ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଭରାତର ଚନ୍ଦ୍ରଯାନ -3 ସଫଳତା ପୂର୍ବକ ଆଗାମୀ ୨୩ ତାରିଖରେ ଚନ୍ଦ୍ରପୃଷ୍ଟ ରେ ଲ୍ୟାଣ୍ଡ କରିଥିଲା। ଯାହାକୁ ନେଇ ଭରାତ ଦେଶ ବେଶ୍ ଗର୍ବିତ ଥିଲା। ଯାହା ଚନ୍ଦ୍ରପୃଷ୍ଟର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିଛି ଆଉ କୋଣସି ଦେଶ ଦକ୍ଷିଣ ମେରୁ ରେ ଚନ୍ଦ୍ରଯାନ କୁ ଲ୍ୟାଣ୍ଡ କରିନଥିଲା।
ତେବେ ବନ୍ଧୁଗଣ ଚନ୍ଦ୍ରକୁ ନେଇ ଦିନକୁ ଦିନ ବଢୁଛି ରହସ୍ୟ। ଭାରତ ପଠାଇଥିବା ଚନ୍ଦ୍ରଯାନ-୩ ରୁ ମିଳୁଛି ଭିନ୍ନ ଭିନ୍ନ ତଥ୍ୟ। ପୃଥିବୀ ଭଳି ଚନ୍ଦ୍ରରେ ରହିଛି ମାଟି। ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ଦିନରୁ ଜହ୍ନ ରାଇଜର ଅନେକ ତଥ୍ୟ ଦେଇପାରିଛି ଭାରତର ମିଶନ ଚନ୍ଦ୍ରଯାନ ୩ ।
ଚନ୍ଦ୍ରମା ର ଚାରିପାଖ ବୁଲି ତଥ୍ୟ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ। ଫଟୋ ଏବଂ ଭିଡିଓ ଇସ୍ରୋ ପାଖକୁ ପଠାଇବା ସହ ଚନ୍ଦ୍ରପୃଷ୍ଠ ର ସମସ୍ତ ଗୋପନୀୟ ତଥ୍ୟ ହାସଲ କରିବାରେ ଲାଗିଛି ମୁନ ମିଶନ।
ତେବେ ଏହାରି ଭିତରେ ଲ୍ୟାଣ୍ଡର ବିକ୍ରମ ଏକ ବିପଦ ପୂର୍ଣ୍ଣ ତଥ୍ୟ ଇସ୍ରୋକୁ ପଠାଇଛି। ଚନ୍ଦ୍ରପୃଷ୍ଠରେ ହଠାତ୍ ଏକ ହଲଚଲ ରେକଡ୍ କରି ପ୍ରଜ୍ଞାନ କୁ ପଠାଇଛି ବିକ୍ରମ। ଯାହାକୁ ଚନ୍ଦ୍ରରେ ହୋଇଥିବା ଭୂକମ୍ପ ବୋଲି କୁହାଯାଉଛି। ତେବେ ବନ୍ଧୁଗଣ ଯାହାକି ଚନ୍ଦ୍ରର ମାଟି ଥରିବାକୁ ଲାଗିଲା।
ଚନ୍ଦ୍ରମାରୁ ଦେହରେ ବିଭିନ୍ନ ପ୍ରୟାଗ କରୁଥିବା ଲ୍ୟାଣ୍ଡର ବିକ୍ରମ ବର୍ତ୍ତମାନ ଏକ ପ୍ରାକୃତିକ କମ୍ପନ ରେକଡ କରିଛି। ତେବେ ବନ୍ଧୁଗଣ ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସୂଚନା ଦେଇଛି ଇସ୍ରୋ।
କୁହାଯାଇଛି ଯେ, ବିକ୍ରମ ଦେହରେ କିଛି ଏପରି ଉପକରଣ ଖଞ୍ଜା ଯାଇଛି ଯାହା ଚନ୍ଦ୍ରମାରେ ସମସ୍ତ କମ୍ପନକୁ ରେକଡ୍ କରିଥାଏ। ତେବେ ବୈଜ୍ଞାନିକ ଉପକରଣ ଦ୍ଵାରା ଚନ୍ଦ୍ରପୃଷ୍ଠରେ ଭୂକମ୍ପ କୁ ନିଜ କ୍ୟାମେରାରେ କାଏଦ କରିପାରିଛି।
ତେବେ ଏହି ଉପକରଣ ବିଶେଷ କରି ରୋଭର ପ୍ରଜ୍ଞାନ ଗତିବିଧିକୁ ରେକଡ୍ କରିବାରେ ହାସଲ ହୋଇପାରିଛି। ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ଇସ୍ରୋ କହିଛି ଯେ,
ଚନ୍ଦ୍ରରେ ଭୂକମ୍ପ କାର୍ଯ୍ୟକଳାପ ଚିହ୍ନଟ କରିବା ପାଇଁ ପଠା ଯାଇଥିବା ମାଇକ୍ର ମେକାନିକାଲ ସିଷ୍ଟମ କମ୍ପନ ରେକଡ୍ କରିଛି। ତେବେ ଏହି ଘଟଣା ସ୍ଥଳରେ ଫୋଲିଂ କରିବା ସହ ଏହାକୁ ନେଇ ବର୍ତ୍ତମାନ ଯାଞ୍ଚ କରାଯାଇଛି ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି।କ