Nov 9, 2023, 19:40 IST

କାର ଭିତରେ ଥିଲା ସ୍ତ୍ରୀ ଦେଖନ୍ତୁ ଅଚାନକ ଭାବେ ହୋଇଗଲା ଲକ୍ ବାହାରେ ସ୍ବାମୀଙ୍କୁ ....

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୮ ମାସ ହେଲା ପ୍ରେମ ବିବାହ କରିଥିଲେ ସ୍ଵାମୀ ସ୍ତ୍ରୀ ଆଉ କାରରେ ବୁଲିବାକୁ ଯାଉଥିଲେ। ଆଉ ସ୍ତ୍ରୀ କାର ଭିତରେ ବସିଥିଲା ହଠାତ ଗାଡିର ଡୋର ଲକ ହେଇଗଲା।
Special report
ଆଉ ସ୍ତ୍ରୀ ଆଗରେ ସ୍ୱାମୀକୁ ମାରି ଦେଲେ ଦୂର୍ଭୁକ୍ତ। ଏଭଳି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାର, ମିରିଆଲାଗୁଡା ସହରରେ। ସୂଚନା ମୁତାବକ ଉଭୟ ହେଉଛନ୍ତି ସ୍ଵାମୀ ସ୍ତ୍ରୀ। ଉଭୟ ଗୋଟିଏ କ୍ଲାସ୍ ରେ ପାଠ ପଢୁଥିଲେ। 
ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ଆଉ ଏହାପରେ ଉଭୟ ବିବାହ ମଧ୍ୟ କରିଥିଲେ। ଉଭୟଙ୍କ ବିବାହ କୁ ଝିଅର ପରିବାର ଲୋକେ ଗ୍ରହଣ କରୁନଥିଲେ। କାରଣ ପୁଅ ଘର ଷ୍ଟାଣ୍ଡଡ ଖୁବ୍ ନିଚ ଥିଲା
Special report
ସେଥିପାଇଁ ଝିଅ ଘର ଲୋକ ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ। ତେବେ ଦିନେ ଉଭୟ ସ୍ଵାମୀ ସ୍ତ୍ରୀ ଆସିଥିଲେ ଡାକ୍ତରଖାନା। କାରଣ ତାଙ୍କ ସମ୍ପର୍କୀୟଙ୍କ ଦେହ ଅସୁସ୍ଥ ଥିବାରୁ ସେମାନେ ଦେଖା କରିବାକୁ ଆସିଥିଲେ। 
Special report
ଠିକ୍ ସେହି ସମୟରେ ଝିଅର ବାପା ଯୁବକଙ୍କୁ ମାରିବା ପାଇଁ କିଛି ଗୁଣ୍ଡା ପଠାଇଥିଲେ। ଏଭଳି କିଛି ଅଭିଯୋଗ କରିଛନ୍ତି ପୁଅର ପରିବାର ଲୋକେ। ସ୍ତ୍ରୀ କାର ଭିତରେ ବସିଥାଏ।
ତାଙ୍କ ସ୍ବାମୀ ପ୍ରଣୟ କିଛି ଦୂରରୁ କାର ଆଡ଼କୁ ଆସୁଥାନ୍ତି ହଠାତ୍ କିଛି ଗୁଣ୍ଡା ପଛରୁ ଆସି ପ୍ରଣୟଙ୍କ ଉପରେ ଆକ୍ରମଣ କରିଥିଲେ। ସ୍ତ୍ରୀ ମଧ୍ୟ ଏହି ଦୃଶ୍ୟକୁ ଦେଖୁଥାଏ। ସ୍ତ୍ରୀ ଜମା ବି ସ୍ବାମୀକୁ ପାଖକୁ ଜାଉନଥାଏ। କାରଣ ସ୍ତ୍ରୀ ଏତେ ଭୟଭୀତ ହୋଇଯାଇଥିଲେ ଯେ, କାର ଭିତରୁ ସେ ଜମାବି ବାହାରୁନଥିଲେ। 
Special report
ଶେଷରେ ସେହିଠି ହିଁ ସ୍ୱାମୀ ପ୍ରଣୟଙ୍କ ଜୀବନ ଚାଲିଯାଇଥିଲା। ଏବେ ପ୍ରଣୟଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଝିଅର ବାପା ପ୍ରଣୟକୁ ମାରିଦେଇଛନ୍ତି। ଉଭୟ ସ୍ବାମୀ ସ୍ତ୍ରୀ ହାଇଦ୍ରାବାଦରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ।
ଏବେ ଏମାନଙ୍କ ଘର ସଂସାର ଉଜୁଡ଼ି ଯାଇଛି। ଆଉ ଯୁବକର ଶଶୁର ହିଁ ଘର ସଂସାର ଉଜାଡି ଦେଇଛନ୍ତି। ଏଭଳି କିଛି ଅଭିଯୋଗ ହୋଇଛି ଯୁବକଙ୍କ ପରିବାର ପକ୍ଷରୁ।

Advertisement