Updated: Mar 27, 2024, 22:04 IST

ଆଗାମୀ ନିର୍ବାଚନରେ ଅସ୍ତ୍ର ସାଜି ଓହ୍ଲାଇବେ ଏହି ପ୍ରାଥୀ ଦେଖନ୍ତୁ ଆସିଲା ବହୁତ୍ ବଡ ଅପଡେଟ

Viral

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ରବିବାର ଦିଲ୍ଲୀରୁ ପଞ୍ଚମ ପର୍ଯ୍ୟାୟ ପାର୍ଥି ତାଲିକା ଘୋଷଣା କରାଯାଇଥିବା ବେଳେ ଏଥିରେ ରହିଛି ଓଡିଶାର ୧୮ଟି ଲୋକସଭାଙ୍କ ପ୍ରାର୍ଥୀଙ୍କ ନାଁ ଯାହାକୁ ନେଇ ରାଜ୍ୟ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି। ହେଲେ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ।
Viral
କାରଣ ବିଜେପି ରାଜ୍ୟର ଯେଉଁ ସବୁ ଲୋକ ସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି, ସେମାନଙ୍କୁ ବଡ଼ ଟକର ଦେବା ପାଇଁ ବଡ ଯୋଜନା ପ୍ରସ୍ତୁତ କରୁଥିବା କୁହାଯାଉଛି। ଯେଉଁ ସବୁ ଆସନରେ ବିଜେପି ପ୍ରାର୍ଥୀ ବିଜୟ ହେବାର ଅଧିକ ସମ୍ଭାବନା ରହିଛି ସେହିସବୁ ସ୍ଥାନରେ ବିଜେଡ଼ି ଖୁବ୍ ସତର୍କତାର ସହ ପ୍ରାର୍ଥୀ ଚୟନ କରୁଥିବା ଚର୍ଚ୍ଚା ହେଉଛି। 
ଭୁବନେଶ୍ୱର ଲୋକସଭା ଆସନକୁ ବିଜେଡ଼ି ନଜରରେ ରଖିଛି। କାରଣ ସେହି ଆସନରୁ ଗତଥର ଅପରାଜିତା ଷଡ଼ଙ୍ଗୀ ପ୍ରଥମଥର ପ୍ରାର୍ଥୀ ହେବା ସହିତ ବିଜେଡ଼ି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ପରାସ୍ତ କରି ବିଜୟ ହୋଇଥିଲେ।
ତେଣୁ ଏଥର ଭୁବନେଶ୍ୱରରେ ଅପରାଜିତାଙ୍କୁ ଟକର୍ ଦେବା ପାଇଁ ବିଜେଡ଼ି ଓଟିଡିସିର ପୂର୍ବତନ ଅଧ୍ୟକ୍ଷା ଶ୍ରିମୟୀ ପ୍ରାର୍ଥୀ କରିପାରନ୍ତି ବୋଲି କୁହାଯାଉଛି। ସେପଟେ ସୁନ୍ଦରଗଡ଼ ଲୋକସଭା ଆସନରୁ ପୁଣିଥରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲଓରାମଙ୍କୁ ପ୍ରାର୍ଥୀ କରିଛି ବିଜେପି।
Viral
ତେଣୁ ତାଙ୍କ ବିପକ୍ଷରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ଦୀପ୍ତିଙ୍କୁ ବିଜେଡ଼ି ଏଥର ପ୍ରାର୍ଥୀ କରିବ ବୋଲି କୁହାଯାଉଛି। ଆଉ ଯଦି ଭଦ୍ରୁହାରି କଟକରୁ ବିଜେପି ର ସାଂସଦ ପ୍ରାଥୀ ହୁଅନ୍ତି ତେବେ ତାଙ୍କ ବିପକ୍ଷରେ ବିଜେଡି ସଂତୃକ୍ତ ମିଶ୍ରଙ୍କୁ ମୈଦାନକୁ ଓଲ୍ହେଇବ ବୋଲି ଚର୍ଚ୍ଚା ହେଉଛି।
ଗତ ମାସରେ ବିଜେଡିରେ ମିଶିଥିବା ସଂତୃକ୍ତ ମିଶ୍ର ହେଉଛନ୍ତି ଆଦିତ୍ୟ ବିଲ୍ଲା ଗ୍ରୁପର ପୂର୍ବତନ ଏଚଆର ହେଡ଼। ଦଳ ତାଙ୍କୁ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ଦେଇଥିଲା। 
ଆଉ କଟକରୁ ତାଙ୍କୁ ସାଂସଦ ପ୍ରାଥୀ କରିବାକୁ ଲକ୍ଷ ରଖିଥିବା କୁହାଯାଇଛି। ସେହିପରି ଦକ୍ଷିଣ ଓଡିଶାରୁ ଗଞ୍ଜାମ ଜିଲ୍ଲାର ଗୁରୁତ୍ୱପୂର୍ଣ ଲୋକସଭା ଆସନ ମଧ୍ୟରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଏବଂ ଅନିତା ସୁଭଦର୍ଶିନୀଙ୍କୁ ଅସ୍କାରୁ ପ୍ରାଥୀ କରିଛି ବିଜେପି।
ତେବେ ଗୋଟିଏ ସମୟରେ ନବୀନ ପଟ୍ଟନାୟକଙ୍କ ନିକଟତମ ସହଯୋଗୀ ରହିଆସିଥିବା ପ୍ରଦୀପ ପାଣିଗ୍ରାହୀ ଏବେ ତାଙ୍କ ବିରୋଧରେ। ତେଣୁ ବିଜେପି ତାଙ୍କୁ ବ୍ରହ୍ମପୁରରୁ ସାଂସଦ ପ୍ରାଥୀ କରିଥିବା ବେଳେ ତାଙ୍କ ବିପକ୍ଷରେ ସାଂସଦ ଚଦ୍ରଶେଖର ସାହୁଙ୍କୁ ବିଜେଡି ରିପିଡ଼ କରିବ ବୋଲି କୁହାଯାଉଛି।

Advertisement