ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୨ ଭଉଣୀ ମାମୁଁ ଘରକୁ ଯାଉଥିଲେ ସାଇକେଲରେ, ଅଚାନକ ପଛ ଆଡ଼ୁ ବାଇକରେ ଆସିଲେ ୨ ଯୁବକ। ସୁନସାନ୍ ଜାଗା ଦେଖି ଦୁଇ ଭଉଣୀଙ୍କ ସାମ୍ନାରେ ଠିଆ ହୋଇଗଲେ ଦୁଇ ଯୁବକ।
ତାପରେ ଦୁଇ ଭଉଣୀ ସାଇକେଲ ଛାଡ଼ି ଦୌଡ଼ିବା ପାଇଁ ଲାଗିଲେ। ସାନ ଭଉଣୀ ମାମୁଁ ଘର ନିକଟ ଆଡ଼କୁ ଦୌଡିଲା ଆଉ ବଡ ଭଉଣୀ ଜଙ୍ଗଲ ଆଡ଼କୁ ଦୌଡ଼ିବାକୁ ଲାଗିଲା।
ତେବେ ସାନ ଭଉଣୀ ବଞ୍ଚି ଗଲା କିନ୍ତୁ ବଡ଼ ଭଉଣୀର ପିଛା କରିବାକୁ ଲାଗିଲା ଯୁବକ। ଶେଷରେ ବଡ ଭଉଣୀ କୁ ଧରି ନେଲା ଯୁବକ। ଆଉ ତାପରେ ବଡ଼ ଭଉଣୀର ଚୁଟିକୁ ଧରି ଟାଣି ଆଣିଲା ଯୁବକ। ଏହାପରେ ବଡ ଭଉଣୀର ତଣ୍ଟିକୁ ଧରିଲା ଯୁବକ।
ତାପରେ ଯୁବକ ଜଣକ ସେହି ଯୁବତୀର ଫୋନ୍ ନମ୍ବର ମାଗିଥିଲା। ଏହାପରେ ଛାନିଆ ହୋଇ ଯୁବତୀ ଜଣକ ତାଙ୍କ ଫୋନ୍ ନମ୍ୱର୍ ଦେଇଦେଇଥିଲେ। କିନ୍ତୁ ସାନ ଭଉଣୀ ମାମୁ ଘରକୁ ଯାଇ ସବୁ କଥା କହି ଦେଇଥିଲା।
ତାପରେ ଯୁବତୀଙ୍କ ମାମୁ ଦୌଡ଼ି ଆସିଥିଲେ ବଡ଼ ଭଉଣୀ ପାଖକୁ। ଏହାପରେ ଯେମିତି ଯୁବକ ଜଣକ ଯୁବତୀଙ୍କ ମାମୁଁଙ୍କୁ ଦେଖୁଛନ୍ତି ସେହିଠାରୁ ଚମ୍ପଟ୍ ମାରି ଚାଲିଗଲେ। ଯାହାଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ବଡ଼ ଭଉଣୀ ଜଣକ। ତେବେ ବନ୍ଧୁଗଣ ଏପରି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅଞ୍ଚଳରେ। ଏହି ଘଟଣାକୁ ଗୋଟିଏ ମାସ ବିତି ସାରିଲାଣି।
କିନ୍ତୁ ପୋଲିସ ଅଭିଯୁକ୍ତ ପାଖରେ ଏପର୍ଯ୍ୟନ୍ତ ପହଞ୍ଚି ପାରୁନାହିଁ। ବାରମ୍ଵାର ଦୁଇ ଭଉଣୀ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳୁନାହିଁ। ଏଭଳି କିଛି କଥା କହିଛନ୍ତି ଦୁଇ ଭଉଣୀ। ଏବେ ଖାଲି ଦେଖିବାକୁ ବାକି ରହିଲା ଅଭିଯୁକ୍ତଙ୍କୁ କେବେ ଧରୁଛି ବାରକୋଟ ଥାନା ପୋଲିସ। ଆଉ କେବେ ବାରକୋଟ ଥାନା ପୋଲିସ ଦେଉଛି ଦୁଇ ଭଉଣୀଙ୍କୁ ନ୍ୟାୟ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।