ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଆଜିର ଯୁବ ପୀଢ଼ି ମାନେ କିଭଳି କାଣ୍ଡ ସବୁ ଘଟାଉଛନ୍ତି।ବାପା ମା ମାନେ ସେମାନଙ୍କ ପିଲା ଙ୍କୁ ପାଠ ପଢ଼ିବା ପାଇଁ କଲେଜ ପଠାଇ ଥାନ୍ତି। ବାପା ମା ଙ୍କ ଇଚ୍ଛା ଥାଏ ତାଙ୍କ ଝିଅ ପୁଅ ପାଠ ପଢନ୍ତୁ ଭଲ ରୋଜଗାର କରନ୍ତୁ।

ଯେପରି ଭବିଷ୍ୟତ ରେ ତାଙ୍କୁ କୌଣସି ପ୍ରକାର ଅସୁବିଧା ନ ହେଉ।ସେଥିପାଇଁ ତାଙ୍କୁ କଲେଜ ରେ ପାଠ ପଢ଼ାନ୍ତି।ହେଲେ ପୁଅ ଝିଅ ମାନେ କଲେଜ ରେ ପଢିବା ସମୟ ରେ ପାଠ କଥା ଭୁଲି ଯାଇ ଅଧିକ ଖରାପ କାମ ରେ ଲିପ୍ତ ରୁହନ୍ତି।ନିଜ ସ୍ବପ୍ନ କଥା ଭୁଲି ଯାନ୍ତି।
ଆଜି ଆମେ ଆପଣ ମାନଙ୍କୁ ସେହିଭଳି ଏକ କଲେଜ ରେ ପଢୁଥିବା ଛାତ୍ର ଓ ଛାତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ।ଏହି ଘଟଣା ଟି ନୟାଗଡ ଜିଲ୍ଲା ଓଡ ଗାଁ ଅଞ୍ଚଳ ର ରଘୁନାଥ ସମବାୟ ମହା ବିଦ୍ୟାଳୟ ରେ।

ଏଠାରେ କଲେଜ ପଛ ପଟେ ଜଣେ ଯୁବକ ଙ୍କ ସହିତ ଚାରି ଜଣ ଯୁବତୀ ଙ୍କ ଏକ ଭିଡିଓ ଭାଇରାଲ ହୋଇଛି।ଯୁବକ ଜଣକ ଏହି ଭିଡିଓ ରେ ଜଣେ ଯୁବତୀ ଙ୍କୁ ସିନ୍ଦୂର ପିନ୍ଧାଇ ଶଙ୍ଖା ପିନ୍ଧାଇ ବିବାହ କରୁଛନ୍ତି।ଏହା ପରେ ଅନ୍ୟ ଯୁବତୀ ସାଙ୍ଗ ମାନେ କହିଛନ୍ତି କି ମୋତେ ମୁଣ୍ଡିଆ ମାରେ ମୁ ତୋର ଶାଶୁ ଶ୍ବଶୁର ହେବି।
ଏମିତି କିଛି ଚାଲିଛି କଲେଜ ପଛ ପଟେ।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି।ଏହି ଯୁବକ ଓ ଯୁବତୀ ମାନେ ହେଉଛନ୍ତି ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ର ଛାତ୍ର ଛାତ୍ରୀ।

ଏତେ କମ୍ ବୟସ ରୁ ଏଭଳି କାମ କରିବାକୁ ତାଙ୍କୁ ଟିକେ ବି ଲାଜ ଲାଗିଲା ନାହିଁ।ଏହା ପରେ କଲେଜ ପ୍ରିନ୍ସିପାଲ ଏହାକୁ ଜାଣିଲା ପରେ ସେହି ଯୁବକ ଓ ଯୁବତୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି।ସେମାନଙ୍କ ପିତା ମାତାଙ୍କୁ କଲେଜ କୁ ଡକା ଯାଇଛି।
ସେଠାରେ ସମସ୍ତେ ବସି ଏକ ଆଲୋଚନା କରିବେ।କଲେଜ କୁ ସେମାନେ ପାଠ ପଢ଼ିବା ପାଇଁ ଆସୁଛନ୍ତି।ଏଭଳି କାମ କାହିଁକି ସେମାନେ କଲେଜ ପଛ ପଟେ କରୁଛନ୍ତି ବୋଲି ପ୍ରଶ୍ନ କରା ଯିବ।ଏବେ ଆଲୋଚନା ପରେ କଲେଜ ଅଧ୍ୟକ୍ଷ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।