Updated: Aug 31, 2023, 18:22 IST

କୁକୁଡ଼ା ଖାଇ ଚମ୍ପଟ ମାରିଲା ମଣିଷ ଖିଆ ଦେଖନ୍ତୁ ପୁଣି ହେଲା ପ୍ଲାନ୍ ଫେଲ - Exclusive

Viral news

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ଚାରିଆଡ଼େ କୁମ୍ଭୀର ଆତଙ୍କ ସମସ୍ତଙ୍କୁ ଘାରି ଯାଇଛି। ଚାରିଆଡ଼େ କୁମ୍ଭୀର ଭୟ ଲାଗି ରହିଛି। କାହିଁକି ନା ଆପଣ ଦେଖି ପାରୁଥିବେ ଯେ, ଗତ କିଛି ମାସ ହେବ କୁମ୍ଭୀର ଆତଙ୍କ କିପରି ଭାବରେ ବ୍ୟାପିଛି। ଆଉ ଚାରିଆଡ଼େ କୁମ୍ଭୀର କିପରି ମଣିଷକୁ ଟାଣି ନେଇ ଖାଇ ଯାଉଛି।
Crocodile
ଗତ କିଛିଦିନ ତଳେ ଲୋକେ ଯେଉଁ ଦୁଃଖଦ ଛାତିଥରା ଦୃଶ୍ୟ ଦେଖିଛନ୍ତି ତାହା ଦେଖିବା ପରେ ଲୋକଙ୍କ ମନରେ ଭୟ ଘର କରିବା ସ୍ୱାଭାବିକ। ଯେଉଁ ଭାବରେ ଗୋଟିଏ ବିଶାଳକାୟ କୁମ୍ଭୀର ମହିଳାଙ୍କୁ ଟାଣି ନେଇ ନୃଶଂସ ଭାବରେ ଖାଇଥିଲା, ତାହା ଦେଖିବା ପରେ କୌଣସି ଲୋକ ବି ସହଜରେ ଭୁଲି ପାରିବେ ନାହିଁ।
ତେବେ ବନ୍ଧୁଗଣ କୁମ୍ଭୀରକୁ ଖାଇବା ପାଇଁ ଦିଆଯାଇଥିଲା କୁକୁଡ଼ା। କୁକୁଡ଼ାକୁ ଖାଇଥିଲେ ଜାଲରେ ପଡ଼ିଥାନ୍ତା କୁମ୍ଭୀର। ଛକିକି ରହିଥିଲେ ବନବିଭାଗର କର୍ମଚାରୀ। କୁମ୍ଭୀର କୁକୁଡ଼ାକୁ ଖାଇଥିଲେ ସିଧା ମାଡ଼ି ବସିଥାନ୍ତେ ବନବିଭାଗର କର୍ମଚାରୀ।
Viral
ହେଲେ ବନ ବିଭାଗର କର୍ମଚାରୀଙ୍କ ଠାରୁ ଅଧିକ ଚାଲାଖ ପାଲଟି ଗଲା କୁମ୍ଭୀର। ଯାହାକି କୁମ୍ଭୀର କୁକୁଡ଼ାକୁ ଖାଉ ଜାଲକୁ ଚିରି ଚଖମା ଦେଇ ଖସିଗଲା। ବନ୍ଧୁଗଣ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଚପରପଦା ଦେଇ ଯାଇଥିବା ପିତାକାଳିଆ ନଦୀରେ। 
ଏହି ନଦୀରେ ଦେଖିବାକୁ ମିଳୁଛି ବନ ବିଭାଗର କର୍ମଚାରୀ ମାନେ କୁକୁଡ଼ାକୁ ବାନ୍ଧି ପାଣିରେ ପକାଉଛନ୍ତି। ଆଉ କୁକୁଡ଼ା ବୋବାଇ ବୋବାଇ ପାଣିରେ ପହଁରୁଛି। ଆଉ ଠିକ୍ ଏତିକି ବେଳେ କୁକୁଡ଼ାକୁ ଝାଂପି ନେଉଛି କୁମ୍ଭୀର।
ଖବର ମୁତାବକ ବାଲେଶ୍ଵର ଜିଲ୍ଲାର ପିତାକାଳିଆ ନଦୀରେ ଦେଖିବାକୁ ମିଳିଛି କୁମ୍ଭୀର ମାନଙ୍କ ଆତଙ୍କ। ଦୁଇ ରୁ ତିନୋଟି କୁମ୍ଭୀର ନଦୀରେ ବୁଲୁଛନ୍ତି। ଆଉ ଗୋରୁ ଗାଈ ମାନଙ୍କୁ ଘୋଷାଡି ଖାଉଛନ୍ତି। ଯାହାକୁ ସ୍ଥାନୀୟ ଲୋକେ ଦେଖି ବନବିଭାଗ କୁ ଖବର ଦେଇଥିଲେ। 
ଏବଂ ବନବିଭାଗ ମଧ୍ୟ ନଦୀରେ ଦେଖିଥିଲା କୁମ୍ଭୀର। ଏହାପରେ କୁମ୍ଭୀରକୁ ଧରିବା ପାଇଁ ପ୍ଲାନ୍ ମଧ୍ୟ କରାଯାଇଥିଲା। କୁକୁଡ଼ାକୁ ବନ୍ଧାଯାଇ ପାଣିରେ ପକାଯାଇଥିଲା। ସେପଟେ କିଛି ଲୋକ କୁମ୍ଭୀର କୁକୁଡ଼ାକୁ ଖାଇ ଜାଲକୁ ଚିରି ଖସି ଯାଇଥିବା
Kumbhira
କହୁଥିବା ବେଳେ ଆଉ କିଛି ଲୋକ କହୁଛନ୍ତି କୁକୁଡ଼ାକୁ ଖାଇବା ପାଇଁ ଆସିନାହିଁ କୁମ୍ଭୀର। ବନବିଭାଗ କର୍ମଚାରୀ ମାନେ ଅପେକ୍ଷା କରି କରି ରହିଥିଲେ ସୁଦ୍ଧା କୁକୁଡ଼ାକୁ ଖାଇବା ପାଇଁ କୁମ୍ଭୀର ଆସିନଥିଲା। ତେବେ ବନ୍ଧୁଗଣ କୁମ୍ଭୀରକୁ ଧରିପାରିନାହିଁ ବନ ବିଭାଗର କର୍ମଚାରୀ।

Advertisement