Jan 10, 2024, 11:19 IST

ଦେଖନ୍ତୁ କେବଳ ହନୁମାନଙ୍କ ପାଇଁ ପ୍ରତିଷ୍ଠା ହୋଇପାରିଲା ରାମ ମନ୍ଦିର ଦେଖନ୍ତୁ କିପରି

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସାରା ବିଶ୍ୱ। ଆସନ୍ତା ୨୨ ତାରିଖରେ ହେବ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା। ମନ୍ଦିରରେ ବିରାଜମାନ କରିବେ ରାମଲାଲା। ଦେଶରୁ ବିଦେଶ ପର୍ଯ୍ୟନ୍ତ ପ୍ରତ୍ୟେକ ଭାରତୀୟ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ଅପେକ୍ଷା କରିଛନ୍ତି।
Special Report
ବିଦେଶରେ ମଧ୍ୟ ରାମ ମନ୍ଦିର ପ୍ରତିଷ୍ଠା ଦିବସକୁ ଆନନ୍ଦର ସହ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଜାନୁଆରି ୨୨ରେ ଅଯୋଧ୍ୟାର ରାମମନ୍ଦିରରେ, କର୍ଣ୍ଣାଟକର ପ୍ରସିଦ୍ଧ ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ‘ରାମଲାଲାଙ୍କ ମୂର୍ତ୍ତି’ ସ୍ଥାପନ କରାଯିବ। 
ଭଗବାନ ଶ୍ରୀରାମଙ୍କ ମୂର୍ତ୍ତିର ଲମ୍ବ ଓ ଏହାର ପ୍ରତିଷ୍ଠାର ଉଚ୍ଚତା , ଭାରତର ବିଶିଷ୍ଟ ମହାକାଶ ବୈଜ୍ଞାନିକଙ୍କ ପରାମର୍ଶକ୍ରମେ ପ୍ରସ୍ତୁତ କରାଯାଇଛି। ତେବେ ବନ୍ଧୁଗଣ ଆଉ ମାତ୍ର କିଛି ଦିନର ଅପେକ୍ଷା, ଜାନୁୟାରୀ ୨୨ ତାରିଖରେ ପ୍ରତିଷ୍ଠା ହେବାକୁ ଯାଉଛି ରାମ ମନ୍ଦିର ।
ରାମ ମନ୍ଦିର ପ୍ରତିଷ୍ଠା ପଛରେ ଥିଲା ଏହି ଦିବ୍ୟ ମାଙ୍କଡ଼ର ହାତ। କୋର୍ଟରେ ନବସିଥିଲେ ରାୟ ହୋଇ ପାରିନଥାନ୍ତା। ତେବେ ବନ୍ଧୁଗଣ ଦିନ ଥିଲା ୧୯୮୬ ମସିହା ରାମ ମନ୍ଦିର ପ୍ରତିଷ୍ଠା ହେବା ପାଇଁ ୨୦୧୯ ରେ ପଥ ପରିଷ୍କାର ହୋଇଥିଲା। 
Special Report
କିନ୍ତୁ ଏହି ଲଢେଇ ର ପ୍ରଥମ ସଫଳତା ମିଳିଥିଲା ୧୯୮୬ ମସିହାରେ। ଯେତେବଳେ ମସଜିଦ ର ତାଲା ଖୋଲିବା ପାଇଁ କୋର୍ଟ ରାୟ ଦେଇଥିଲେ। ଆଉ ଏହି ରାୟ ପଛରେ ରହିଥିଲା କଳା ରଙ୍ଗର ମାଙ୍କଡ ର ମୁଖ୍ୟ ଭୂମିକା। ରାୟ ଶୁଣା ଚାଲିଥିବା ସମୟରେ ଏକ ମାଙ୍କଡ କର୍ଟ ମଧ୍ୟକୁ ପ୍ରବେଶ କରି କୋର୍ଟ ର ଛାତ ଉପରେ ବସି ରହିଥିଲା।
ପୁରା ଦିନ ଅଖିଆ ଅପିଆ ମାଙ୍କଡ ଟି ବସି ରହିଥିଲା। ଆଉ କେତେବେଳେ କୋର୍ଟ ରାୟ ଦେଇଥିଲେ ବାପରେ ମସଜିଦ ର ତାଲା ଖୋଲିବା ପାଇଁ ସେତେବେଳେ ମାଙ୍କଡ ଟି ସେଠାରୁ ପଳାଇଥିଲା। 
ଏମିତି ସବୁ ଘଟଣାକୁ ବିଚାରପତି କୃଷ୍ଣମୋହନ ପାଣ୍ଡେ ତାଙ୍କ ଆତ୍ମଜୀବନୀ ଭଏସ ଅଫ କାନସାଇନ୍ସ ରେ ଲେଖିଛନ୍ତି। ସେ ଆହୁରି ମଧ୍ୟ ଲେଖିଥିଲେ କି ମାଙ୍କଡ ଟିକୁ ଯେତେ ଘୋଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ମାଙ୍କଡ ସେଠାରୁ ଯାଇନଥିଲା।
ଏହାପରେ ବିଚାରପତି ତାଙ୍କ ଘରକୁ ଯାଇଥିବା ବେଳେ ମଧ୍ୟ ମାଙ୍କଡ ଟି ତାଙ୍କ ଘର ଆଗରେ ବସିଥିବାର ଦେଖିଥିଲେ। ଏହାପରେ ବିଚାରପତି ମାଙ୍କଡ ଟିକୁ ଦିବ୍ୟ ମାଙ୍କଡ ଭାବି ମୁଣ୍ଡିଆ ମାରିଥିଲେ।

Advertisement