Mar 26, 2024, 11:36 IST

ନିଶା ଖାଇ ଚଳାଇଥିଲେ ୩ କୋଟି ର କାର..ଗୋଡେଇ ଗୋଡେଇ ପଛ ରୁ ମାଡ଼ି ବସିଲା ପୋଲିସ୍..

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମଦ ପିଇ ଗାଡି ଚଳାଇବାକୁ ନେଇ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି କମିସନରେଟ୍ ପୋଲିସ। ଏହାକୁ ନେଇ ୫୦ରୁ ଅଧିକ ନାମୀଦାମୀ ଗାଡି ଜବତ କରିଛି ପୋଲିସ।
ଏଥିରେ ପୋର୍ସେ, ବିଏମଡ଼ବ୍ଲ୍ୟୁ, ମର୍ସଡିଜ୍, ଆଉଡି, ରେଞ୍ଜ୍ ରୋବର, ଥାର, କ୍ରେଟା ଭଳି ଗାଡି ରହିଛି। ମଦ୍ୟପାନ କରି ଗାଡି ଚଳାଉଥିବାବେଳେ ଏହି ସବୁ ଗାଡିକୁ ଜବତ କରିଛି କମିସନରେଟ୍ ପୋଲିସ।
Jj
ଯାହାକୁ ଦେଖିବା ପାଇଁ ପୋଲିସ ଷ୍ଟେସନରେ ଜମିଛି ଲୋକଙ୍କ ଗହଳି। ଅଡି, ବିଏମଡବଲ୍ୟୁ, ମର୍ସିଡିଜ, ପୋରସେଠୁ ଆରମ୍ଭ କରି ରେଞ୍ଜ ରୋଭର। କୋଟି କୋଟି ଟଙ୍କାର ଦାମୀ ଗାଡି ଦେଖିବାକୁ ଥାନାରେ ଭିଡ ଜମିଛି। କାହିଁକି ନା କମିଶନରେଟ ପୁଲିସ ଏବେ ଆକ୍ସନ ମୋଡରେ।
ହାତରେ ମଦ ବୋତଲ ଧରି ବେପରୁଆ ଗାଡ଼ି ଚାଳକଙ୍କୁ ଏବେ ସାବାଡ କରାଯାଉଛି। ଖଣ୍ଡେ ଖଣ୍ଡେ ସ୍ପୋଟ୍ସ କାର ଧରି ଇନ୍ଦ୍ରଚନ୍ଦ୍ର ମାନୁ ନଥିବା ଧନୀ ବାପାଙ୍କ ନିଶାଡ଼ି ପୁଅଙ୍କ ରୋମିଓ ଗିରି ଛଡ଼ାଇ ଦେଇଛି ପୁଲିସ।
Yygh
କେବଳ ଗାଡିକୁ ଜବତ କରାଯାଇନି, ଏହା ସହିତ ଚାଳକଙ୍କୁ ବି ପାନେ ଚଖାଇଛି ପୁଲିସ। ନିଶାରେ ଟଳଟଳ ହେଉଥିବା ଚାଳକଙ୍କୁ ନିକଟସ୍ଥ ଥାନାରେ ରାତି କଟାଇବା ପାଇଁ ପଡିଛି। ଖାଲି ସେତିକି ନୁହେଁ ଲମ୍ବା ଲମ୍ବା ଦାମୀ ଗାଡି ସହ କିଛି ସରକାରୀ ବାବୁଙ୍କ ଗାଡି ବି ଦେଖିବାକୁ ମିଳିଛି।
ଗୁଜରାଟ ସରକାର ଲେଖାଥିବା କାରର ଚାଳକଙ୍କୁ ବି ଥାନାରେ ଅଟକ ରଖି ଜରିମନା ଦେବାକୁ ପଡିଛି। ସେ ଗାଡି ଯାହାର ହେଉନା କାହିଁକି ଏଣିକି ଫାଇନ ଦେଇ ଥାନାରୁ ଆଉ ଗାଡି ନେଇ ପାରିବେନି ଗାଡି ମାଲିକ।
ଏହି ଗାଡି ଗୁଡିକୁ ସିଧା କୋର୍ଟ ପଠାଇ ଦେବ ପୁଲିସ। ଗାଡିକୁ ମୁକାଳିବା ପାଇଁ ମାଲିକଙ୍କୁ ଏବେ କୋର୍ଟର ଚକ୍କର କାଟିବାକୁ ପଡିବ। ଗାଡି ସହ ମାଲିକଙ୍କ ଡ୍ରାଇଭିଂ ଲାଇସେନ୍ସ ଖାରଜ ନେଇ ମଧ୍ୟ କୋର୍ଟକୁ ପୁଲିସ ପକ୍ଷରୁ ଖୁବଶୀଘ୍ର ଚିଠି ଲେଖାଯିବ। ମଦ ନିଶାରେ ବେପରୁଆ ଗାଡି ଚଳାଇବା କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ତେଣୁ ମଦୁଆ ଡ୍ରାଇଭରଙ୍କୁ ସାବାଡ କରିବା ପାଇଁ ରାତି ସମୟରେ ସାରା ସହରକୁ ସିଲ କରି ଚେକିଂ କରାଯାଉଛି।

Advertisement