Nov 18, 2023, 12:06 IST

କେଜାଣି କି ଯୁଗ ହେଲା, ବଡ଼ ଭାଇ ଫଟୋ ଉଠାଉଛି ଆଉ ହସି ହସି ଭାଉଜ କୁ ବାହା ହେଉଚି ଦିଅର

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ସାମ୍ନା କୁ ଆସିଛି ଏକ ଅଜବ ଘଟଣା ସ୍ଵାମୀଙ୍କ ଉପସ୍ଥିତି ରେ ଦିଅର ଙ୍କୁ ବିବାହ କରିଛି ସ୍ତ୍ରୀ। ଆଉ ପୋଲିସ ଥାନା ସାଜିଛି ଏହି ମାନଙ୍କର ବିବାହର ସାକ୍ଷୀ।
Special report
ଏହି କଥାଟି ଆପଣଙ୍କୁ ଅଜବ ଲାଗୁଥିଲେ ମଧ୍ୟ ଏହି କଥାଟି ହେଉଛି ପୁରାପୁରି ଭାବରେ ସତ। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାର ସୁବଳ ପୁର ରେ।
ପୋଲିସ ର ସୁଚନା ଅନୁସାରେ ୨୨ ବର୍ଷୀୟ ଝିଲି ପ୍ରଧାନ ତିନି ବର୍ଷ ପୁର୍ବରୁ ମାଧବ ପ୍ରଧାନ ଙ୍କୁ ବିବାହ କରିଥିଲେ। ତାଙ୍କର ମାଉସୀ ପୁଅ ଭାଇ ମାଧବଙ୍କ ଘରକୁ ଯିବା ଆସିବା କରୁଥିଲେ।
ଏହାପରେ ଭାଉଜ ଝିଲି ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପ୍ରଥମେ ପ୍ରଥମେ ସେମାନେ ଲୁଚା ଛପା ହୋଇ ଭେଟା ଭେଟି ହେଉଥିଲେ। ସେମାନଙ୍କୁ ଲୁଚା ଛପା ପ୍ରେମ ମଧ୍ୟ ଭଲ ଲାଗୁଥିଲା।
Special report
ଏହାପରେ ଦୁହେଁ ଦୁହିଁଙ୍କୁ ବିବାହ କରିବା ପାଇଁ ମଧ୍ୟ ମନସ୍ଥ କରିଥିଲେ। ପ୍ରେମ ସମ୍ପର୍କ ବଢ଼ି ଯିବାରୁ ଉଭୟ ଦିଅର ଓ ଭାଉଜ ଗତ ସପ୍ତାହରେ ଘରୁ ପଳାଇ ମଧ୍ୟ ଯାଇଥିଲେ।
ପରେ ପୋଲିସ ଖୋଜାଖୋଜି କରି ଏହି ପ୍ରେମୀ ଯୁଗଳଙ୍କୁ ଥାନାକୁ ଆଣିଥିଲା। ଉଭୟ ଦିଅର ଓ ଭାଉଜ ପରସ୍ପର କୁ ବିବାହ କରିବେ ବୋଲି ମଧ୍ୟ ସେମାନେ ଅଡି ବସିଥିଲେ।
ଏହାପରେ ତାଙ୍କର ପରିବାର ଲୋକେ ମଧ୍ଯ ଆସି ତାଙ୍କୁ ଖୁବ ବୁଝା ଶୁଝା କରିଥିଲେ। ହେଲେ ଉଭୟ ଦିଅର ଓ ଭାଉଜ କୌଣସି କଥା ଶୁଣି ନଥିଲେ।
ପୂରା ଥାନା ପରିସରରେ ଖୁବ୍ କୋଳାହଳ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଏହାପରେ ହିଁ ସେଠାରେ ସ୍ଵାମୀଙ୍କ ଉପସ୍ଥିତି ରେ ଦୁହେଁ ଦୁହିଁଙ୍କୁ ବିବାହ ମଧ୍ଯ କରିଥିଲେ। ଏହି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚା ର ବିଷୟ ପାଲଟିଛି।

Advertisement