ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏକ ଲୋମହର୍ଷଣକାରୀ ଘଟଣାଟିଏ ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଅମଠପୁର ପଞ୍ଚାୟତର ପାଲଟପୂର୍ ଗ୍ରାମର। ମୃ-ତ ମହିଳାଙ୍କ ନାମ ହେଉଛି ଜ୍ୟୋସ୍ନା ଜେନା।
ବୟସ ତାଙ୍କର ୩୬। ଆଉ ସ୍ଵାମୀଙ୍କ ନାମ ଅନାମ ଚରଣ ଜେନା। ସକାଳୁ ଜ୍ୟୋସ୍ନା ଲୁଗା ସଫା ନିମନ୍ତେ ପଡୋଶୀ ଯାଆଙ୍କ ସହ ନିକଟରେ ଥିବା ବିରୂପା ନଦୀକୁ ଯାଇଥିଲେ। ହେଲେ ତାଙ୍କୁ ଜଣା ନଥିଲା ସେହି ନଦୀରେ ତାଙ୍କ ମୃ-ତ୍ୟୁ ଲୁଚି ରହିଛି। ତାଙ୍କ ସାଙ୍ଗରେ ଆସିଥିବା ଯାଆ ନଦୀ ତଟରେ ଛିଡ଼ା ହୋଇଥାନ୍ତି।
ଜ୍ୟୋସ୍ନା ଯେମିତି ପାଣି ଭିତରକୁ ଯାଇଛନ୍ତି ଶୀକାର ପାଇଁ ଚାହିଁରହିଥିବା କୁମ୍ଭୀରଟି ତାଙ୍କୁ ପାଣି ଭିତରକୁ ଭିଡି ନେଇଥିଲା। ତାଙ୍କ ସାଙ୍ଗରେ ଥିବା ତାଙ୍କ ଯାଆଙ୍କ ପାଇଁ ଏହା ଏକ ହୃଦୟ ବିଦାରକ ଓ ଲୋମା ଟାଙ୍କୁରା ଦୃଶ୍ୟ ଥିଲା।
ମନରେ ସାହସ ଭରି ସେ ଗ୍ରାମବାସୀଙ୍କୁ ଚିତ୍କାର କରି ଡାକିଥିଲେ ଯାହା ଫଳରେ ଅନେକ ଗ୍ରାମବାସୀ ସେଠାକୁ ଆସିଥିଲେ। କିନ୍ତୁ କିଛି ମଧ୍ୟ କରିପାରିନଥିଲେ। ଠିଆ ହୋଇ ଦେଖିବା ଛଡା କିଛି ବାଟ ନ ଥିଲା ସେମାନଙ୍କ ପାଖରେ।
ଗଭୀର ଜଳ ମଧ୍ୟରେ ଗୁଡ଼ାଇ ଜ୍ୟୋସ୍ନାଙ୍କୁ ମାରିବାପରେ ନିକଟରେ ଥିବା ବଣକୁ ନେଇ ଖିନ ଭିନ କରି ଖାଉଥିବାର ଦୃଶ୍ୟ ଲୋକଙ୍କ ମଧ୍ୟରେ ଚାଞ୍ଚଲ୍ୟତା ସୃଷ୍ଟି କରିଥିଲା। ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ମୃ-ତ ଖଣ୍ଡ ବିଖଣ୍ଡିତ ଶରୀରକୁ ଉଦ୍ଧାର କରିଥିଲା।
ଏହାପରେ ଶବକୁ ପଠାଇଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ। ପରେ ବନବିଭାଗ ତରଫରୁ ନଦୀକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଆଉ ଏହି କୁମ୍ଭୀର ଆ-କ୍ର-ମ-ଣ ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ମୋବାଇଲ୍ ରୁ ମୋବାଇଲ୍ ଘୂରି ବୁଲୁଛି।
ତେବେ ବନ୍ଧୁଗଣ ଅତୀତରେ ଯାହା ଶୁଣିଥିଲି ତାହା ବର୍ତ୍ତମାନ ସତ ହେଉଛି। ଅକାତକାତ ପାଣିରେ କୁମ୍ଭୀର ମହିଳାଙ୍କୁ ଟାଣି ନେଇ ଖାଉଥିବାବେଳେ ଉପରେ ଠିଆ ହୋଇ ଦେଖୁଥିବା ଲୋକମାନେ ମହିଳାଙ୍କୁ ବଞ୍ଚାଇ ପାରିନଥିଲେ।
ଆଉ ଏହାପରେ ଲୋକଙ୍କର ମାନେ ପଡ଼ିଗଲା ସେହି ୬୦୦ ବର୍ଷର ମାଳିକା କଥା। ମହାପୁରୁଷ ଅଚ୍ୟୁତନନ୍ଦ କହିଥିଲେ ବଉଳା କୁମ୍ଭୀର ମାନେ ଏକାଠି ହେବେ ଆଉ ସାରା ଓଡ଼ିଶାରେ ଆତଙ୍କ ଖେଳାଇବେ। ଆଉ ସତକୁ ସତ କୁମ୍ଭୀର ମୁହଁରେ ମଣିଷଙ୍କ ଜୀବନ ଯାଉଛି।