Updated: Aug 23, 2023, 10:53 IST

ମିଳିଲା ସତର୍କ ସୂଚନା ଏହି ସବୁ ଜିଲ୍ଲାରେ ଘଡଘଡି ସହ ଛେଚିବ ପ୍ରବଳ ବର୍ଷା ଦେଖନ୍ତୁ ଏବେଠୁ ରୁହନ୍ତୁ ସାବଧାନ

Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପାଣିପାଗ ବିଭାଗ ତରଫରୁ ବହୁତ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଯାହା ସୂଚନା ମିଳିଛି ଆସନ୍ତା ୨୫ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଆଉ ଏକ ଘୁର୍ଣ୍ଣିବଳୟ, ତେବେ ୨୩ ତାରିଖରୁ ବଢିପାରେ ବର୍ଷା।
ସୂଚନା ଅନୁସାରେ ବର୍ଷାର ପରିମାଣ ବଢିବା ପରେ କିଛି କିଛି ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏବଂ କିଛି ଅଞ୍ଚଳରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। 
Viral news
ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନଥିଲେ ମଧ୍ୟ ରାଜ୍ୟର ଏକାଧିକ ଜିଲ୍ଲାରେ ବର୍ଷା ଲାଗି ରହିଛି। ତେବେ ବନ୍ଧୁଗଣ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଜାରି ରହିଛି। ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି। ବର୍ଷା ଓ ଘଡଘଡି ନେଇ ରାଜ୍ୟର ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଘଡ଼ଘଡ଼ି ଓ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। 
ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେ଼ଙ୍କାନାଳ, କେନ୍ଦୁଝର, ମୟୁରଭଂଜ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ବାଲେଶ୍ଵର, ଗଜପତି, ଓ ଗଞ୍ଜାମ।
Viral video
ସୋମବାର ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଘଡଘଡି ବିଜୁଳି ସାଙ୍ଗକୁ ବର୍ଷା ଲାଗି ରହିଥିଲା। ରାଜ୍ୟର ଅନ୍ୟ କିଛି ଉପକୂଳ ଅଞ୍ଚଳରେ ମଧ୍ୟ ଘଡଘଡି ସହ ବର୍ଷା ହୋଇଥିଲା। ତେବେ ଆଗକୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ କହିଛି।
ଅନ୍ୟପକ୍ଷରେ ଚଳିତ ମୌସୁମୀ ଋତୁରେ, ଜୁନ୍ ୧ ତାରିଖରୁ ଅଗଷ୍ଟ ୨୨ ତାରିଖ ସୁଦ୍ଧା ରାଜ୍ୟରେ ୭୪୩ ଦଶମିକ ୮ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି। ଏହି ସମୟ ମଧ୍ୟରେ ସ୍ୱାଭାବିକ୍ ବର୍ଷା ୮୨୨ ଦଶମିକ ୯ ମି.ମି ରହିଥାଏ। ଏହି ଅବଧି ମଧ୍ୟରେ ୧୧ଟି ଜିଲ୍ଲାରେ ନିଅଣ୍ଟିଆ, ଗୋଟିଏ ଜିଲ୍ଲାରେ ଅତ୍ୟଧିକ ଏବଂ ଅନ୍ୟ ୧୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ଼ ହୋଇଛି।

Advertisement