ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ଖବର କାଗଜ ରେ ଆପଣ ମାନେ ଅପହରଣ,ଡକାୟତି,ହତ୍ୟା ଓ ଚୋରି ବିଷୟ ରେ ସବୁଦିନ ପଢୁ ଥିବେ।ଝିଅ ମାନଙ୍କୁ ଅପହରଣ କରି ନେଇ ଅନ୍ୟ ରାଜ୍ୟ କୁ ବିକି ଦେଉଛନ୍ତି।
  
 ଏହା ଦ୍ବାରା ଦୁର୍ବୃତ୍ତ ମାନେ କିଛି ଅର୍ଥ ପାଉଛନ୍ତି।ଏମିତି ଏକ ଘଟଣା ଦେଖିବାକୁ ମିଳିଚି ନୟାଗଡ଼ ଜିଲ୍ଲାରେ।ସେଠାରେ ଜଣେ ମହିଳା ଙ୍କୁ ଅପହରଣ କରି ନିଆ ଯାଉଥିଲା।ହେଲେ ପୋଲିସ ସେମାନଙ୍କୁ ଧରି ଦେଇ ଥିଲା।
  
 ସୂଚନା ଅନୁସାରେ ଯୁବତୀ ଜଣକ ନୟାଗଡ଼ ଠାରୁ ନିଜ ଗାଁ ନାଗ ମୁଣ୍ଡଳୀ କୁ ସାଇକେଲ ଯୋଗେ ଯାଉଥିଲେ।ରାସ୍ତା ରେ କାର ଟିଏ ରହିଥିଲା।ଯୁବତୀ ଜଣକ ଜାଣି ନ ଥିଲେ ସେମାନେ କିଏ।ସେଥିରେ ଚାରି ଜଣ ଲୋକ ବସି ଥିଲେ।
  
 ହଟାତ କାର ରୁ ବାହାରି ଆସି ଯୁବତୀ ଙ୍କୁ ଅପହରଣ କରିବା ପାଇଁ ଚେଷ୍ଟା କରିଥିଲେ।ହେଲେ ସେମାନେ ସଫଳ ହୋଇ ପାରି ନ ଥିଲେ।ଯୁବତୀ ଜଣକ କୌଶଳ କରି ତାଙ୍କ ଠାରୁ ଖସି ଆସି ଥିଲେ।ଏହି ସମୟ ରେ ପୋଲିସ ଗାଡ଼ି ଆସି ପହଞ୍ଚି ଥିଲା।
  
 ସେମାନେ ଯୁବତୀ ଙ୍କୁ ସାହାର୍ଯ୍ୟ କରି ଥିଲେ।ଓ ସେହି ଅପହରଣକାରୀ ମାନଙ୍କୁ ଗୋଡେଇ ଗୋଡେଇ ରାସ୍ତା ରେ ଧରି ପକାଇ ଥିଲେ।ଓ ମହିଳା ଙ୍କ ର ଭାଗ୍ୟ ଭଲ ଥିବାରୁ ସେ ବଞ୍ଚି ଯାଇ ଥିଲେ।
  
 ସଦର ଥାନା ପୋଲିସ ସୂଚନା ପାଇ ଏଭଳି କାମ କରିଥିବାରୁ ତାଙ୍କୁ ସମସ୍ତ ଗ୍ରାମ ବାସି ମାନେ ଖୁବ୍ ପ୍ରଶଂସା କରିଛନ୍ତି।ସଦର ଥାନା ପୋଲିସ ଅପହରଣ କାରୀ ମାନଙ୍କୁ ଧରି ଥାନା କୁ ଆଣି ଥିଲେ।ଏବେ ସେମାନଙ୍କୁ କୋର୍ଟ କୁ ପଠାଯିବାର ବ୍ୟବସ୍ଥା ହେଉଛି।
  
 ହେଲେ ସେ ଚାରି ଜଣ ଯୁବକ କଣ ପାଇଁ ଯୁବତୀ ଙ୍କୁ ଅପହରଣ କରୁଥିଲେ ସେ ବିଷୟ ରେ କୌଣସି ସୂଚନା ମିଳି ପାରି ନାହିଁ।ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି।ଖୁବ୍ ଶୀଘ୍ର ଏହା ବିଷୟ ରେ ଜଣା ପଡ଼ିବ ବୋଲି କୁହା ଯାଉଚି।
                            
                                        
                                    