Updated: Sep 10, 2023, 19:30 IST

ଚନ୍ଦ୍ରରେ ଏମିତି ଶୋଇଛି ଚନ୍ଦ୍ରଯାନ ବିକ୍ରମ ଦେଖନ୍ତୁ ଆସିଲା ମାମୁଁ ଘରୁ ବଡ ଖବର ଦେଖନ୍ତୁ - Exclusive

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଚନ୍ଦ୍ର ବିଷୟ ରେ ଜାଣିବା ପାଇଁ ସମସ୍ତଙ୍କ ମନ ରେ ଆଗ୍ରହ ରହିଛି। କାରଣ ଗତ ଅଗଷ୍ଟ ୨୩ ତାରିଖ ରେ ଭାରତ ତାର ପ୍ରଥମ ମହାକାଶ ଯାନ ଚନ୍ଦ୍ର କୁ ପଠାଇଛି।ଚନ୍ଦ୍ର ଯାନ ୩ ଭାରତ ରେ ପହଞ୍ଚିବା ପରେ ସବୁ ଦେଶ ଭାରତ କୁ ଶୁଭେଛା ଜଣାଇଛନ୍ତି।
ଏହା କେବଳ ସମ୍ଭବ ହୋଇ ପାରିଛି ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ଦ୍ୱାରା। ଇସ୍ରୋ ର କର୍ମକର୍ତ୍ତା ମାନଙ୍କ ର କଠିନ ପରିଶ୍ରମ ପାଇଁ ଆଜି ଭାରତ ଇତିହାସ ସୃଷ୍ଟି କରି ପାରିଛି।
Viral
ଏବଂ କେବଳ ଅନ୍ୟ ଦେଶ ନୁହେଁ ଆମର ଶତ୍ରୁ ଦେଶ ପାକିସ୍ଥାନ ମଧ୍ୟ ଭାରତ କୁ ଶୁଭେଛା ଜଣାଇଥିଲା। ତେବେ ବନ୍ଧୁଗଣ ଚନ୍ଦ୍ରଯାନ-୩ ର ବିକ୍ରମ ଲ୍ୟାଣ୍ଡରକୁ ଗତ ସୋମବାର ଠାରୁ ନିଷ୍କ୍ରିୟ ଅବସ୍ଥା ବା ସ୍ଲିପ ମୋଡ଼ରେ ରଖାଯାଇଛି।
ତେବେ ବର୍ତମାନ ତାହା କିଭଳି ଅବସ୍ଥାରେ ବିଶ୍ରାମ ନେଉଛି ତାହାର ଫଟୋକୁ କଏଦ କରିଛି ଚନ୍ଦ୍ରଯାନ-୨ର ଅର୍ବିଟର। ଚନ୍ଦ୍ରର ଦକ୍ଷିଣ ପୋଲ ନିକଟରେ ଥିବା ଚନ୍ଦ୍ର ପୃଷ୍ଠରେ ତାହା ବିଶ୍ରାମ କରୁଥିବାର ଦେଖିବାକୁ ମିଳିଛି। ଏହା ସହ ସୂର୍ଯ୍ୟୋଦୟର ଆଗମନକୁ ଅପେକ୍ଷା କରି ରହିଛି। 
Viral
ଆଶା ହେଉଛି ଯେ ସୂର୍ୟ୍ୟ କିରଣ ଫେରିବା ପରେ ଏହା ପୁନର୍ବାର ଜାଗ୍ରତ ହୋଇପାରନ୍ତି। ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ଆଇ.ଏସ.ଆର.ଓ ପକ୍ଷରୁ ଏହି ଫଟୋଚିତ୍ରକୁ ପ୍ରକାଶ କରାଯାଇଛି।
ବୁଧବାର ଦିନ ଚନ୍ଦ୍ରଯାନ-୨ ଅର୍ବିଟରରେ ରହିଥିବା ଡୁଆଲ୍ ଫ୍ରିକ୍ୱେନ୍ସି ସିନ୍ଥେଟିକ୍ ଆପର୍ଚର ରାଡାର ଯନ୍ତ୍ର ଦ୍ୱାରା ଚନ୍ଦ୍ରଯାନ-୩ ର ବିକ୍ରମ ଲ୍ୟାଣ୍ଡରର ଫଟୋ ଉତ୍ତୋଳନ ହୋଇଛି ବୋଲି ସୂଚନା ଦିଆଯାଇଛି। ସୂଚନା ଥାଉକି, ଗତ ୪ ତାରିଖ ରାତି ୮ଟା ସମୟରେ ମୁନ୍ ମିଶନର ଲ୍ୟାଣ୍ଡର ବିକ୍ରମ ନିଦ୍ରାଗସ୍ତ ହୋଇଥିଲା। 
Chandra
ସେଥିପାଇଁ ସେଦିନ ସକାଳୁ ଲ୍ୟାଣ୍ଡର ବିକ୍ରମର ସ୍ଲିପ୍ ମୋଡ଼ ସେଟ୍ କରାଯାଇଥିଲା। ସ୍ଲିପ୍ ମୋଡ଼କୁ ଯିବା ପୂର୍ବରୁ ନୂଆ ସ୍ଥାନରେ ଚନ୍ଦ୍ରପୃଷ୍ଠ ଥର୍ମୋଫିଜିକାଲ ଏକ୍ସପେରିମେଣ୍ଟ ପରୀକ୍ଷା କରାଯାଇଥିଲା।
ସୌରଶକ୍ତି କ୍ଷୟ ହେବା ସହ ବ୍ୟାଟେରୀରୁ ଚାର୍ଜ ସମାପ୍ତ ହେବା ପରେ ବିକ୍ରମ ସ୍ଲିପ୍ ମୋଡ଼କୁ ଚାଲିଯାଇଥିଲା। ତେବେ ଆସନ୍ତା ୨୨ ତାରିଖରେ ଚନ୍ଦ୍ରପୃଷ୍ଠରେ ପୁଣି ଥରେ ସୂର୍ଯ୍ୟକିରଣ ଦେଖିବାକୁ ମିଳିବ। ତେଣୁ ବିକ୍ରମ ୨୨ରେ ପୁଣି କାର୍ଯ୍ୟକ୍ଷମ ହେବା ନେଇ ଆଶା କରାଯାଉଛି।

Advertisement