Updated: Aug 31, 2023, 14:48 IST

ଗୋଟିଏ ଝିଅ ପାଇଁ ବଦଳିଗଲା ଶ୍ରୀ ମନ୍ଦିର ର ନିୟମ ! ଦେଖନ୍ତୁ ପ୍ରକୃତ ସତ୍ୟ ଘଟଣା

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଆଉ ଏହି ଦିନ ସମସ୍ତ ଭାଇ ହାତରେ ତାଙ୍କ ଭଉଣୀ ମାନେ ତାଙ୍କର ରକ୍ଷା କବଚ ଭାବରେ ରାକ୍ଷୀ ବାନ୍ଧି ଥାଆନ୍ତି।
ସେଭଳି ସୁଭଦ୍ରା ମଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ହାତରେ ମଧ୍ୟ ରାକ୍ଷୀ ବାନ୍ଧି ଥାଆନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏହା ଉପରେ ଏକ ଛୋଟିଆ କଥା କହିବାକୁ ଯାଉଛୁ। ତେବେ ଆପଣ ମାନେ ଜାଣିଛନ୍ତି ଶ୍ରୀମନ୍ଦିର ର କିଛି ଦୂରରେ ଏକ ଜଗା ରହିଛି ଯାହାର ନାମ ମାଳତୀ ପାଟପୁର।
Viral news
ଏହି ଗ୍ରାମର ନାମ ଆଗରୁ ଥିଲା ପାଟପୁର ସେଠାରେ ଏକ କୁନି ଝିଅ ମାଳତୀ ଥିଲା। ତାଙ୍କର କୌଣସି ଭାଇ ନଥିଲେ। ଆଉ ସେ ତାଙ୍କର ମାଆ ଙ୍କ ଆଗରେ ବାପା ଙ୍କ ଆଗରେ କାନ୍ଦିବାକୁ ଲାଗିଲେ ଆଉ କାନ୍ଦି କାନ୍ଦି କହିଲେ କି ତାଙ୍କର କଣ ପାଇଁ କେହି ଭାଇ ନାହାଁନ୍ତି? ସେ କାହାକୁ ରାକ୍ଷୀ ବାନ୍ଧିବେ?
ଆଉ ତାଙ୍କୁ ତାଙ୍କର ବାପା ଆଶ୍ଵାସନା ଦେଲେ କି ତାଙ୍କର ଭାଇ ବଡ଼ ଦେଉଳରେ ଅଛନ୍ତି। ଗୋଟାଏ ନୁହେଁ ଦୁଇ ଦୁଇଟା ଭାଇ ଗୋଟେ ଜାଗା ଓ ଅନ୍ୟ ଜଣେ ବଳିଆ।
Viral
ଏହାପରେ ମାଳତୀ ତାଙ୍କର ଦୁଇ ଭାଇ ଜଗା,ବଳିଆ ଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଯିବେ ବୋଲି କହିଲେ। ଆଉ ବାପା ମାଆ ସୋଇ ପଡ଼ିବା ପରେ ସିଧା ରାକ୍ଷୀ ଧରି ମାଳତୀ ଅରୁଣ ସ୍ତମ୍ଭ ପାଖରେ ପହଞ୍ଚି ଗଲେ। ଏହାପରେ ସେଠାରେ ଥିବା ପଣ୍ଡା ମାନେ ତାଙ୍କୁ କହିଲେ କି ଏଭଳି ବାହାରୁ କୌଣସି ଜିନିଷ ମହାପ୍ରଭୁ ଗ୍ରହଣ କରିବେ ନାହିଁ।
ଏହାପରେ ମାଳତୀ କାନ୍ଦିଲେ ଆଉ ତାଙ୍କ ରାକ୍ଷୀ କୁ ଫୋପାଡି ଦିଆ ଗଲା। ଏହାପରେ ମାଳତୀ ଆଉ କେବେ ହେଲେ ତାଙ୍କ ଭାଇ ପାଖକୁ ଆସିବେନି ବୋଲି କାନ୍ଦି କାନ୍ଦି ବାରଣ କରିଦେଲେ।
Jaganath
ସେଠାରେ ପଡି ରହିଲେ ମାଳତୀ। ଏହାପରେ ଗଜପତି ଙ୍କୁ ସ୍ୱପ୍ନାଦେଶ ହେଲା କି ତାଙ୍କୁ ତାଙ୍କର ଭଉଣୀ ହାତରୁ ରାକ୍ଷୀ ବାନ୍ଧିବାର ଅଛି। ମାତ୍ର ସେତେବେଳକୁ ମାଳତୀ ତାଙ୍କର ଗ୍ରାମକୁ ଚାଲି ଯାଇଥାନ୍ତି।
ଏହାପରେ ରାଜା ତାଙ୍କର ଘରକୁ ଗଲେ ଏବଂ ମାଳତୀ ଙ୍କ ବାପା ମାଆ ଭାବିଲେ କି ତାଙ୍କ ଝିଅ ବୋଧ ହୁଏ କେଉଁ ଅପରାଧ କରିଛି ସେଥିପାଇଁ ସେ ରାଜା ଙ୍କ ଗୋଡ ତଳେ ପଡ଼ି କ୍ଷମା ପ୍ରାର୍ଥନା କରିଲେ। ମାତ୍ର ଅଶ୍ରୁଭରା ନୟନରେ ରାଜା କହିଲେ କି ତାଙ୍କ ଝିଅ ମାଳତୀ ହାତରୁ ମହାପ୍ରଭୁ ରାକ୍ଷୀ ବାନ୍ଧିବାକୁ ଚାହୁଁ ଛନ୍ତି 
ଏହା ଶୁଣି ମାଳତୀ ଆଶ୍ଚର୍ଯ୍ୟ ହୋଇ କାନ୍ଦିବାକୁ ଲାଗିଲା ଆଉ ଏହାପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ। ଆଉ ସେବେ ଠାରୁ ସେହି ଗ୍ରାମର ନାମ ରାଜା ମାଳତୀ ପାଟପୁର ରଖିଦେଲେ।

Advertisement