Oct 25, 2023, 11:33 IST

ବାଣୀବିହାର ରେ ମିଳୁଚି ୫ ଟଙ୍କିଆ ଗୁଟକା ମିଶା ଅଣ୍ଡା ଆମଲେଟ୍ : ଖାଇବାକୁ ଗ୍ରାହକ ଙ୍କ ପ୍ରବଳ ଭିଡ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଆପଣଙ୍କୁ ଏବେ ଏଭଳି ଏକ ଖାଇବା ରେଶିପି ସମ୍ପର୍କରେ କହିବାକୁ ଯାଉଛୁ ଯାହା ସମ୍ପର୍କରେ ଆପଣ ପୂର୍ବରୁ କେବେ ହେଲେ ଜାଣି ନଥିଲେ।
Special report
ଆଜ୍ଞା ହଁ ଆପଣ ମାନେ ସୋସିଆଲ ମିଡ଼ିଆ ଅନେକ ଖାଇବା ପ୍ରସ୍ତୁତି ଭିଡିଓ ଭାଇରାଲ୍ ହେଉଥିବା ଦେଖିବାକୁ ପାଇଥିବେ। ମାତ୍ର ଏବେ ଦେଖିବାକୁ ମିଳିଛି କି ଅଣ୍ଡା ରେ ମିଶା ଯାଉଛି ଗୁଟକା। ଏବେ ଏହାକୁ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଇଛି।
ଅଣ୍ଡା ରେ ତିଆରି ହେଉଛି ଗୁଟକା ଅମଲେଟ। ଏଭଳି ଅଦ୍ଭୁତ ଅମଲେଟ ସଂପର୍କରେ ନା ଆପଣ ପୂର୍ବରୁ କେବେ ଦେଖିଥିବେ ନା ଏହା ବିଷୟରେ କେବେ ଶୁଣି ଥିବେ। ଅଣ୍ଡା ଅମଲେଟ୍ ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ।
ଆଜିର ଯୁବପିଢୀ ମାନେ ମଧ୍ୟ ଅଣ୍ଡା ପ୍ରସ୍ତୁତ ଫାଷ୍ଟ ଫୁଡ ଖାଇବା ପାଇଁ ଖୁବ୍ ପ୍ରସନ୍ଦ୍ ମଧ୍ୟ କରି ଥାଆନ୍ତି। ହେଲେ ଏହି ଅଣ୍ଡା ରେ ଯେଉଁ ଗୁଟକା ଆମଲେଟ ପ୍ରସ୍ତୁତ ହେଉଛି ତାହାର ଭିଡିଓ ଏବେ ଭାଇରାଲ୍ ହେଉଛି।
Special report
ଏଥିରେ ଦେଖିବାକୁ ମିଳିଛି କି କିଛି ଅଣ୍ଡା ସହ ଗୁଟକା ବା ପାନ ମସଲା କୁ ମିଶାଯାଇ ଏହି ଆମଲେଟ ପ୍ରସ୍ତୁତ କରାଯାଉଛି। ଏହି ଭିଡ଼ିଓ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।
କାରଣ ପାନ ମସଲା ସ୍ବାସ୍ଥ୍ୟ ପକ୍ଷେ ଖରାପ୍ ହୋଇଥିବା ବେଳେ ତାକୁ ନେଇ ଏଭଳି ବ୍ଯବହାର କରା ଯାଇଛି ବୋଲି ଏହାକୁ ଲୋକମାନେ ମଧ୍ୟ ଖୁବ ନାପସନ୍ଦ କରିଛନ୍ତି । ଭିଡିଓ ରେ ଦେଖିବାକୁ ମିଳିଛି କି ଏକ ରାସ୍ତା କଡ ଦୋକାନରେ ଆମଲେଟ ପ୍ରସ୍ତୁତ ଚାଲିଛି।
ତିଆରି କରୁଥିବା ଦୋକାନୀ ପୂର୍ବରୁ କିଛି ପାତ୍ରରେ ଅଣ୍ଡା ଭାଙ୍ଗି ରଖି ଦେଇଛନ୍ତି। ପରେ ସେଥିରେ ଦୁଇଟି ଗୁଟକା ପ୍ୟାକେଟ ମଧ୍ୟ ଛିଡାଇ ପକାଉଛନ୍ତି। ଆଉ ତାହାକୁ ସେଥିରେ ମିଶ୍ରଣ କରିବା ପରେ ସେ ଆମଲେଟ ତିଆରି କରିଛନ୍ତି।
ସୋସିଆଲ ମିଡ଼ିଆ ବ୍ୟବହାରକାରୀ ମାନେ ମଧ୍ୟ ଏହାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହାକୁ ଦେଖିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।

Advertisement