା ପାଇଁ ଚାହୁଁଥିଲେ।
M
ଗତ ୧୬ ତାରିଖ ଶୁକ୍ରବାର ବିଳମ୍ବିତ ରାତିରେ ଅଞ୍ଜନ ବେହେରା ଏବଂ ତାଙ୍କ ସାଙ୍ଗ ଗୌତମ ସାହୁ ଜଟଣି ଅଞ୍ଚଳରୁ ଏକ ବିବାହର ଇଭେଣ୍ଟ କାମ ଶେଷ କରି ରାତି ସାଢ଼େ ଗୋଟାଏ ବେଳେ ଫେରିଥିଲେ।
ସେଠାରୁ ଫେରିବା ପରେ ଲକ୍ଷ୍ମୀସାଗର ଥାନା ନିକଟସ୍ଥ ହୋଟେଲ ସ୍ୱାଗତମ୍ ଆଗରେ ଠିଆ ହୋଇ କଥାବାର୍ତ୍ତା ହେଉଥିଲେ। ପୂର୍ବ ଯୋଜନା ମୁତାବକ ଅଭିଯୁକ୍ତ କାହ୍ନା, ତା’ ପ୍ରେମିକା ନିହାରିକା ଏବଂ ଅନ୍ୟ ୪ ଜଣଙ୍କ ସେଠାରେ ଆସି ପହଞ୍ଚିଥିଲେ।
ସେମାନଙ୍କ ମଧ୍ୟରେ କିଛି ସମୟ କଥା କଟାକଟି ହୋଇଥିଲା। ସେଥିରେ କାହ୍ନା ରାଗିଯାଇ ତା’ ବାଇକରେ ଥିବା ଗୋଟିଏ ଧାରୁଆ ଖଣ୍ଡା କାଢ଼ି ଗୌତମକୁ ଅକ୍ରମଣ କରିବାକୁ ଉଦ୍ୟମ କରିବା ବେଳେ ଗୌତମ ସେଠାରୁ ପ୍ରଣ ବଞ୍ଚାଇବା ପାଇଁ ଦୌଡ଼ି ଚାଲିଯାଇଥିଲା।
Uu
କିନ୍ତୁ ସେହି କ୍ରୋଧରେ ଅଞ୍ଜନର ପଛପଟୁ ଆକ୍ରମଣ କରିଥିଲା କାହ୍ନା। ଫଳରେ ଅଞ୍ଜନ ରକ୍ତ ଜୁଡୁବୁଡୁ ହୋଇ ସେଠାରେ ତଳେ ପଡିଯାଇଥିଲା। ଏହାପରେ ସମସ୍ତେ ସେଠାରୁ ଫେରାର ହୋଇଯାଇଥିଲେ।
ସ୍ଥାନୀୟ ଲୋକ ପିସିଆରକୁ ଫୋନ କରିବା ପରେ ସେଠାରେ ପୁଲିସ ପହଞ୍ଚି ପରିବାର ଲୋକଙ୍କ ସହୟତାରେ ଅଞ୍ଜନକୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ହେଲେ ଅଧିକ ରକ୍ତଶ୍ରାବ ଯୋଗୁ ଅଞ୍ଜନର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା।
ଏନେଇ ଅଞ୍ଜନ ବେହେରାର ମାଆଙ୍କ ଅଭିଯୋଗକ୍ରମେ ପୁଲିକ ଘଟଣାକୁ ଗୁରୁତ୍ୱର ସହ ନେଇ ଆଜି ଉଭୟ ପ୍ରେମିକ-ପ୍ରେମିକାଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହାର କରାଯାଇଥିବା ଖଣ୍ଡାକୁ ଜବତ କରିଛି।

Advertisement