ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଅନେକ ପ୍ରକାରର ଖବର ପାଇ ପାରୁଛନ୍ତି ।
ଏବେ ସୋସିଆଲ ମିଡିଆରେ ଓଲିଉଡ ଜଗତର ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ମଧ୍ୟ ଖବର ଆସିଥାଏ । ଆଉ ଲୋକମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଅନେକ ଖବର ଜାଣି ପାରିଥାନ୍ତି । ଆପଣମାନେ ସମସ୍ତେ ତ ଓଲିଉଡ ଜଗତର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟଙ୍କୁ ଜାଣିଥିବେ । ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି ।

ଏହି ଅଭିନେତ୍ରୀ ଜଣକ ଦେଖିବାକୁ ମଧ୍ୟ ସୁନ୍ଦର ଅଟନ୍ତି । ଅଭିନେତ୍ରୀ ଏଲିନା ସାମନ୍ତରାୟ ଅନେକ ଗୁଡ଼ିଏ ଫିଲ୍ମରେ ଅଭିନୟ ବି କରିଛନ୍ତି । ଏବେ ଏହି ଅଭିନେତ୍ରୀ ଜଣଙ୍କୁ ନେଇ କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ଅଭିନେତ୍ରୀ ଏଲିନା ସାମନ୍ତରାୟ ଖୁବ୍ କମ୍ ସମୟ ମଧ୍ୟରେ ଓଲିଉଡ ଜଗତରେ ବହୁତ ନାମ କରି ସାରିଲେଣି । ଏହି ଅଭିନେତ୍ରୀ ଜଣକ "କିଏ ହେବ ମୋ ହିରୋଇନ୍" ଜରିଆରେ ଓଲିଉଡ ଜଗତରେ ପ୍ରବେଶ କରିଥିଲେ । ସେ ଅନେକ ଅଭିନେତାଙ୍କ ସହିତ ଫିଲ୍ମ୍ କରିଛନ୍ତି ।

ସୁପରଷ୍ଟାର ବାବୁଶାନ୍, ଅନୁଭବ, ଅରିନ୍ଦମ ଆଦି ଅନେକ ହିରୋମାନଙ୍କ ସହିତ ସେ ଫିଲ୍ମ୍ କରିଛନ୍ତି । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା "ଇସ୍କ ତୁ ହି ତୁ" । ତାପରେ ସେ ଅନେକ ସୁପରହିଟ ଫିଲ୍ମ୍ କରିଛନ୍ତି । ସୋସିଆଲ ମିଡ଼ିଆରେ ଏବେ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କର କିଛି ଫଟୋ ଦେଖିବାକୁ ମିଳୁଛି ।
ଯାହା ଦେଖିଲେ ଆପଣମାନେ ମନ ଭିତରେ ଅନେକ କଥା ଭାବିବେ । ତାଙ୍କୁ ପଲଥିନ ଦ୍ଵାରା ବନ୍ଧା ଯାଉଛି । ଆଉ ତାଙ୍କ ଦେହ ସାରା ରକ୍ତରେ ଯୁଡୁବୁଡୁ ହୋଇଛି । ସେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଛନ୍ତି । ଏହା ଏବେ ଦେଖିବାକୁ ମିଳୁଛି ।
ଏବେ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଏଭଳି କିଛି ଫଟୋ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି । ଏବେ ଏହି ଫଟୋକୁ ନେଇ ଅନେକ କଥା ସାମ୍ନାକୁ ଆସୁଛି । ଏମିତି କଣ ହେଲା ଅଭିନେତ୍ରୀ ଜଣଙ୍କର ବୋଲି ପ୍ରଶ୍ନ ଆସୁଛି । ତାହେଲେ ସତ କଣ ଜାଣି ରଖନ୍ତୁ ।
ଫଟୋରେ ଦେଖାଯାଉଥିବା ଏହି ଦୃଶ୍ୟ ସତ ନୁହେଁ । ଏହା ଅଭିନେତ୍ରୀ ଜଣଙ୍କର ରିଅଲ ଲାଇଫର କଥା ନୁହେଁ ଏହା ହେଉଛି ତାଙ୍କ ରିଲ ଲାଇଫର କଥା । ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କର ନୂଆ ଫିଲ୍ମ୍ ଆସିବାକୁ ଯାଉଛି ଆଉ ଯାହାର ସୁଟିଂ କରାଯାଉଛି । ଏହି ଫିଲ୍ମରେ ଆପଣମାନେ ଏହି ଦୃଶ୍ୟ ଦେଖିବାକୁ ପାଇବେ ।