Updated: Mar 8, 2024, 19:43 IST

ଚଉଠି ରାତିରେ ହେଲା ଏମିତି ଘଟଣା କନିଆଁ ସିଧା ସିନ୍ଦୂର ପୋଛି ଧାଇଁଲା

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ଅନେକ କିଛି ଖବର ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏଭଳି କିଛି ଖବର ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଲୋକମାନେ ଅନେକ ଆଶା କରି ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି । କିନ୍ତୁ ଏଭଳି କିଛି ଘଟଣା ଘଟିଥାଏ କିଛି ଯୁବତୀଙ୍କ ସହିତ ଯାହା ଶୁଣିଲେ ଆପଣ ମନରେ ଅନେକ କଥା ଭାବିବେ । ଝିଅଟିଏ ଅନେକ ଆଶା ଭରଷା କରି ବିବାହ କରିଥାଏ ।
Viral
ସେହିଭଳି ଏହି ଝିଅଟି ମଧ୍ୟ ଅନେକ ଆଶା କରିଥିଲା । ଏହି ଝିଅଟି ବିବାହ ବନ୍ଧନରେ ବାନ୍ଧି ହୋଇଥିଲା । ଆଉ ସେ ବିବାହ କରିବା ଦିନ ତାଙ୍କ ସ୍ଵାମୀ ମଦ ପିଇ ବିବାହ ମଣ୍ଡପରେ ବସିଥିଲେ । ଆଉ ସେଦିନ ଝିଅଟି ଅନେକ ଆଶା କରିଥିଲା କିନ୍ତୁ ସେ ଏହିସବୁ ଦେଖି ଦୁଃଖିତ ହୋଇ ଯାଇଥିଲା ।
ଏହାସହ ଚତୁର୍ଥୀ ଦିନ ମଧ୍ଯ ଏହି ବ୍ୟକ୍ତି ଜଣକ ମଦ ପିଇ ଆସିଥିଲେ । ଆଉ ସେ ଯୁବତୀ ଜଣଙ୍କୁ ମାରଧର ମଧ୍ୟ କରିଥିଲେ । ଏହାପରେ ଏହି ଯୁବତୀ ଜଣଙ୍କ ତାଙ୍କ ପରିବାରକୁ ଏହି ବିଷୟରେ ଜଣାଇଥିଲେ ।
Viral
ଏହି ବିଷୟରେ ଜାଣିବା ପରେ ଘରଲୋକ ତାଙ୍କୁ ଘରକୁ ନେଇ ଆସିଥିଲେ । ଏହି ଯୁବକ ଜଣକ ବାହାଘର ବେଦିରେ ମଦ ପିଇ ବସିଥିଲା ।
ନୂଆ ବିବାହ କରିବା ପରେ ବହୁତ ହସଖୁସିରେ ରହିଥାନ୍ତି କିନ୍ତୁ ଏହି ବ୍ୟକ୍ତି ଜଣକ ନୂଆ କରି ଘରକୁ ଆସିଥିବା ବୋହୂ ଉପରେ ହାତ ଉଠାଇଥିଲା । ଆଉ ଏଭଳି ବ୍ୟକ୍ତିଙ୍କ ସହିତ କେମିତି ବା କେହି ରହି ପାରିବ । ଏହାପରେ ଝିଅ ତାର ବାପଘରକୁ ଫୋନ କରି ଏହି ସବୁ କଥା କହିଥିଲା । 
ଏହାପରେ ଘରଲୋକେ ଝିଅ ଆଉ ଦେଇଥିବା ଜାନି ଯୌତୁକ ସବୁ ନେଇଗଲେ । ପୋଲିସ ଆଗରେ ସବୁ ଜିନିଷ ନିଆ ଯାଉଛି ଆଉ ଝିଅ ମଧ୍ୟ ଘରକୁ ଫେରିଗଲା କିନ୍ତୁ ଏବେ ବର ପକ୍ଷ କହୁଛନ୍ତି ଝିଅ ଅନ୍ୟ କେଉଁଆଡ଼େ ଭଲପାଉଛି ଆଉ ସେଥିପାଇଁ ଏଭଳି କରିଛି ।
ଏହି ଘଟଣା ହେଉଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ଦରସିଙ୍ଗା ଗାଁରେ । ଚତୁର୍ଥୀ ରାତିରେ ବୋହୂ ଜଣକ ଏଭଳି କରିଥିଲେ । ଏହି ଝିଅ ଅନୁଗୁଳ ଜିଲ୍ଲା କୁମଣ୍ଡ ଅଞ୍ଚଳର । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।

Advertisement