Mar 7, 2024, 17:58 IST

ଏହି ବ୍ୟକ୍ତି ନେଇଛନ୍ତି ୨୧୭ଟି କୋରୋନା ଟିକା ଦେଖନ୍ତୁ କେମିତି ଅଛି ବର୍ତ୍ତମାନ ଅବସ୍ଥା

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କ-ରୋ-ନା ଟିକା ନେବାର ନିୟମ ହେଉଛି ଡବଲ ଡୋଜ୍। ଏହା ଠାରୁ ଅଧିକ ନେବା ବିଲକୁଲ ବି ଠିକ ନୁହେଁ। ହେଲେ ଏମିତି ଜଣେ ବ୍ୟକ୍ତି ଆଛନ୍ତି ସେ ୨୧୭ ଥର ନେଲେଣି କ-ରୋ-ନା ଟିକା। ସାଧାରଣତଃ ଏତେ ଥର ନେଲେ ମଣିଷ ମରିବା କଥା ନୁହେଁ।
କିନ୍ତୁ ଉକ୍ତ ବ୍ୟକ୍ତି ଜଣକ ଏବେ ସମ୍ପୂର୍ଣ୍ଣ ସୁସ୍ଥ ରହିଛନ୍ତି। ଯାହାକୁ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ବନ୍ଧୁଗଣ ଜର୍ମାନୀରେ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କୁ ଡାକ୍ତରୀ ପରାମର୍ଶ ବିନା ୨୧୭ ଥର ଟିକା ଦିଆଯାଇଛି।
ଏହି ଅଜବ ଘଟଣା ‘ଦ ଲାନସେଟ୍ ଇନଫେକ୍ସିଆସ୍ ଡିଜିଜ୍’ ପତ୍ରିକାରେ ରେକର୍ଡ କରାଯାଇଛି। ଲାନସେଟ୍ ରିପୋର୍ଟ ଅନୁଯାୟୀ, ବ୍ୟକ୍ତିଗତ କାରଣରୁ ଏହି ବ୍ୟକ୍ତି ଜାଣିଶୁଣି ଏହି ଟିକା କିଣିଛନ୍ତି ଏବଂ ଦେଇଛନ୍ତି।
COVID
୨୯ ମାସ ମଧ୍ୟରେ ସବୁ ଟିକା ଦିଆଯାଇଛି। ୟୁନିଭର୍ସିଟି ଅଫ୍ ଏର୍ଲାଙ୍ଗେନ୍-ନ୍ୟୁରେମ୍ବର୍ଗର ଗବେଷକମାନେ କହିଛନ୍ତି ଯେ "ଏହି ବ୍ୟକ୍ତି ଟିକାର ଏତେ ମାତ୍ରା ନେବା ସତ୍ତ୍ୱେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଇ ନଥିଲେ।" ବିଶ୍ୱବିଦ୍ୟାଳୟର ମାଇକ୍ରୋବାୟୋଲୋଜି ବିଭାଗର ଡାକ୍ତର କିଲିଆନ୍ ସୋବର ମଧ୍ୟ କହିଛନ୍ତି।
ଯାହାକି "ଖବରକାଗଜରେ ପ୍ରକାଶିତ ଖବରରୁ ଆମେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲୁ। ଏହାପରେ ଆମେ ଏହି ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲୁ। ଏବଂ ତାଙ୍କୁ ପୃଥକ ପରୀକ୍ଷା ପାଇଁ ଏର୍ଲାଙ୍ଗେନ ଆସିବାକୁ କହିଥିଲୁ।
ସେ ଏହା କରିବାକୁ ବହୁତ ଆଗ୍ରହୀ ଥିଲେ। ଏହି ବ୍ୟକ୍ତି ଜଣକ ତାଙ୍କ ରକ୍ତ ଓ ଲାଳର ଏକ ନୂତନ ନମୁନା ଦେଇଥିଲେ। ଗବେଷକ ମାନେ ଏହି ବ୍ୟକ୍ତିଙ୍କର କିଛି ଫ୍ରୋଜେନ୍ ରକ୍ତ ନମୁନା ମଧ୍ୟ ପରୀକ୍ଷା କରିଥିଲେ।"
ଡାକ୍ତର ଶୋବର କହିଛନ୍ତି ଯେ "ଟିକା ପ୍ରତି ରୋଗ ପ୍ରତିରୋଧକ ଶକ୍ତି କିପରି ପ୍ରତିକ୍ରିୟା ପ୍ରକାଶ କରେ ତାହା ଜାଣିବା ପାଇଁ ଏହି ନମୁନା ବ୍ୟବହାର କରାଯାଇଥିଲା।"
୧୩୦ ଡୋଜ୍ ର ପ୍ରମାଣ ମାଗିବର୍ଗ ସହରର ଜଣେ ସରକାରୀ ଓକିଲ ସଂଗ୍ରହ କରିଥିଲେ, ଯିଏ କି ଏହି ମାମଲାରେ ଜାଲିଆତି ଅଭିଯୋଗର ତଦନ୍ତ ଆରମ୍ଭ କରିଥିଲେ, କିନ୍ତୁ କୌଣସି ଅପରାଧିକ ମାମଲା ରୁଜୁ ହୋଇନଥିଲା। କରୋନା ଭ୍ୟାକ୍ସିନ୍ କୌଣସି ପ୍ରକାର ସଂକ୍ରମଣ ସୃଷ୍ଟି କରେ ନାହିଁ, କିନ୍ତୁ ଏହା ଶରୀରକୁ ରୋଗ ସହ ଲଢ଼ିବା ଶିଖାଇପାରେ।

Advertisement