Updated: Sep 5, 2023, 09:49 IST

ଏହି ଗାଁ ରେ ବାହା ହେବାକୁ ମନା ଦେଖନ୍ତୁ କେଉଁଠି ଏହି ଗ୍ରାମ ଯେଉଁଠି ବାହା ହୁଅନ୍ତିନି ପୁଅ ଝିଅ

Viral

ନମସ୍କାର ପାଠକ ବନ୍ଧୁ।ଆମେ ଆପଣ ମାନଙ୍କୁ ଏପରି କଥା ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ।ଓଡ଼ିଶା ରେ ଏଭଳି କିଛି ଗାଁ ଅଛି ଯେଉଁ ଠାରେ ଲୋକ ମାନେ ବହୁତ ଦୁଃଖ କଷ୍ଟ ରେ ଜୀବନ ବିତାଉ ଛନ୍ତି।
VIRAl
ଗାଁ ରେ ପାଣି ରାସ୍ତା ର ଅସୁବିଧା ଅଛି।ଲୋକ ମାନେ ଅଲଗା ଗାଁ କୁ ଯାଇ ପାରନ୍ତି ନାହିଁ।ରହିବା ପାଇଁ ସୁବିଧା ମଧ୍ୟ ସେଠାରେ କିଛି ନାହି।ଏ ନେଇ ସରକାର ଙ୍କ ତରଫ ରୁ କୌଣସି ପଦକ୍ଷେପ ନିଆ ଯାଇ ନାହିଁ।ସରକାରୀ ବାବୁ ମାନେ ମଧ୍ୟ କେବେ ସେ ଗାଁ ରେ ପାଦ ରଖି ନାହାନ୍ତି।
ସବୁଠୁ ବଡ ସମସ୍ୟା ହେଉଚି ସେ ଗାଁ ର ପୁଅ ଝିଅ ମାନେ ଅବିବାହିତ ହେଇ ରହୁଛନ୍ତି।ଏହି ଘଟଣା ଟି ହେଉଚି କୋରାପୁଟ ଜିଲ୍ଲାର।ସେଠାରେ ଏପରି ଏକ ଗାଁ ରହିଛି ଯେଉଁ ଠାରେ ପୁଅ ଝିଅ ମାନଂକ ବିବାହ ହୋଇ ପାରୁ ନାହିଁ।
ଅନ୍ୟ ଗାଁ ର ପୁଅ ଝିଅ ମାନେ ଏମାନଙ୍କୁ ବିବାହ କରିବା ପାଇଁ ଇଛା ପ୍ରକାଶ କରୁ ନାହାନ୍ତି।ଏହାର ସବୁଠୁ ବଡ କାରଣ ହେଉଛି।ଏଠାରେ ରାସ୍ତା ର ସୁବିଧା ନାହିଁ।ଲୋକ ଙ୍କ ପାଖରେ ପାଣି ମଧ୍ୟ ପହଞ୍ଚି ପାରି ନାହିଁ।ପାଣି ପାଇଁ ଲୋକ ମାନେ ପୋଖରୀ ଓ କେନାଲ ଉପରେ ନିର୍ଭର କରୁଛନ୍ତି।
Vilage
ସେଠାକାର ବାପା ମା ମାନଙ୍କ ପାଇଁ ବଡ ସମସ୍ୟା ହେଉଚି ସେମାନଙ୍କ ପିଲା ମାନଙ୍କର ବିବାହ।ସେଠାର ଝିଅ ମାନଙ୍କୁ ମଧ୍ୟ କେହି ବିବାହ କରୁ ନାହାନ୍ତି।ସମସ୍ତେ କହୁଛନ୍ତି ଯେ ଏମାନେ ପାଠ ପଢି ନାହାନ୍ତି।କିଛି ଜାଣି ନାହାନ୍ତି।ସେମାନେ ଶିକ୍ଷିତ ସମାଜ ଠାରୁ ବହୁତ ଦୂର ରେ ଅଛନ୍ତି।
ଯେଉଁଥିପାଇଁ ସେମାନଙ୍କ ବାପା ମା ମାନେ ନିଜ ପିଲା ମାନଙ୍କ ପାଇଁ ଖୁବ୍ ଚିନ୍ତା କରୁଛନ୍ତି।ସେମାନେ ଗଣ ମାଧ୍ୟମ କୁ ଏକଥା କହିବା ସମୟ ରେ କାନ୍ଦି ପକାଇଥିଲେ।ଅନେକ ଦିନ ଧରି ଏମାନେ ଏପରି ରହିଛନ୍ତି।
ସରକାର ଯଦି ତାଙ୍କ ଦୁଃଖ ବୁଝି ଥାନ୍ତେ ଆଜି ସେମାନେ ଏପରି ପରିସ୍ଥିତି ର ସମ୍ମୁଖୀନ ହୋଇ ନ ଥାନ୍ତେ।ଯଦି ଏବେ ସେଠାରେ ରାସ୍ତା ଓ ଜଳ ର ସୁବିଧା ହୋଇ ଯାଆନ୍ତା।ତେବେ ସେଠାରେ ପୁଅ ଝିଅ ମାନେ ବିବାହ କରି ପାରନ୍ତେ।

Advertisement