Updated: Mar 18, 2024, 21:43 IST

ଚାଲିଥିଲା ସେ-କ୍ସ୍ ରାକେଟ ଧରିଲେ ଗାଁ ଲୋକେ ଧାଇଁଲେ ଯୁବକ ଦେଖନ୍ତୁ ଘଟଣାର ଖୋଲିଲା ପୋଲ

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ।
ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ତେବେ ବନ୍ଧୁଗଣ ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଚାଲିଥିଲା ସେକ୍ସ ର‌୍ୟାକେଟ।
Viral news
ଏହି କାରବାରକୁ ନିଜ ଘରେ ଚଳାଇ ଆସୁଥିଲେ ଦମ୍ପତି। ଗାଁଲୋକଙ୍କ ସନ୍ଦେହ ହେବାରୁ ଚଢ଼ାଉ କରାଯିବା ପରେ ସବୁ ଘଟଣା ସାମ୍ନାକୁ ଆସିଛି।
ସ୍ଥାନୀୟ ପୁଲିସ ଏହି ର‌୍ୟାକେଟର ରାଣୀ ମହୁମାଛି ସମେତ ୨ଜଣ ଗରାଖକୁ ଅଟକ ରଖିଥିବା ବେଳେ ୨ଜଣ ଯୁବତୀଙ୍କୁ ଉଦ୍ଧାର କରିଛି।ମିତ୍ରପୁର କେପିମାହାଲ ବାଦାମବାଡ଼ିରେ ପ୍ରତିଦିନ ଅଜଣା ଯୁବକ ଯୁବତୀଙ୍କ ଯାତାୟାତ କରିବା ନେଇ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା।
Viral
ଏନେଇ ଆଜି ରାତିରେ ଗ୍ରାମବାସୀ ସେହି ସ୍ଥାନରେ ହୋହଲ୍ଲା କରିବା ପରେ ସେକ୍ସ ର‌୍ୟାକେଟ ଚାଲିଥିବା ନେଇ ସ୍ପଷ୍ଟ ହୋଇ ଯାଇଥିଲେ।
ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳର ୨ଜଣ ଗରାଖକୁ ଗ୍ରାମବାସୀ କାବୁ କରିବା ପରେ ଉତ୍ତମ ମଧ୍ୟମ ଦେଇ ଏକ ଗଛରେ ବାନ୍ଧି ଦେଇଥିଲେ। ଗୃହମାଲିକ ଜଣକ ମାଡ଼ ଖାଇ ଘଟଣା ସ୍ଥଳରକୁ କୌଶଳ କରି ଚମ୍ପଟ ମାରିଥିବା ବେଳେ ତାଙ୍କ ପତ୍ନୀ ତଥା ରାଣୀ ମହୁମାଛି ଧରା ପଡ଼ି ଯାଇଛି।
ଏହି ଦେହ ବ୍ୟବସାୟରେ ଲିପ୍ତ ରହିଥିବା ଭୁବନେଶ୍ୱର ଓ ବାରିପଦା ଅଞ୍ଚଳର ୨ଜଣ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଛି।
ରାତି ୧୦ଟାରେ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ଯୁବତୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିବା ବେଳେ ରାଣୀ ମହୁମାଛି ଓ ୨ଗରାଖକୁ ଅଟକ ରଖି ପଚରା ଉଚରା ଚଳାଇଛି। ସେହିପରି ଏହି ଘଟଣାରେ ପୁଲିସ ୩ଟି ବାଇକ ଓ ଗୋଟିଏ କାରକୁ ମଧ୍ୟ ଜବତ କରିଥିବା ସୂଚନା ମିଳିଛି।

Advertisement