Updated: Mar 26, 2024, 17:08 IST

DJ ବଜାଇ ମହିଳାଙ୍କ ସହ ଘଟିଗଲା ଏମିତି ଅଘଟଣ ଦେଖନ୍ତୁ ପିଟି ପିଟି କରିଦେଲେ ଏମିତି ଭୟଙ୍କର ଅବସ୍ଥା

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି ଜଣେ ଯୁବକ ଏଭଳି କାମ କରିଛନ୍ତି । ଭକ୍ତିମୟ ପରିବେଶରେ ଖେଳିଗଲା ଅଶାନ୍ତି ।
ଚାଲିଥିଲା ମେଲଣ ଆଉ ମେଲଣରେ ଘଟିଥିଲା ଏଭଳି ଘଟଣା । ଡିଜେ ବନ୍ଦ କରିବାରୁ ଜଣେ ଯୁବକ ମହିଳାଙ୍କୁ ଆଉ ତାଙ୍କ ସ୍ବାମୀଙ୍କୁ ନିର୍ଦ୍ଧୁମ ପିଟି ଚାଲିଲେ । ଡିଜେକୁ ନେଇ ଅନେକ ଖବର ଆସିଥାଏ ଆଉ ଏହା ଆପଣମାନେ ଜାଣିଥିବେ ।
Viral
ଡିଜେକୁ ନେଇ ଅନେକ ସମୟରେ ଅନେକ ଘଟଣା ଘଟୁଥିବା ବେଳେ ଆଜି ଭଦ୍ରକ ଜିଲ୍ଲାରେ ଘଟି ଯାଇଛି ଏହି ଅଭାବନୀୟ ଘଟଣା । ସୂଚନା ମିଳିଛି କି ସାବରଙ୍ଗ ଥାନା ଅନ୍ତର୍ଗତ ମାଲିକ ଛକ ନିକଟରେ ଏହି ଘଟଣା ଘଟିଛି ।
ରାତି ୧୧.୩୦ ସମୟରେ ଡିଜେ ବନ୍ଦ ହେବା ନେଇ ସ୍ଥାନୀୟ ଯୁବକଙ୍କ ସହିତ ଝଗଡ଼ା ଲାଗିଥିଲା । ସେହି ଗ୍ରାମର ଅକ୍ଷୟ କୁମାର ବାରିକଙ୍କ ସମେତ ସ୍ଥାନୀୟ ଯୁବକମାନେ ମିଶି ଡିଜେ ଆଣିଥିଲେ । ଡିଜେ ବାଜିବା ସମୟ ଅତିକ୍ରମ ହେବାରୁ ଡିଜେ ବନ୍ଦ କରାଯାଇଥିଲା । 
Dj
ଡିଜେ ବାଜିବା ସମୟ ଅତିକ୍ରମ ହେବା ପରେ ଅକ୍ଷୟ ବାରିକ ଡିଜେ ବନ୍ଦ କରି ବିଦା କରିଥିଲେ । ଆଉ ଏହାକୁ ନେଇ ସ୍ଥାନୀୟ ଯୁବକ ଜଣକ ନିଶାଶକ୍ତ ଅବସ୍ଥାରେ ତାଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ ।
ଆଉ ଏହାକୁ ଦେଖି ତାଙ୍କ ସ୍ତ୍ରୀ ଅଟକାଇବାରୁ ତାଙ୍କୁ ମଧ୍ୟ ସେହି ଯୁବକ ଜଣକ ଆକ୍ରମଣ କରିଥିଲେ । ଡିଜେ ବନ୍ଦ କରିବାରୁ ଏଭଳି କାମ କରିଥିଲେ ସ୍ଥାନୀୟ ଯୁବକ । ଏହି ଯୁବକ ଜଣକ ଅକ୍ଷୟଙ୍କ ଉପରେ ହାତ ଉଠାଇଥିଲେ । ଆଉ ଏବେ ସେ ଡାକ୍ତରଖାନାରେ ଅଛନ୍ତି ।
ଉଭୟ ସ୍ବାମୀ ଆଉ ସ୍ତ୍ରୀ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏହି ସ୍ତ୍ରୀ ଜଣକ ହେଉଛନ୍ତି ଶୁଭସ୍ମିତା । ଶୁଭସ୍ମିତା ଆଉ ଅକ୍ଷାୟଙ୍କର ଏଭଳି ଅବସ୍ଥା ନିଶା ଅବସ୍ଥାରେ ଥିବାରୁ ବ୍ୟକ୍ତି ଜଣକ କରିଛନ୍ତି ।
ଏହାକୁ ନେଇ ସାବରଙ୍ଗ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏହି ଯୁବକ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ଦମ୍ପତ୍ତି କହିଛନ୍ତି । ଏବେ ଦେଖିବାକୁ ବାକି ରହିଲା ପୋଲିସ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

Advertisement