Updated: Mar 4, 2024, 10:43 IST

ଚାଷୀ ଭାଇ ମାନେ ଖୋଲିଲେ ମୁଁହ ଦେଖନ୍ତୁ ଏହିସବୁ ଯୋଜନା ପାଇଁ ଦେଲେ ହୃଦୟରୁ ଧନ୍ୟବାଦ

Farmer

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Viral
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
ଓଡିଶା ଏକ କୃଷି ବହୁଳ ରାଜ୍ୟ। ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରି ନିଜର ପରିବାର ଚଳାନ୍ତି। ରାଜ୍ୟର ନାମମାତ୍ର ଚାଷୀ ଏବଂ ଭାଗ ଚାଷୀଙ୍କ ସଂଖ୍ୟା ମଧ୍ୟ ଅଧିକ। ବିପର୍ଯ୍ୟୟ କାରଣରୁ ଚାଷ ନଷ୍ଟ ହେଲେ ଚାଷୀଙ୍କ ପରିବାର ଭରଣ ପୋଷଣରେ ଅସୁବିଧା ହୋଇଥାଏ।
Farmer
ଚାଷୀ ଓ ଚାଷ ଅର୍ଥନୀତିର ମେରୁଦଣ୍ଡ କୁହାଯାଉଥିଲେ ମଧ୍ଯ ଏମାନଙ୍କ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ବରିଷ୍ଠ ପଦକ୍ଷେପ। ୨୦୧୮ ମସିହା ଡିସେମ୍ବର ୨୧ ତାରିଖରେ ରାଜ୍ୟର ଆରମ୍ଭ ହୋଇଥିଲା କାଳିଆ ଯୋଜନା। 
କୃଷି କ୍ଷେତ୍ରରେ ଅର୍ଥ ବିନିଯୋଗ ଓ କୃଷକ ମାନଙ୍କ ନିରାପତ୍ତା ରାଜ୍ୟରେ ଦାରିଦ୍ର୍ୟକୁ ସମନ୍ଵିତ କରିଥାଏ। କାଳିଆ ଯୋଜନା ରାଜ୍ୟରେ ଚାଷ ଓ ଚାଷୀଙ୍କ ବେଶ ସହାୟକ ହେଉଛି।
ରାଜ୍ୟରେ ଅସମର୍ଥ କୃଷି ପରିବାର ଓ ଭୂମିହୀନ ଚାଷୀ ଏବଂ ନାମମାତ୍ର ଚାଷୀଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ଏହାର ଲକ୍ଷ। କାଳିଆ ଯୋଜନା ମାଧ୍ୟମରେ ରାଜ୍ୟ ସରକାର ୯୨ ପ୍ରତିଶତ ଚାଷୀ ଏବଂ ପ୍ରାୟ ଅଭାବ ଗ୍ରସ୍ତ ଭୂମିହୀନ ଚାଷୀ ମାନଙ୍କୁ ପରିସର ଭୁକ୍ତ କରିବା ପାଇଁ ଯୋଜନା କରିଛନ୍ତି। 
ଏହି ବ୍ୟବସ୍ଥା ମାଧ୍ୟମରେ ରଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ପ୍ରତି ରବି ଓ ଖରିବ ଋତୁରେ ଚାଷ କାର୍ଯ୍ୟ କରିବା ପାଇଁ ବିହନ, ସାର, କୀଟନାଶକ ଔଷଧ କିଣିବା ସହିତ ମଜୁରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ମୋଟ ୨୫୦୦୦ ଟଙ୍କା ସହାୟତା କରାଯାଉଛି।
ଏହି ଯୋଜନା ୨୦୧୮ ଏବଂ ୨୦୧୯ ମସିହା ରବି ଋତୁରେ କାର୍ଯ୍ୟକାରୀ କରାଯାଇଥିଲା। ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିଙ୍କ ପାଇଁ ଏହି ଯୋଜନା ବିଶେଷ ଭାବରେ ସହାୟକ ହେଉଛି। ସାମାଜିକ ସ୍ଵାସ୍ଥ୍ୟ ସୁରକ୍ଷା, ଖାଦ୍ୟ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ସ୍ଵତନ୍ତ୍ର ଯୋଜନା ପ୍ରଣୟନ କରିଛନ୍ତି।

Advertisement