ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ରାଜ୍ୟ ରେ ବଢ଼ି ଚାଲିଛି ଅପହରଣ ଓ ଦୁଷ୍କର୍ମ ଭଳି ଅମାନୁଷିକତା। ଦିନ ଦ୍ୱି ପ୍ରହରରେ ପୋଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଦୁର୍ବୁତ୍ତ ଘଟାଉଛନ୍ତି ବିଭିନ୍ନ କାଣ୍ଡ ଏବଂ ଏହା କୋଉଠି ନା କୋଉଠି ନିଶ୍ଚିତ ଭାବେ ପୋଲିସ ବିଭାଗ ର ଅଯୋଗ୍ୟତା କୁ ପ୍ରମାଣିତ କରୁଛି।
ବାରମ୍ବାର ଯୁବତୀ ଅପହରଣ ର ଅଭିଯୋଗ ଆସିଥାଏ। ସେଥିପ୍ରତି ପରିବାର ଲୋକେ ପୋଲିସ ପ୍ରଶାସନ ଉପରେ ଭରସା କରି ଥାନା ର ଦ୍ୱାରସ୍ଥ ହେଉଥିଲେ ମଧ୍ୟ ଫଳ ସ୍ୱରୂପ ମିଳୁନି କିଛି।
ତେବେ ବନ୍ଧୁଗଣ କଟକ ବାଙ୍କୀ ଡମପଡା ରେ ମଧ୍ୟ ବଳପୂର୍ବକ ଏଭଳି ଏକ ଯୁବତୀ ଝୁନା ଜେନା ଙ୍କ ଅପହରଣ ହୋଇଥିବା ଘଟଣା ଚର୍ଚ୍ଚା ର ଵିଷୟ ପାଲଟିଥିଲା। ତେବେ ବାଙ୍କୀ ର ବହୁଚର୍ଚ୍ଚିତ ଝୁନା ଜେନା ଅପହରଣ ଘଟଣା ର ପର୍ଦାଫାଶ ଦୀର୍ଘ ୧୩ ମାସ ପରେ ହୋଇଛି।
ଆଜକୁ ପ୍ରାୟ ୧୩ ମାସ ତଳେ ଭାରତ ମସଲା ରୁ ନିଜ ର ଡିଉଟି ସାରି ଘରକୁ ଫେରୁଥିବା ବେଳେ ଅପହରଣ ହୋଇଥିଲେ ଝୁନା। ଏହାପରେ ପରିବାର ଲୋକେ ବାଙ୍କୀ ଥାନାରେ ଅଭିଯୋଗ ଆଣିଥିଲେ।
କିନ୍ତୁ ଏହି ଘଟଣା ର କିଛି ବି ସୁରାଗ ପାଇନଥିଲା ବାଙ୍କୀ ପୋଲିସ। ହେଲେ ଦୀର୍ଘ ୧୩ ମାସ୍ପରେ ଆଜି ଡମପଡା ସ୍ଥିତ କାଜୁ ଜଙ୍ଗଲ ରୁ ମିଳିଛି ଝୁନା ଙ୍କ କଙ୍କାଳ । ଏବଂ ପାଖରେ ଥିଵା ବ୍ୟାଗ ରୁ ମିଳିଛି ଝୁନା ଙ୍କ ଆଇକାର୍ଡ ଯାହାକି ଏ କଙ୍କାଳ ଟି ଝୁନା ଜେନା ଙ୍କ ର ବୋଲି ସ୍ପଟ କରୁଛି।
ଏବେ ଘଟଣା ସ୍ଥଳରେ ବାଙ୍କୀ ତାଳବସ୍ତ ଫାଣ୍ଡି ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଚଳାଇଛନ୍ତି। ଅପର ପଟେ ତାଙ୍କ ପରିବାର ବର୍ଗ ଘଟଣା ସ୍ଥଳ ରେ ପହଞ୍ଚି ମିଳିଥିବା ବ୍ୟାଗ, ଆଇ କାର୍ଡ, ଓ ଟିଫିନ ବକ୍ସ ଆଦି କୁ ଚିନ୍ହଟ କରିଛନ୍ତି।