Updated: Oct 20, 2023, 14:14 IST

ମହିଳା କୁ ଏକୁଟିଆ ପାଇ ଏମିତି କରିଦେଲା ଅଜଣା ଯୁବକ ଆଉ ପରେ ମହିଳା ଜଣକ ଚିଲ୍ଲେଇବାରୁ ଆସିଲା ସବୁ ସତ ସାମ୍ନା କୁ

Special report

ନମସ୍କାର ପାଠକ ମାନେ। ବନ୍ଧୁଗଣ ମଝି ରାସ୍ତା ରେ ମାଆ ବୟସର ମହିଳାଙ୍କୁ ଟଣା ଓଟରା କଲା ଯୁବକ। ଶୁନଶାନ୍ ରାସ୍ତାରେ କେହି କୁଆଡେ ନଥିବା ସମୟରେ ଜଣେ ବୁଢୀ ବୟସର ମହିଳା ଫୋନ୍ ରେ କଥା ହୋଇ ହୋଇ ଆସୁଥିଲେ।
Special report
ହେଲେ ମଝି ରାସ୍ତାରେ ଜଣେ ଯୁବକ ମହିଳାଙ୍କ ସହ ଏମିତି କିଛି କରି ଦେଇଥିଲା। ଆଉ ଏହି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଏଥିରେ ଜଣେ ମହିଳା ରାସ୍ତାରେ ଫୋନ୍ ରେ ଗପି ଗପି ଚାଲି ଚାଲି ଆସୁଥିଲେ। ଏହାପରେ ଜଣେ ଯୁବକ ସ୍କୁଟର ସାହାଯ୍ୟରେ ଆସି ମହିଳାଙ୍କ ନିକଟରେ ପହଞ୍ଚି ଯାଇଥିଲା। ମୁଣ୍ଡରେ ହେଲମେଟ ପିନ୍ଧି ଥିବାରୁ ସେହି ବ୍ୟକ୍ତି ଜଣକୁ ଠିକ ଭାବେ ଚିହ୍ନି ମଧ୍ଯ ହେଉ ନଥିଲା।
ଯୁବକ ଜଣକ ରାସ୍ତା ଜାଣିବାର ବାହାନା କରି କୌଣସି ଏକ ଠିକଣା ସମ୍ପର୍କରେ ମଧ୍ୟ ସେ ପଚାରି ବୁଝୁଥିଲା। ଏହାପରେ ବୃଦ୍ଧା ମହିଳା ଜଣକ ମଧ୍ଯ ସେଠାରେ ଠିଆ ହୋଇ ରାସ୍ତା ଦେଖାଉ ଥିଲେ।
Special report
ଆଉ ଯୁବକ ଜଣକ ଚାରି ପଟକୁ ଅନେଇ ଏହା ଦେଖୁଥିଲା କି କେହି ଆସୁଛନ୍ତି କି ନାହିଁ। ହେଲେ ସେହି ରାସ୍ତା ଦେଇ ଆଉ କେହି ଯିବା ଆସିବା କରୁ ନଥିଲେ।
ଆଉ ଏହାର ସୁଯୋଗ ନେଇ ଏହି ମହିଳା ସମ୍ମୁଖରେ ଯୁବକ ଜଣକ ତାର ଅସଲ ଚେହେରା ମଧ୍ୟ ଦେଖାଇ ଦେଇଥିଲା। ଏହାପରେ ସେଠାରେ କାହାକୁ ନଦେଖି ଏମିତି ଥିକାନା ପଚାରି ପଚାରି ମହିଳା ଜଣକ ବେକରେ ଥିବା ସୁନା ଚେନ୍ ଟିକୁ ଟାଣି ନେଇ ଚାଲି ଯାଇଥିଲା।
ମହିଳା ଜଣକ ଯୁବକଙ୍କୁ ଯେତେ ଅଟକାଇବାକୁ ଚେଷ୍ଟା କରି ଥିଲେ ମଧ୍ୟ ସେ ଯୁବକ ଜଣକୁ ଅଟକାଇ ପାରି ନଥିଲେ। ଆଉ ଦୌଡି ଦୌଡ଼ି ଯୁବକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ତାଙ୍କୁ ଧରି ପାରି ନଥିଲେ।
ଆଉ ଏସବୁ କଏଦ ହୋଇଥିଲା ସିସି ଟିଭି କ୍ୟାମେରାରେ। ଏବେ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ଏହି କ୍ୟାମେରା ଆଧାରରେ ହିଁ ଘଟଣାର ଉପଯୁକ୍ତ ଅଭିଯୁକ୍ତ କୁ ଧରିବା ପାଇଁ ପ୍ରୟାସ ଚାଲିଛି।

Advertisement