Mar 22, 2024, 12:42 IST

ଦେଖନ୍ତୁ ଆଉ ନାହାନ୍ତି ବରିଷ୍ଟ ବିଜେଡି ନେତା ଦାମଦର ରାଉତ ଦେଖନ୍ତୁ କିଛି ଏମିତି ଥିଲା ରାଜନୈତିକ ଜୀବନ

Viral video

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପରଲୋକରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ। ଏନେଇ ସୂଚନା ଦେଇଛନ୍ତି ପୁଅ ସମ୍ବିତ ରାଉତରାୟ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସକାଳ ୫ଟା ୨୩ ମିନିଟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।
ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ସୂଚନାଯୋଗ୍ୟ ଯେ ୧୮ ତାରିଖ ବିଳମ୍ବିତ ରାତିରେ ଦାମ ରାଉତ ଅସୁସ୍ଥ ହୋଇପଡ଼ିଥିଲେ।ପରିବାର ଲୋକେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ।
Damodara
ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବିୟୋଗରେ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି।
ତାଙ୍କ ନିଧନ ଓଡ଼ିଶା ରାଜନୀତି ପାଇଁ ଅପୂରଣୀୟ କ୍ଷତି ବୋଲି ରାଜନେତାମାନେ କହିଛନ୍ତି। ଓଡ଼ିଶା ରାଜନୀତିରେ ଦାମୋଦର ରାଉତ ଜଣେ ଦକ୍ଷ ଓ ବିଚକ୍ଷଣ ରାଜନେତା ଭାବେ ଜଣାଶୁଣା।
ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ସାତ ଥର କାର୍ଯ୍ୟ କରିଛନ୍ତି।
୧୯୭୯ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସମୟରେ ଭିନ୍ନ ସରକାରଙ୍କ ମନ୍ତ୍ରିମଣ୍ଡଳରେ ସେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ରାଜନୈତିକ କ୍ୟାରିଅର ସେ ଜନତା ଦଳରୁ ଆରମ୍ଭ କରିଥିଲେ। ଜନତାଦଳର ବିଭାଜନ ପରେ ସେ ବିଜୁ ଜନତା ଦଳରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
୫ଥର ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଓ ୨ଥର ପାରାଦୀପ ଆସନରୁ ବିଜୟୀ ହୋଇଥିଲେ। ୧୯୭୭ରେ ସେ ପ୍ରଥମ ଥର ପାଇଁ ଏରସମା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ।
୨୦୧୪ରେ ସେ ଶେଷଥର ପାରାଦୀପ ଆସନରୁ ନିର୍ବାଚିତ ହୋଇଥିଲେ। ବିଭିନ୍ନ ମନ୍ତ୍ରିମଣ୍ଡଳରେ ସେ ସୂଚନା ଓ ଲୋକସଂପର୍କ ବିଭାଗ, ପଞ୍ଚାୟତି ରାଜ, ମହିଳା ଓ ଶିଶୁ ବିକାଶ, ସଂସ୍କୃତି, କୃଷି, ଅବକାରୀ ଭଳି ୧୫ଟି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦାୟିତ୍ବ ନିର୍ବାହ କରିଥିଲେ।

Advertisement