Oct 9, 2023, 18:10 IST

ବୋହୂ ଉପରେ ଶାଶୁ ପକାଉଛନ୍ତି ଅଳିଆ ଆବର୍ଜନା ନିଜ ନାତିକୁ ମାରୁଛନ୍ତି ପଥର ଦେଖନ୍ତୁ ସାମ୍ନାକୁ ଆସିଲା ସାଙ୍ଘାତିକ ଦୃଶ୍ୟ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ ଖବର ଜାଣିପାରିବେ।
Special report
ଆପଣମାନେ ତ ଦୀପିକା ନ୍ୟାୟ ପାଇଁ ଧାରଣାରେ ବସିଥିବା କଥା ଜାଣିଥିବେ । ଆଉ ଏବେ ତାଙ୍କ ପରେ ପଦ୍ମିନୀ ନାମକ ଜଣେ ମହିଳା ଏବେ ଧାରଣାରେ ବସିଛନ୍ତି । ଆଉ ସେ ତାଙ୍କ ପତ୍ନୀ ହେବାର ଅଧିକାର ଆଉ ତାଙ୍କ ପୁଅ ଦୁଇଜଣଙ୍କୁ ବାପାର ପରିଚୟ ପାଇଁ ଧାରଣାରେ ବସିଛନ୍ତି ।
ତାଙ୍କ ଶାଶୂଘର ଏବଂ ସ୍ବାମୀ ତାଙ୍କ ସହିତ ଖରାପ ବ୍ୟବହାର କରୁଥିଲେ । ଆଉ ସେ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିଲେ । ସେ ତାଙ୍କ ସାନ ପୁଅ ଜନ୍ମ ବେଳକୁ ତାଙ୍କ ଘରକୁ ଯାଇଥିଲେ । ଆଉ ସେଠାରେ ସେ ଅନେକ ଦିନ ରହିଥିଲେ ।
Special report
ଏହାପରେ ତାଙ୍କ ସ୍ଵାମୀ ଆଉ ଜଣେ ଯୁବତୀଙ୍କୁ ଘରେ ଆଣି ରଖିଛନ୍ତି ଆଉ ତାଙ୍କୁ ସ୍ତ୍ରୀ ର ଅଧିକାର ଦେବେ ବୋଲି କହିଛନ୍ତି । ଏହି କଥା ପଦ୍ମିନୀ ଜାଣିବା ପରେ ଧାରଣାରେ ବସିଛନ୍ତି । ସେ ଆଜିକୁ ୬ ଦିନ ହେଲାଣି ସେ ଶାଶୁଘର ଆଗରେ ଧାରଣାରେ ବସି ରହିଛନ୍ତି । ଆଉ ତାଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ ।
ତାଙ୍କ ଶାଶୁ ଶଶୁର ସମସ୍ତେ ଦେଖୁଛନ୍ତି କିନ୍ତୁ କେହି ଆହା ପଦିଏ କହୁ ନାହାଁନ୍ତି । ତାଙ୍କ ଦୁଇପୁଅ ନଖାଇ ନପିଇ ତାଙ୍କ ବାପାଙ୍କୁ ଅପେକ୍ଷା କରିଛନ୍ତି । ଆଉ ତାଙ୍କ ଶାଶୁ ଶଶୁର ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି ।
Special report
ପଦ୍ମିନୀଙ୍କ ଶାଶୁ ତାଙ୍କ ଉପରେ ଅଳିଆ ପକାଉଛନ୍ତି ଆଉ ତାଙ୍କ ଶାଶୁ ଏବଂ ଶଶୁର ତାଙ୍କ ଉପରକୁ ଆଉ ତାଙ୍କ ଦୁଇ ପୁଅ ଉପରକୁ ପଥର ଫୋପାଡୁଛନ୍ତି ଆଉ ତାଙ୍କ ଉପରେ ଏଭଳି ଅନେକ ଅତ୍ୟାଚାର କରୁଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଅଞ୍ଚଳରେ । ପଦ୍ମିନୀଙ୍କ ନାଁରେ ଅଭିଯୋଗ ଆସୁଛି କି ସେ ଆଉ କାହାକୁ ଭଲ ପାଉଛନ୍ତି ।
ପଦ୍ମିନୀ କହୁଛନ୍ତି ଯଦି ଏହାକୁ ପ୍ରମାଣ କରିଦେବେ ତାହେଲେ ସେ ଛାଡ଼ପତ୍ର ଦେଇଦେବେ । ସେ ଏହି ଅଭିଯୋଗ ନେଇ ଥାନାରେ ଏତଲା ଦେଇଛନ୍ତି । କିନ୍ତୁ ଆଇଆଇସି ଏନେଇ କୌଣସି ପଦକ୍ଷେପ ନେଉ ନାହାଁନ୍ତି ଆଉ ତାଙ୍କ ଶାଶୂଘର ଲୋକେ କହୁଛନ୍ତି ପଦ୍ମିନୀଙ୍କର ଅନ୍ୟ ପୁଅ ସହିତ ସଂପର୍କ ଅଛି।
ଏଭଳି ଅନେକ କଥା ଏବେ ପଦ୍ମିନୀଙ୍କୁ ନେଇ ଆସୁଛି । ଦୁଇପୁଅ ୬ ଦିନ ହେବ ସ୍କୁଲ ଯାଉ ନାହାଁନ୍ତି ସେମାନେ ଧାରଣାରେ ବସି ରହିଛନ୍ତି । ଖରା ବର୍ଷା ମାଟି ଧୂଳିରେ ଆଉ ନଖାଇ ନପିଇ ତାଙ୍କ ଦୁଇପୁଅଙ୍କ ଜୀବନ କଟୁଛି । ରାତିରେ ତାଙ୍କ ଜୀବନ ପ୍ରତି ବିପଦ ଥାଇ ପୋଲିସ ମଧ୍ୟ ଚୁପ୍ ରହୁଛି । ଦେଖିବାକୁ ବାକି ରହିଲା ପଦ୍ମିନୀ ଆଉ ତାଙ୍କ ଦୁଇପୁଅଙ୍କୁ କେବେ ନ୍ୟାୟ ମିଳୁଛି ।

Advertisement