ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଓଡିଶାରେ ଗୋ ଚାଲାଣ କରୁଣ ଦୃଶ୍ୟ ଦେଖିଲେ ଲାଗୁଛି ଆଉ କିଛି ଦିନ ଗଲେ ଗୋ ବଂଶ ଲୋପ ପାଇଯିବ। ଆମର ହିନ୍ଦୁ ସମାଜ ଏହି କରୁଣ ଦୃଶ୍ୟ ଆମେ ଦେଖୁଛୁ କିନ୍ତୁ କେହି କିଛି କରିପାରୁ ନାହାଁନ୍ତି ଆଉ ଯିଏ ଯଦି ଏହାକୁ ବିରୋଧ କରିଛୁ ତାକୁ ମିଛ କେଶ୍ କରି ଫସେଇ ଦିଆଯାଇଛି।
ରାଜ୍ୟ ସରକାର ଯଦି ଏଥିପ୍ରତି ଦାୟିତ୍ଵ ବାନ ହେଇ ଗୋ ବଂଶ ସୁରକ୍ଷା ଉପରେ କିଛି କରନ୍ତେ ତେବେ ଗୋ ବଂଶ ଲୋପ ପାଇବାରୁ ରକ୍ଷା ପାଇପାରନ୍ତା। କିନ୍ତୁ ଆମ ସରକାର ଏଥିପାଇଁ ବିଶେଷ ଦୃଷ୍ଟି ଦେଉନାହାନ୍ତି। ତେବେ ସମୟ ହିଁ କହିବ ଗୋ ବଂଶ ଲୋପ ହେବାରୁ ବଞ୍ଚିବ କି ନଷ୍ଟ ହେବ।

ବନ୍ଧୁଗଣ ରାଜ୍ୟରେ ଦିନକୁ ଦିନ ବଢୁଛି ବେଆଇନ ଗୋଚାଲାଣ ଦିନ ଦ୍ବିପ୍ରରରେ ଖୁଲମ ଖୁଲା ଗୋଚାଲାଣ କରୁଛନ୍ତି ବ୍ୟବସାୟୀ। ନା ଅଛି ଆଇନ କାନୁନକୁ ଭୟ ନା ସଂସ୍କୃତି ଓ ସମାଜ ପ୍ରତି ସମ୍ମାନ। କିନ୍ତୁ ଦିନକୁ ଦିନ ବେଆଇନ ଗୋଚାଲଣ ବୃଦ୍ଧି ପାଉଥିବା ବେଳେ ଏହାକୁ ଅଟକାଇବା ଦିଗରେ ପ୍ରଶାସନ ବିଫଳ ହୋଇଛି।
ବନ୍ଧୁଗଣ ଗୋମାତା ହେଉଛନ୍ତି ହୀନ୍ଦୁ ଧର୍ମର ପ୍ରତୀକ। ତାଙ୍କ ଦେହରେ ୩୩କୋଟି ଦେବତା ବାସ କରନ୍ତି। ଏଣୁ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ବେଆଇନ ଗୋଚାଲାଣ ରୋକିବା ପାଇଁ ଅଣ୍ଟା ଭିଡିଛନ୍ତି।
ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳିଛି ସକାଳୁ ସକାଳୁ ଧାମନଗର ଛକରେ ଠD01Q5206 ଏକ ପିକଅପ ଅଭିନବ ଉପାୟରେ ଗୋଚାଲାଣ କରୁଥିଲେ।
ବିଧର୍ମୀ, ଗୋସେବକ ଦ୍ଵାରା ସକାଳୁ ସକାଳୁ ସେହି ଗାଡିକୁ ଧରିଥିଲେ। ପୋଲିସ ଧରି ଛାଡିଦେଉଥିବା ଗାଡିରେ ପୁଣି ଚାଲିଛି ଗୋ ଚାଲାଣ। ସିମୁଳିଆ ପୋଲିସ ଗୋ ସେବକ ୧ମାସ ଆଗରୁ ଏହି ଗାଡିକୁ ଧରିଥିଲା, ମାତ୍ର ସହଜରେ ଛାଡିଦେବାରୁ ପୁଣି ଚାଲିଲା ଗୋଚାଲାଣ। ତେବେ ବନ୍ଧୁଗଣ ଆଗାମୀ ଦିନରେ ବେଆଇନ ଗୋ ଚାଲାଣକୁ ଅଟକାଇବା ପାଇଁ ପୋଲିସ ପ୍ରଶାସନର କୋଠାର ଆଇନର ନିହାତି ଆବଶ୍ୟକ।