ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ଜଣେ ଯୁବତୀ ଏକ ବ୍ୟକ୍ତି ଙ୍କୁ ମାଡ଼ ମାରୁଛନ୍ତି।
ଆଉ ଯୁବତୀ ଙ୍କ ମାଡ଼ରେ ମଧ୍ଯ ସେହି ବ୍ୟକ୍ତି ଜଣକ କାନ୍ଦି ପକାଉଛନ୍ତି। ଆଉ ପାଖରେ ଥିବା ଲୋକ ମାନେ ମଧ୍ୟ ତାଙ୍କୁ ଘେରି ଯାଇ ତାଙ୍କୁ ଅଶ୍ରିଳ ଭାଷାରେ ଗାଳି ଗୁଲଜ କରିବାରେ ମଧ୍ୟ ସେ ଲାଗି ପଡିଛନ୍ତି।
ଏହାପରେ ତାଙ୍କୁ ଧମକ ମଧ୍ୟ ଦେଉଛନ୍ତି। ଛିଡ଼ା ହୋଇଥିବା ଲୋକ ଟି ଯେମିତି କିଛି ନଜାଣିଲା ଭଳି ମାଡ଼ ଖାଇ ଚୁପ୍ ଚାପ୍ ଛିଡ଼ା ହୋଇ ଯାଇଛନ୍ତି। ହେଲେ ତାଙ୍କର କାରନାମା ସମ୍ପର୍କରେ ଜାଣିଲେ ଆପଣ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ।
ଆଜ୍ଞା ହଁ ବୃଦ୍ଧ ବୟସରେ ରାସଲୀଳା କରିବା ଏହି ବ୍ୟକ୍ତି ଜଣକ ଙ୍କୁ ଭାରି ପଡ଼ି ଯାଇଛି। ପ୍ରକୃତ କଥା ହେଉଛି ବସ ରେ ଝିଅ ମାନେ ଯାତାୟାତ କରିବା ସମୟରେ ଏହି ବ୍ୟକ୍ତି ଜଣକ ତାଙ୍କର ଫଟୋ ଉଠାନ୍ତି ।
ଖାଲି ସେତିକି ନୁହେଁ ଆଜ୍ଞା ସେମାନଙ୍କୁ ଖରାପ୍ ଇଙ୍ଗିତ କରିବା ସହ ତାଙ୍କର ଦେହର ବିଭିନ୍ନ ଅଙ୍ଗରେ ମଧ୍ୟ ସେ ହାତ ମାରି ଥାଆନ୍ତି। ହେଲେ ଏଭଳି କରି ଏହି ବାବୁ ଜଣକ ସବୁ ଦିନ ଖସି ଯାଆନ୍ତି। ହେଲେ ଏବେ ସେ ଧରା ପଡି ଯାଇଛନ୍ତି।
ଆଜି ମଧ୍ୟ ଏହି ବାବୁ ଜଣକ ବସ ରେ ଚଢିବା ପରେ ସେ ଝିଅ ମାନଙ୍କୁ ଦେଖି ନିଜକୁ ଆଉ ସମ୍ଭାଳି ପାରି ନଥିଲେ। ଝିଅ ମାନଙ୍କ ଫଟୋ ଉଠାଇବା ସହ ତାଙ୍କୁ ଖରାପ୍ ଇଙ୍ଗିତ କରୁଥିଲେ।
ହେଲେ ସେହି ବ୍ୟକ୍ତି ଜଣକ ଭାବିଥିଲେ କି ଏଭଳି କରି ସେ ଆଜି ମଧ୍ୟ ଖସି ଯିବେ ବୋଲି ଛାତ୍ରୀ ମାନଙ୍କ ଫଟୋ ଉଠାଇ ଥିବା ବେଳେ ଛାତ୍ରୀ ମାନଙ୍କ ଅଜଗା ରେ ହାତ ମଧ୍ୟ ମାରିଥିଲେ।
ଏହାକୁ ନେଇ ଛାତ୍ରୀ ଜଣକ ମଧ୍ୟ ପୂରା ରାଗି ଯାଇଥିଲେ। ଏହାପରେ ଛାତ୍ରୀ ଜଣକ ଲୋକ ମାନଙ୍କୁ ଡାକି ତାଙ୍କୁ ଘେରି ଯାଇ ସେଠାରେ ହିଁ ତାଙ୍କୁ ନିର୍ଦ୍ଧୁମ ଛେଚି ଥିଲେ। ସୁଚନା ମୁତାବକ ସୋର ଥାନା ୧୬ ନମ୍ବର୍ ଜାତୀୟ ରାଜପଥ ଉତ୍ତରେଶ୍ୱର ନିକଟରେ ଏକ ଘରୋଇ ବସ ରେ ଏଭଳି ଘଟଣା ଘଟିଛି।