Sep 5, 2023, 16:51 IST

ହଠାତ୍ ବସ କୁ ଅଟକାଇ ହାତୀ ଯାହା କଲା ଦୃଶ୍ୟ ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ଦେଖନ୍ତୁ Live

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହାତୀ ମଣିଷ ଲଢ଼େଇର ଆପଣ ଅନେକ ଭିଡିଓ ରେ ଦେଖିଥିବେ। ହାତୀ-ମଣିଷ ଓ ମଣିଷ-ହାତୀ ଲଢ଼େଇ ମଧ୍ୟରେ କେବେ ହାତୀ ଦଳି ଦେବାରୁ ମଣିଷ ମରୁଛି ତ ପୁଣେ କେଉଁଠି ଶିକାରୀ ଆ-କ୍ର-ମ-ଣରେ ଆହତ ହୋଇ ଜୀବନ ହାରୁଛି ହାତୀ।
Special report
ତେବେ ବନ୍ଧୁଗଣ ବର୍ତ୍ତମାନ ସେହିଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକି ରାସ୍ତା ଉପରେ ବସକୁ ଅଟକାଇଲା ଆଉ ଶୁଣ୍ଢରେ କାଚ ଭାଙ୍ଗିଲା ଦନ୍ତା ହାତୀ। ପୁଣି ବସ୍‌କୁ ଠେଲିବାକୁ ଲାଗିଲା। ତେବେ ବସ୍‌ ଡ୍ରାଇଭରର ଉପସ୍ଥିତି ବୁଦ୍ଧି ଯୋଗୁଁ ବସ୍‌ ଯାତ୍ରୀମାନେ ରକ୍ଷା ପାଇଗଲେ। 
ଡ୍ରାଇଭର ବସ୍‌ ଟିକୁ ପଛୁଆ ନେଇ ଯିବା ଫଳରେ ହାତୀ ଆଉ ଆଗକୁ ଗଲା ନାହିଁ। ହେଲେ ପାଖରେ ଥିଲା ଲୋକମାନଙ୍କୁ ଗୋଡ଼ାଇବାକୁ ଆରମ୍ଭ କଲା। ଲୋକେ ପ୍ରାଣ ବିକଳରେ ଦୌଡ଼ି ପଳାଇ ଗଲେ। ରାୟଗଡ଼ା ଜିଲ୍ଲା ଆନ୍ଧ୍ର ପ୍ରଦେଶ ସୀମାନ୍ତ କେରେଡ଼ା ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ବିଜୟଦୁର୍ଗା ବସ୍‌ ଯାତ୍ରୀଙ୍କୁ ନେଇ କଲ୍ୟାଣସିଂହପୁରକୁ ଆସୁଥିବା ବେଳେ ପାର୍ବତୀପୁରମ ଜିଲ୍ଲା ଆର୍ତ୍ତମ ଠାରେ ରାସ୍ତା ମଝିରେ ହଠାତ୍‌ ହାତୀ ସହ ସାମନା ସାମନି ହୋଇ ଯାଇଥିଲା। 
Special report
ଡ୍ରାଇଭର ବସ୍‌କୁ ସିନା ଅଟକାଇ ଦେଲେ ହେଲେ ଆଗରେ ହାତୀକୁ ଦେଖଇ କିଛି ଭାବି ପାରିଲେନି। ସେତେବେଳେକୁ ହାତୀ ରାଗି ଯାଇ ବସ୍‌ ଉପରକୁ ଆ-କ୍ର-ମ-ଣ କରି ସାମନା କାଚ ଭାଙ୍ଗି ଦେଲା। ପ୍ରାୟ ୧୦ରୁ ୧୫ ମିନିଟ ଧରି ରାସ୍ତା ଉପରେ ହାତୀ ଚଲାଇଥିଲା ଉପଦ୍ରବ।
ଏହି ବସରେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ ବସିଥିଲେ। ଡ୍ରାଇଭର ସଂଗେ ସଂଗେ ବସ୍‌ଟିକୁ ପଛକୁ ନେଇଗଲେ। ଏପଟେ ରାସ୍ତା କଡ଼ରେ ହାତୀକୁ ଦେଖି ପାଟି କରି ଘଉଡ଼ାଇବା ପାଇଁ ଚେଷ୍ଟା କରୁଥିବା ଲୋକଙ୍କୁ ହାତୀ ଗୋଡ଼ାଇବା ଆରମ୍ଭ କରିଥିଲା। 
ସମସ୍ତେ ଭୟରେ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ। ଆଉ ଦନ୍ତାହାତୀଟି ବୀରଦର୍ପରେ ରାସ୍ତା ଉପରେ ଠିଆ ହୋଇ ରହିଥିଲା। ବେଶ୍‌ କିଛି ସମୟ ଠିଆ ହୋଇ ରହିବା ପରେ ରାଗିଥିବା ହାତୀଟି ଜଙ୍ଗଲକୁ ପଳାଇ ଯାଇଥିଲା।
ଏହି ଦନ୍ତାହାତୀ ଆନ୍ଧ୍ରପ୍ରଦେଶର କେନ୍ନୁରୁ ଜଙ୍ଗଲ ଅଞ୍ଚଳରୁ ଆସିଥିବା ଅନୁମାନ କରାଯାଉଛି। ବନ୍ଧୁଗଣ ହାତୀ ଆକ୍ରମଣ କରିବା ପରେ ଚାଳକ ସାହସ ଦେଖାଇ ବସକୁ ପଛକୁ ପଛକୁ ନେଇ ଘଟଣାସ୍ଥଳରୁ ଚାଲି ଯାଇଥିବା ଜଣାପଡ଼ିଛି। ଏହି ଦନ୍ତା ହାତୀ ସହିତ ୫ଟି ହାତୀ ରହିଥିବା ସୂଚନା ମିଳିଛି।

Advertisement